ଭୁବନେଶ୍ବର: ବି. ଆର. ଲାଇଫ୍ କଳିଙ୍ଗ ହସ୍ପିଟାଲର ୨୨ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଚଳିତବର୍ଷ ହସ୍ପିଟାଲ ଏହାର ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଶଯ୍ୟା ସଂଖ୍ୟାରେ ଆଉ ୨୦୦ ବୃଦ୍ଧି କରିବ ବୋଲି ହସ୍ପିଟାଲର ୟୁନିଟ ମୁଖ୍ୟ ଡ. ଆଲୋକ ଲୋଧ ଏହି ଅବସରରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ସମ୍ମାନିତ ଅତିଥି ଭାବେ ଡ. ରମେଶ ଚନ୍ଦ୍ର ରାୟ ଚୌଧୁରୀ, ଡ. ଦୀନକୃଷ୍ଣ ଶତପଥୀ, ସନ୍ତୋଷ କେ. ସଦାନନ୍ଦ, ଡ. ପାର୍ଥ ସାରଥୀ ଗୋସ୍ବାମୀ ଓ ଏମ ଏ ଗୌରୀ ପ୍ରମୁଖ ଯୋଗଦେଇଥିଲେ। ହସ୍ପିଟାଲ ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯିବା ସହ ଦକ୍ଷ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସତ୍ୟବ୍ରତ ରାଏ ମହାପାତ୍ର, ଚନ୍ଦନ ମହାରଣା, ଜୟନ୍ତୀ ବିଶ୍ବାଳ, ଡ. ରିତି ସ୍ନିଗଧା ପଟ୍ଟନାୟକ, ଡ. ଭି ରାଜଶେଖର ଆଚାର୍ଯ୍ୟ, ନିରଞ୍ଜନ ଭଟ୍ଟ ଓ ଡ. ଏ ସି ମହାକୁଡ଼ଙ୍କୁ ପୁରସ୍କୃତ କରାଯାଇଥିଲା।
ବି. ଆର୍. ଲାଇଫ୍ କଳିଙ୍ଗ ହସ୍ପିଟାଲର ୨୨ତମ ସ୍ବନକ୍ଷତ୍ର
/sambad/media/post_attachments/wp-content/uploads/2019/02/HospitalBannerImage35869.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)