ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୨: ଏକନିଷ୍ଠ ପରିଶ୍ରମ ବ୍ୟବସାୟରେ ସଫଳତା ଦେଇଥା‌ଏ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠାପର ଉଦ୍ୟମ ଓ ନିରବଚ୍ଛିନ୍ନ ସଂଗ୍ରାମ ଫଳରେ ଓଡ଼ିଶାରେ ଅନେକ ଶିଳ୍ପ ସୃଷ୍ଟି ହୋଇଛି। ଉନ୍ନତ ବଜାର ବ୍ୟବସ୍ଥା, ନିର୍ଭରଯୋଗ୍ୟ ପ୍ରୋତ୍ସାହନ ଆଦି ଓଡ଼ିଶାର ଯୁବ ଉଦ୍ୟୋଗୀମାନଙ୍କୁ ନିଜର ଏକ ସ୍ବତନ୍ତ୍ର ବ୍ରାଣ୍ଡ୍ ପ୍ରସ୍ତୁତିରେ ସାହାଯ୍ୟ କରୁଛି। ଏପରି ସ୍ଥଳେ, ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ତଥା ବେଶ୍‌ ଜନାଦୃତ ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ‌ଉଦ୍ୟୋଗୀମାନଙ୍କୁ ପରିଚିତ ବ୍ରାଣ୍ଡ୍ ସୃଷ୍ଟିରେ ସହାୟକ ହେଉଛି। ଓଡ଼ିଶାର କମ୍ପାନିମାନଙ୍କର ଦକ୍ଷତାକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ଭାବେ ଉଭା ହୋଇପାରିଛି। ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ନିଜର ବ୍ରାଣ୍ଡ୍‌ ସୃଷ୍ଟି କରିବାରେ ଏହା ଅନେକାଂଶରେ ଅନୁପ୍ରାଣିତ କରିଛି ବୋଲି ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଇଲେକ୍ଟ୍ରିକାଲ ମ୍ୟାନୁଫାକଚର୍ସ ଆସୋସିଏସନ (ଓଇଇଏମ୍‌ଏ)ର ସଭାପତି ତଥା ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡର ସିଏମ୍‌ଡି ମହେନ୍ଦ୍ର କୁମାର ଗୁପ୍ତା ମତ ଦେଇଛନ୍ତି।

ସମ୍ବାଦକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ୧୯୬୧ ମସିହାରୁ ଆରମ୍ଭ ହୋଇଥିବା ଗୁପ୍ତା ପାୱାର ସର୍ବଦା ନୈତିକତା ଉପରେ ଗୁରୁତ୍ବ ଦେଇ ଗୁଣାତ୍ମକ ଉତ୍ପାଦ ପ୍ରସ୍ତୁତ କରିଥାଏ। କମ୍ପାନି ଉପରେ ଲୋକମାନଙ୍କର ଥିବା ଆସ୍ଥାକୁ ଆମେ ଅତୁଟ ରଖିବାକୁ ସର୍ବଦା ପ୍ରତିବଦ୍ଧ। ଲୋକମାନଙ୍କୁ ସଶକ୍ତ କରିବା ହିଁ ଆମର ମୂଳମନ୍ତ୍ର। ୱେୟାର ଆଣ୍ଡ୍ କେବୁଲ, ଏଲ୍‌ଇଡି, ଇପିସି, ୱେୟାରରଡ୍, କଣ୍ଡକ୍ଟର ଏବଂ ଅପ୍ଟିକାଲ ଫାଇବର କେବୁଲ ନିର୍ମାଣରେ କମ୍ପାନି ଯୁଗାନ୍ତକାରୀ ମାଇଲଖୁଣ୍ଟ ହାସଲ କରିଛି। ଭବିଷ୍ୟତରେ ମଧ୍ୟ ଆହୁରି ଅନେକ ଗୁଣାତ୍ମକ ଉତ୍ପାଦ ପ୍ରସ୍ତୁତି କରିବା ଯୋଜନା ରଖିଛି। ସୌରଶକ୍ତି ପ୍ରକଳ୍ପ ନିର୍ମାଣରେ ମଧ୍ୟ କମ୍ପାନି ଅନେକ ସଫଳତା ହାସଲ କରିଛି। ଏକ ନିର୍ଭରଯୋଗ୍ୟ ବ୍ୟବସାୟ ପ୍ରତିଷ୍ଠାନ ଭାବେ ୨୦୨୦ ମସିହାରେ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକଚର ଏହି ସମ୍ମାନଜନକ ପୁରସ୍କାର ହାସଲ କରିଥିଲା। ଜେଆର୍‌ଜି ଗ୍ରୁପ୍‌ର ଏକ ଫ୍ଲାଗସିପ୍‌ କମ୍ପାନି ଭାବେ ଗୁପ୍ତା ପାୱାର ନିଜର ସଂପୂର୍ଣ୍ଣ ବ୍ୟବସାୟକୁ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଉତ୍ସର୍ଗୀକୃତ କରିଛି ବୋଲି ଶ୍ରୀ ଗୁପ୍ତା କହିଛନ୍ତି। ସମାଜ ସଶକ୍ତ ହେଲେ ବ୍ରାଣ୍ଡ୍‌ ପ୍ରତି ଜନସାଧାରଣଙ୍କର ଥିବା ଧାରଣାରେ ପରିବର୍ତ୍ତନ ଆସିବ। ଏଥିସହିତ ଯୁବ ଉଦ୍ୟୋଗୀମାନେ ଧୈର୍ଯ୍ୟଚ୍ୟୁତ ନହୋଇ ଏକନିଷ୍ଠ ଭାବରେ ପରିଶ୍ରମ କରିଲେ ବ୍ୟବସାୟରେ ନିଶ୍ଚିତ ଭାବେ ସଫଳ ହେବେ ବୋଲି ସେ କହିଛନ୍ତି।
ମହେନ୍ଦ୍ର କୁମାର ଗୁପ୍ତା
ସଭାପତି, ଓଡ଼ିଶା ଇଲେ‌କ୍ଟ୍ରୋନିକ୍ସ ଆଣ୍ଡ୍ ଇଲେକ୍ଟ୍ରିକାଲ ମ୍ୟାନୁଫ‌ାକଚର୍ସ ଆସୋସିଏସନ (ଓଇଇଏମ୍‌ଏ)

ଆବେଦନକାରୀଙ୍କ ପାଇଁ ସୂଚନା

 ଓଡ଼ିଶାରୁ ରାଜ୍ୟ ବାହାରକୁ ଏବଂ ବିଦେଶକୁ ଖଣିଜ ସାମଗ୍ରୀ ରପ୍ତାନି କରୁଥିବା କମ୍ପାନି ଏହି ପୁରସ୍କାର ପାଇଁ ଆବେଦନ କରିପାରିବି କି?
ଉତ୍ତର: ହଁ, ଏଥିପାଇଁ ଆବେଦନ କରିହେବ। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। କିନ୍ତୁ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାରେ ହୋଇଥିବା ଆବଶ୍ୟକ।
 ବିଦେଶକୁ ସଫ୍ଟୱେର ସେବା ଯୋଗାଇ ଦେଉଥିବା ଓଡ଼ିଶାର ଆଇଟି କମ୍ପାନି ଭାଗ ନେଇପାରିବ କି?
ଉତ୍ତର: ଓଡ଼ିଶାର କମ୍ପାନି ଭାବେ ବିଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଥିବାରୁ ଆବେଦନ କରିହେବ।
 ରାଜ୍ୟର କୃଷିଭିତ୍ତିକ ସାମଗ୍ରୀ ରପ୍ତାନିକାରୀ କମ୍ପାନି ଅଂଶଗ୍ରହଣ କରିପାରିବେ କି?
ଉତ୍ତର: ରାଜ୍ୟରେ ସୃଷ୍ଟି ହୋଇ ରାଜ୍ୟ ବାହାରେ ନିଜର ସାମଗ୍ରୀ ଓ ସେବା ପହଞ୍ଚାଇ ପାରିଥିବା ସବୁ ପ୍ରକାର କମ୍ପାନି ଏଥିପାଇଁ ଆବେଦନ କରିପାରିବେ।
ଦୁଗ୍ଧ ଓ କୁକୁଡ଼ାଜାତ ସାମଗ୍ରୀ ବ୍ୟବସାୟରେ ଥିବା ରାଜ୍ୟର ଏକ କମ୍ପାନି କିଭଳି ଏଥିରେ ସାମିଲ ହେବ?
ଉତ୍ତର: କମ୍ପାନିର ସାମଗ୍ରୀ ରାଜ୍ୟ ବାହାରେ ପହଞ୍ଚିଥିବା ଆବଶ୍ୟକ। କର୍ତ୍ତୃପକ୍ଷ ସେମାନଙ୍କ ୩ ବର୍ଷର ବ୍ୟବସାୟ କାରବାର ଓ ଅନ୍ୟାନ୍ୟ ସୂଚନା ପୁରସ୍କାର ପାଇଁ ଉଦ୍ଦିଷ୍ଟ ‌ୱେବସାଇଟ୍‌ରେ ଅପଲୋଡ୍‌ କରି ସାମିଲ ହୋଇପାରିବେ।
 ରାଜ୍ୟର ହୋଟେଲ ଏବଂ ରେ‌ସ୍ତୋରାଁଗୁଡ଼ିକ ଏଥିପାଇଁ ଆବେଦନ କରିପାରିବେ କି?
ଉତ୍ତର: ରାଜ୍ୟ ବାହାରେ ଶାଖା ଖୋଲିଥିଲେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ।
ଷ୍ଟାର୍ଟ ଅପ୍‌ ଉଦ୍ୟୋଗମା‌ନେ ଏଥିପାଇଁ ଯୋଗ୍ୟ କି?
ଉତ୍ତର: ରାଜ୍ୟର ଷ୍ଟାର୍ଟ ଅପ୍‌ ଉଦ୍ୟୋଗୀମାନେ ଯଦି ରାଜ୍ୟ ବାହାରେ ନିଜର ଉତ୍ପାଦ ଓ ସେବାକୁ ପହଞ୍ଚାଇ ପାରିଥିବେ ତାହେଲେ ସେମାନେ ଏଥିପାଇଁ ଆବେଦନ କରିପାରିବେ। ଷ୍ଟାର୍ଟ ଅପ୍‌/ଇମର୍ଜିଂ ବର୍ଗରେ ଏଥିପାଇଁ ଆାବେଦନ କରିହେବ।
 ରାଜ୍ୟର ଏମଏସଏମଇ ଉଦ୍ୟୋଗୀମାନେ କେମିତି ଭାଗ‌ନେବେ?
ଉତ୍ତର: ରାଜ୍ୟ ବାହାରେ ଏବଂ ବିଦେଶରେ ନିଜର ଉତ୍ପାଦ ଓ ସେବାକୁ ପହଞ୍ଚାଇ ପାରିଥିବା ଏମଏସଏମଇଗୁଡ଼ିକ ଏଥିପାଇଁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମିଡିୟମ ଏବଂ ସ୍ମଲ ବର୍ଗରେ ଆବେଦନ କରିପାରିବେ।
 ଆବେଦନ ପାଇଁ କମ୍ପାନିଟି ଅତିକମ୍‌ରେ କେତେବର୍ଷର ହୋଇଥିବା ଆବଶ୍ୟକ?
ଉତ୍ତର: ଅତିକମ୍‌ରେ ୩ ବର୍ଷର କମ୍ପାନି ହୋଇଥିଲେ ଏହି ପୁରସ୍କାର ପାଇଁ ଆବେଦନ କରିହେବ।
 ଆବେଦନ ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର କେଉଁଠୁ ମିଳିବ?
ଉତ୍ତର: www.sambadawards.com ୱେବସାଇଟରେ ଆବେଦନ ବେଳେ ଯଦି ଅସୁବିଧାରେ ପଡ଼ନ୍ତି ତାହେଲେ ପ୍ରଭାସ ସାହୁଙ୍କ ଟେଲିଫୋନ ନମ୍ବର ୯୪୩୭୦୯୭୫୧୪ରେ କିମ୍ବା [email protected]ରେ ଇ-ମେଲ୍ କରି ଯୋଗାଯୋଗ କରିପାରିବେ।
 କେତୋଟି ବର୍ଗରେ ପୁରସ୍କାର ଦିଆଯିବ?
ଉତ୍ତର: ସିଏସଆର, ଲାର୍ଜ, ମିଡିୟମ, ସ୍ମଲ ଏବଂ ଇମର୍ଜିଂ/ଷ୍ଟାର୍ଟଅପ୍‌ ବର୍ଗରେ ପୁରସ୍କାର ଦିଆଯିବ।

ସମ୍ବନ୍ଧିତ ଖବର