ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସେଲେନ୍ସ ଆୱାର୍ଡ ୨୦୧୯

ସିଏସ୍‌ଆର୍‌ କାମକୁ ମିଳିବ ସ୍ବୀକୃତି

ସାଧାରଣରେ ଧାରଣା ରହିଛି ଯେ କଂପାନି କିମ୍ବା କର୍ପୋରେଟ୍‌ର ଅର୍ଥ ହେଉଛି ବ୍ୟବସାୟ। କେବଳ ବ୍ୟବସାୟ ଓ ଆଉ ଲାଭ। ଲୋକମାନଙ୍କ ଏହି ଭାବନା କିନ୍ତୁ ଆଂଶିକ ସତ। ଆମ ରାଜ୍ୟରେ କାରବାର କରୁଥିବା ଅନେକ ସଂସ୍ଥା କେବଳ ବ୍ୟବସାୟ ଭିତରେ ନିଜକୁ ସୀମିତ ରଖିନାହାନ୍ତି।‌ ସେମାନେ ଲାଭର କିଛି ଭାଗ ସମାଜର କଲ୍ୟାଣ ବାବଦରେ ଖର୍ଚ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ଅନେକ କ୍ଷେତ୍ରରେ ସେମାନେ ନିଷ୍ଠାର ସହିତ କାମ କରୁଛନ୍ତି। ତାଙ୍କର ସେହି କାମକୁ କୁହାଯାଏ ସିଏସ୍‌ଆର୍‌ ବା କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ। ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ସଂସ୍ଥା ସ୍ବେଚ୍ଛାକୃତ ଭାବେ ଏଭଳି ସାମାଜିକ କଲ୍ୟାଣମୂଳକ କାମ କରୁଥିଲେ। ଏବେ ପ୍ରାୟ ସବୁ ପ୍ରକାର ସଂସ୍ଥା ଏଥିରେ ଜଡ଼ିତ ହେଲେଣି। ପ୍ରକଳ୍ପ ଥିବା ସ୍ଥାନର ପାରିପାର୍ଶ୍ବିକ ଉନ୍ନତି ପାଇଁ ଅନେକ କଂପାନି ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି। କଂପାନି ନିୟମରେ ସିଏସ୍‌ଆର୍‌କୁ ବାଧ୍ୟତାମୂଳକ କରାଯିବା ପରେ ପ୍ରାୟ ସବୁ ସଂସ୍ଥା ସିଏସ୍‌ଆର୍‌ କାମ କରୁଛନ୍ତି। ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ସେବା ଶିବିର, ଦକ୍ଷତା ତାଲିମ କାର୍ଯ୍ୟକ୍ରମ, ଶିକ୍ଷା ପାଇଁ ଭିତ୍ତିଭୂମିର ବିକାଶ, ପାନୀୟ ଜଳ ଯୋଗାଣ, ସ୍କୁଲ ଘର ନିର୍ମାଣ ଆଦି ବିବିଧ କାର୍ଯ୍ୟରେ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ କରାଯାଉଛି। ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସେଲେନ୍ସ ଆୱାର୍ଡ-୨୦୧୯ରେ ଏଥର ସ୍ବତନ୍ତ୍ର ସିଏସ୍‌ଆର୍‌ ପୁରସ୍କାର ପ୍ରଦାନ କରାଯିବ। ଯେଉଁ ସଂସ୍ଥାଗୁଡ଼ିକ ଉଲ୍ଲେଖନୀୟ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ଓ ସେମାନଙ୍କ ଉଦ୍ୟମକୁ ସ୍ବୀକୃତି ପ୍ରଦାନ କରିବାର ଏକ ଛୋଟ ପ୍ରୟାସ ହେଉଛି ଏହି ପୁରସ୍କାର। ଯେଉଁ ସଂସ୍ଥା କିମ୍ବା କଂପାନି ଓଡ଼ିଶାରେ ସିଏସ୍‌ଆର୍‌ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ କରୁଛନ୍ତି ସେମାନେ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ ପାଇଁ ଆବେଦନ କରିପାରିବେ। ସେମାନେ www.sambadawards.comରେ ଲଗ୍ ଇନ୍ କରି ପୁରସ୍କାର ପାଇଁ ଆବେଦନ କରିପାରିବେ। ଅଧିକ ବିବରଣୀ ପାଇଁ ୯୮୬୧୦୯୪୧୭୪ରେ କଲ୍ କରିପାରିବେ କିମ୍ବା [email protected]କୁ ଇ-ମେଲ୍‌ କରିପାରିବେ।

ସମ୍ବନ୍ଧିତ ଖବର