ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୨: ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାଦାୟୀ ହେବ

ଏହି ପୁରସ୍କାର ଏକ ଉତ୍ତମ ପଦକ୍ଷେପ

ଉଦ୍ୟମିତା ବେଶ ଗୁରୁତ୍ବପୂର୍ଣ୍ଣ, କାରଣ ଏହା ପାଖରେ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଓ ସମ୍ପତ୍ତି ସୃଷ୍ଟି କରିବାର କ୍ଷମତା ରହିଛି। ଏହା ସାମାଜିକ ପରିବର୍ତ୍ତନ ଓ ନବସୃଜନକୁ ଆଗକୁ ବଢ଼ାଇଥାଏ। ଉଦ୍ୟୋଗୀମାନେ ହେଉଛନ୍ତି ଜାତୀୟ ସମ୍ପତ୍ତି ଯାହା ସୃଷ୍ଟି କରିବା ସହ ସେମାନଙ୍କ ଯଥା ସମ୍ଭବ ପ୍ରସାର କରାଯିବା ଦରକାର। ବିଶ୍ବର ବହୁ ଦେଶ ଏଥିପାଇଁ ‌ଦୁନିଆର ନେତୃତ୍ବ ନେଉଛନ୍ତି କାରଣ ସେମାନେ ନବସୃଜନ, ଗବେଷଣା ଓ ଉଦ୍ୟମିତା‌ ଚିନ୍ତାଧାରାକୁ ଗୁରୁତ୍ବ ଦେଉଛନ୍ତି। ଦୁର୍ଭାଗ୍ୟର ବିଷୟ ହେଉଛି ଏହା ଯେ ସମାଜ ପ୍ରତି ଉଦ୍ୟୋଗୀମାନଙ୍କ ଅବଦାନକୁ ଠିକ୍ ଭାବେ ମାନ୍ୟତା ମିଳୁନାହିଁ। ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିବା ଲାଗି ସମ୍ବାଦ ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ଭଳି ଅଭିଯାନ ଆରମ୍ଭ କରିଥିବା ଜାଣି ବହୁତ ଖୁସି ଲାଗୁଛି। ଏହି ପୁରସ୍କାରର ପଞ୍ଚମ ସଂସ୍କରଣ ସମାରୋହକୁ ସମ୍ବାଦ ଆୟୋଜନ କରିବାକୁ ଯାଉଛି। ମୁଁ ନିଶ୍ଚିତ ଯେ ଏହି ପୁରସ୍କାର ଆମ ରାଜ୍ୟର ଉଦ୍ୟୋଗୀମାନଙ୍କ ପାଇଁ ପ୍ରେରଣାଦାୟୀ ସାବ୍ୟସ୍ତ ହେବ ଓ ଆମ ରାଜ୍ୟକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ସୁଦୃଢ଼ କରିବ ଓ ଏହା ରାଜ୍ୟ ପାଇଁ ସମ୍ମାନ ଓ ଗୌରବ ଆଣିବ। ମୁଁ ଏହି ପୁରସ୍କାର ସମାରୋହର ସଫଳତା କାମନା କରୁଛି।
ପଞ୍ଚାନନ ଦାଶ
ସଭାପତି, ଫୋରମ୍ ଫର୍‌ ଏଣ୍ଟରପ୍ରେନ୍ୟୁଅର୍‌ସିପ୍ ଡେଭେଲପ୍‌ମେଣ୍ଟ୍‌, ଓଡ଼ିଶା

ଏହି ପୁରସ୍କାର ଏକ ଉତ୍ତମ ପଦକ୍ଷେପ
ଉଦ୍ୟୋଗ ଜଗତର ବିକାଶ ପାଇଁ ସରକାରଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏଥିପାଇଁ ଯେଉଁ ସବୁ ଗାଇଡ୍‌ଲାଇନ ଓ ନୀତି ନିୟମ ରହିଛି ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେବା ଦରକାର। ତାହା ହେଲେ ଉଦ୍ୟୋଗ ସ୍ଥାପନ କରିବାକୁ ଅଧିକରୁ ଅଧିକ ଲୋକ ଆଗ୍ରହ ପ୍ରକାଶ କରିବେ। ଉଦ୍ୟୋଗୀ ସୃଷ୍ଟି କରିବା ପ୍ରତି ସରକାରଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଉଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ ଓ ମାନ୍ୟତା ପ୍ରଦାନ କରିବା ଲାଗି ବଡ଼ ମଞ୍ଚ ରହିଛି। ଉଦ୍ୟୋଗୀମାନଙ୍କ ପାଇଁ ଏଭଳି ମଞ୍ଚର ସଂଖ୍ୟା ସୀମିତ। ଏହି ଦୃଷ୍ଟିରୁ ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ନିଶ୍ଚିତ ରୂପେ ଏକ ବହୁତ ଭଲ ପଦକ୍ଷେପ। ଏହା ଦ୍ବାରା ରାଜ୍ୟରେ ତଥା ରାଜ୍ୟ ବାହାରେ ଭଲ କାମ କରୁଥିବା ଉଦ୍ୟୋଗୀମାନଙ୍କ ପ୍ରତି ଧ୍ୟାନ କେନ୍ଦ୍ରିତ ହେବ। ସେମାନଙ୍କୁ ଗୁରୁତ୍ବ ମିଳିବ। ଉଦ୍ୟୋଗୀମାନଙ୍କ ଏକ ଦଳ ମଧ୍ୟରୁ ଯଦି କୌଣସି ଜଣେ ନିର୍ଦିଷ୍ଟ ଉଦ୍ୟୋଗୀ ପୁରସ୍କୃତ ହେବେ ତେବେ ସେହି ଦଳର ଅନ୍ୟମାନେ ନିଶ୍ଚିତ ରୂପେ ଅନୁପ୍ରାଣିତ ହେବେ। ସେମାନେ ଆହୁରି ଭଲ କାମ କରି କିଭଳି ପୁରସ୍କୃତ ହେବେ ସେଥିପାଇଁ ଉଦ୍ୟମ କରିବେ। ଏହା ଏକ ଉତ୍ତମ ପଦକ୍ଷେପ ବୋଲି ମୁଁ କହୁଛି। ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବାରେ ଏହି ପୁରସ୍କାର ବିଶେଷ ସହାୟକ ହେବ।
ବିଦୂ ଭୂଷଣ ପାତ୍ର
ସଭାପତି, ଦି ଓଡ଼ିଶା ଡ୍ରଗ୍‌ ମାନୁଫାକ୍‌ଚରିଂ ଆସୋସିଏସନ୍

ସମ୍ବନ୍ଧିତ ଖବର