ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରିରେ ‘ଫ୍ରି ସପିଙ୍ଗ୍‌ ୱିକେଣ୍ଡ୍‌’ ଆରମ୍ଭ

ଭୁବନେଶ୍ବର : ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରିର ଭୁବନେଶ୍ବର ଓ କଟକରେ ଥିବା ଷ୍ଟୋର୍‌ରେ ଆଜି ଠାରୁ ‘ଫ୍ରି ସପିଙ୍ଗ୍‌ ୱିକେଣ୍ଡ୍‌’ ଆରମ୍ଭ ହୋଇଛି ଯାହା ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରୁ ଏହାକୁ ନେଇ ଗ୍ରାହକମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଷ୍ଟୋର୍‌ରେ ଗ୍ରାହକଙ୍କ ଭିଡ଼ ଜମିଛି। ଏହି ଅଫରରେ ଗ୍ରାହକମାନେ ୨୦୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ଅସଲି ବ୍ରାଣ୍ଡ୍‌ର ସାମଗ୍ରୀ କିଣିବାର ସୁଯୋଗ ପାଇଛନ୍ତି। ଗ୍ରାହକମାନେ ୫୦୦୦ ଟଙ୍କାର ସପିଙ୍ଗ୍‌ କରି ୨୦୦୦ ଟଙ୍କା ପ୍ରଦାନ କରିବେ। ସେହି ଟଙ୍କାକୁ କଂପାନି ୧୨୦୦ ଟଙ୍କାର ଗିଫ୍‌ଟ ଭାଉଚର୍‌, ୫୦୦ ଟଙ୍କାର ପୋଷାକ ଓ ଫ୍ୟୁଚର୍‌ ପେ’ ୱାଲେଟ୍‌ରେ ୩୦୦ ଟଙ୍କାର କ୍ୟାସ୍‌ବ୍ୟାକ୍ ଜରିଆରେ ଫେରସ୍ତ କରି ସପିଙ୍ଗ୍‌କୁ ସମ୍ପୂର୍ଣ୍ଣ ମାଗଣା କରୁଛି। ଏହି ସପିଙ୍ଗ୍‌ ଲାଗି ଟିକଟ ବ୍ୟବସ୍ଥା କରାଯାଇଛି ଯାହାକୁ ଗ୍ରାହକମା‌ନେ ଇନସାଇଡର୍‌ ଡଟ୍‌ କମ୍ ଓ ବ୍ରାଣ୍ଡ୍‌ଫ୍ୟାକ୍ଟ୍ରି ଡଟ୍‌ ଇନ୍‌ରେ ଅନ୍‌ଲାଇନ୍ ବୁକ୍ କରିପାରିବେ। ଅନ୍ୟଥା ସେମାନେ ଷ୍ଟୋର୍‌ରୁ ମଧ୍ୟ ଏହି ଟିକଟ ପାଇପାରିବେ ବୋଲି କଂପାନିର କ୍ଲଷ୍ଟର ମ୍ୟାନେଜର ମାନସ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର