ପ୍ରଶ୍ନ: ପୁରସ୍କାର ବିଷୟରେ ଆପଣଙ୍କ ମତ କ’ଣ?
ଉତ୍ତର: ଓଡ଼ିଶା ନିଜେ ହେଉଛି ଭାରତର ଏକ ଶ୍ରେଷ୍ଠ ବ୍ରାଣ୍ଡ୍। ଓଡ଼ିଶାକୁ ଆଗକୁ ନେଉଥିବା ଲୋକ ଓ ସଂସ୍ଥାଗୁଡ଼ିକୁ ସମ୍ମାନିତ ଓ ସ୍ବୀକୃତି ପ୍ରଦାନ କରିବା ପାଇଁ ସମ୍ବାଦର ଏହା ଏକ ଉତ୍କୃଷ୍ଟ ଅଭିଯାନ। ଏହି ଉଦ୍ୟମ ପାଇଁ ପ୍ରଶଂସା ପାଇବାକୁ ସମ୍ବାଦ ଗ୍ରୁପ୍ ହକଦାର୍।
ପ୍ରଶ୍ନ: ଏହି ପୁରସ୍କାର ଉଦ୍ୟୋଗୀମାନଙ୍କୁ ଅଧିକ ସଫଳତା ହାସଲ କରିବା ପାଇଁ ଉତ୍ସାହିତ କରିବ କି?
ଉତ୍ତର: ପୁରସ୍କାର ଓ ସମ୍ମାନ ସବୁବେଳେ ଉତ୍ସାହପ୍ରଦ। ସମ୍ବାଦ ଗ୍ରୁପ୍ ଭଳି ଗଣମାଧ୍ୟମ ସଂସ୍ଥାର ପୁରସ୍କାର ହାସଲ କରିବା ନିଶ୍ଚିତପକ୍ଷେ ସେମାନଙ୍କ ବିଶ୍ବାସ ବଢ଼ାଇବ ଓ ଉଚ୍ଚତର ମାନଦଣ୍ଡ ଧାର୍ଯ୍ୟ କରିବାକୁ ଅନୁପ୍ରାଣିତ କରିବ। ସେମାନଙ୍କ ସଫଳତା କାହାଣୀ ଅନ୍ୟମାନଙ୍କୁ ବିଶେଷ କରି ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇଗୁଡ଼ିକୁ ଅନୁପ୍ରାଣିତ କରିବ।
ପ୍ରଶ୍ନ: ଓଡ଼ିଶାର କେଉଁ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି?
ଉତ୍ତର: ରାଜ୍ୟର କୃଷି, ମେରାଇନ୍ ଫୁଡ୍, ଖଣି ଓ ଖଣିଜରେ ମୂଲ୍ୟଯୋଗ କରିବାର ସୁଯୋଗ ରହିଛି। ଏହା ବ୍ୟତୀତ ପର୍ଯ୍ୟଟନରେ ମଧ୍ୟ ବହୁତ ସୁଯୋଗ ଅଛି। ପେଟ୍ରୋଲିୟମ୍, ଫାର୍ମାସ୍ୟୁଟିକାଲ୍, ଜାହଜ ନିର୍ମାଣ ଓ ରତ୍ନପଥର କ୍ଷେତ୍ରରେ ମଧ୍ୟ ରାଜ୍ୟରେ ଅଭିବୃଦ୍ଧିର ବିପୁଳ ସୁଯୋଗ ରହିଛି।
ପ୍ରଶ୍ନ: କେଉଁ କ୍ଷେତ୍ର ପ୍ରତି ତୁରନ୍ତ ସରକାରୀଙ୍କ ହସ୍ତକ୍ଷେପ ଦରକାର?
ଉତ୍ତର: ଇସ୍ପାତ, ଆଲୁମିନିୟମ, ପ୍ଲାଷ୍ଟିକ୍ ଓ ମେରାଇନ୍ ଫୁଡ୍ରେ ଶିଳ୍ପ ପାର୍କ ସ୍ଥାପନ ପ୍ରତି ସରକାରଙ୍କୁ ଉତ୍ସାହ ସୃଷ୍ଟି କରିବାକୁ ପଡ଼ିବ। ଏହି ପ୍ରକଳ୍ପଗୁଡ଼ିକ ବିପୁଳ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ। ଖଣି ଓ ଖଣିଜ ଏବଂ ଅଟୋମୋବାଇଲ୍ ଶିଳ୍ପରେ ମୂଲ୍ୟଯୋଗ (ଭାଲ୍ୟୁ ଆଡିସନ୍) କରିହେବ।
ପ୍ରଶ୍ନ: ନୂଆ ଉଦ୍ୟୋଗୀଙ୍କ ପାଇଁ ଆପଣଙ୍କ ବାର୍ତା କ’ଣ?
ଉତ୍ତର: ଉଦ୍ୟମିତା ହେଉଛି ଏକ ତପସ୍ୟା। ଜଣେ ସଚ୍ଚୋଟ ଉଦ୍ୟୋଗପତି କେବଳ କେବଳ ଲାଭ ପାଇଁ ଲକ୍ଷ୍ୟ ରଖେ ନାହିଁ। ସେମାନେ ଏକ ଉତ୍ତମ ଭବିଷ୍ୟତ ପାଇଁ କାମ କରନ୍ତି। ନୂଆ ଉଦ୍ୟୋଗୀମାନେ ଲୋକମାନଙ୍କ ସମସ୍ୟା ପାଇଁ ଅଭିନବ ସମାଧାନ ପ୍ରଦାନ କରିବା ଉପରେ କାମ କରିବା ଦରକାର। ସବୁବେଳେ ଉଚ୍ଚ ପ୍ରଦର୍ଶନ କରିବା ପାଇଁ ସେମାନେ ଭିତରେ ଭୋକ ରହିବା ଦରକାର।
ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ୨୦୧୯
ଓଡ଼ିଶା ଭାରତର ଏକ ଶ୍ରେଷ୍ଠ ବ୍ରାଣ୍ଡ୍
/sambad/media/post_attachments/wp-content/uploads/2018/12/Untitled-9-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)