ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ସେମାନଙ୍କ ମୁହଁରୁ…
‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ ଆସନ୍ତା ୧୯ ତାରିଖରେ ହୋଟେଲ ମେ’ ଫେୟାର ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଦାନ କରାଯିବ। ‘ସମ୍ବାଦ’ର ଏହି ପ୍ରୟାସ ସମ୍ପର୍କରେ ରାଜ୍ୟର ବିଭିନ୍ନ ଶିଳ୍ପସଂଘ, ଉଦ୍ୟୋଗୀ, ବିଶେଷଜ୍ଞ ଓ ଖ୍ୟାତନାମା ବ୍ୟକ୍ତିଙ୍କ ମତାମତ କ’ଣ ରହିଛି ସେ ସମ୍ପର୍କରେ ଏଠାରେ ସେମାନଙ୍କ ମୁହଁରୁ ଶୀର୍ଷକରେ ପ୍ରକାଶ କରୁଛୁ।

ସମ୍ବାଦ ଏହି ପଦକ୍ଷେପ ଜରିଆରେ ଏକ ମିଡିଆ ହାଉସ୍‌ ଭାବେ ଭିନ୍ନ ଭୂମିକା ନିର୍ବାହ କରୁଛି। ଏହି ପଛୁଆ ରାଜ୍ୟର ସଂସ୍ଥାଗୁଡ଼ିକର ପ୍ରସାର କରିବା କାର୍ଯ୍ୟ ସମ୍ବାଦ ଜାରି ରଖିବା ଦରକାର। ଏହା ହେଲେ ଏହି ସଂସ୍ଥାଗୁଡ଼ିକ ନିଜ କାରବାରକୁ ଦେଶବିଦେଶରେ ପ୍ରସାର କରିପାରିବେ। ମୋ ମତରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାକୁ ଅଧିକ ଗୁରୁତ୍ବ ପ୍ରଦାନ କରାଯିବା ଦରକାର, କାରଣ ସେମାନେ ହିଁ ପ୍ରୋତ୍ସାହନ ଆବଶ୍ୟକ କରନ୍ତି। ଯଦି ସମ୍ବାଦ ସଫଳତାର ସହିତ ଏହି ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରି ଆଗକୁ ବଢ଼ିବାରେ ସହାୟତା ପ୍ରଦାନ କରିପାରିବ ତେବେ ଏହା ରାଜ୍ୟର ଶିଳ୍ପାୟନକୁ ବହୁତ ଆଗକୁ ବଢ଼ାଇପାରିବ।
ରାଜେନ୍ଦ୍ର କୁମାର ମିଶ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ, ମଡର୍ଣ୍ଣଟେଷ୍ଟ୍‌

ସମ୍ବନ୍ଧିତ ଖବର