ଭୁବନେଶ୍ବର: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୦ର ଆବେଦନ ସମୟ ସୀମାକୁ ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି। ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ଏହି ପୁରସ୍କାର ଲାଗି ଆବେଦନ କରାଯାଇପାରିବ। ଆସନ୍ତା ୧୭ ତାରିଖରେ ମେ’ ଫେୟାର୍ କନ୍ଭେନ୍ସନ୍ରେ ଆୟୋଜନ କରାଯିବାକୁ ଥିବା ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ପାଞ୍ଚଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଯେଉଁ ସବୁ ବର୍ଗରେ ପୁରସ୍କାର ଦିଆଯିବ ସେଗୁଡ଼ିକ ହେଉଛି କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (ସିଏସ୍ଆର୍), ଲାର୍ଜ (ବୃହତ୍), ମିଡିଅମ୍ (ମଧ୍ୟମ), ସ୍ମଲ୍ (କ୍ଷୁଦ୍ର) ଏବଂ ଇମର୍ଜିଂ/ଷ୍ଟାର୍ଟଅପ୍। ପ୍ରତି ବର୍ଗ ପାଇଁ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର୍ ଭଳି ତିନିଟି ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ଆବେଦନକାରୀମାନେ ୱେବସାଇଟ୍ ‘www.sambadawards.com’ ପରିଦର୍ଶନ କରି ଅନ୍ଲାଇନ୍ରେ ଆବେଦନ କରିପାରିବେ। ସିଏସ୍୍ଆର ବର୍ଗରେ ଆବେଦନ କରୁଥିବା ସଂସ୍ଥାଗୁଡ଼ିକ ଅନ୍ୟ ବର୍ଗ ପାଇଁ ମଧ୍ୟ ଆବେଦନ କରିପାରିବେ। ଆବେଦନର ସମୟ ସୀମା ଶେଷ ହେବା ପରେ ଆସିଥିବା ସମସ୍ତ ଆବେଦନକୁ ସ୍ବାଧୀନ ଓ ଖ୍ୟାତି ସମ୍ପନ୍ନ ବିଚାରକ ମଣ୍ଡଳୀ ଅନୁଧ୍ୟାନ କରି ବିଜେତାଙ୍କୁ ବାଛିବେ। ଏହା ସମ୍ପୂର୍ଣ୍ଣ ଭାବେ ନିରପେକ୍ଷତାର ସହ କରାଯିବ। ଓଡ଼ିଶାରୁ ଜନ୍ମ ହୋଇ ଦେଶବିଦେଶରେ ଖ୍ୟାତି ଅର୍ଜନ କରିିଥିବା ବ୍ରାଣ୍ଡ୍ଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ତରଫରୁ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଛି। ଚଳିତ ବର୍ଷ ହେଉଛି ଏହି ପୁରସ୍କାରର ତୃତୀୟ ସଂସ୍କରଣ। ଆବେଦନ ସଂକ୍ରାନ୍ତ କୌଣସି ପ୍ରଶ୍ନର ଉତ୍ତର ଜାଣିବା ପାଇଁ www.sambadawards.in ପରିଦର୍ଶନ କରିପାରିବେ କିମ୍ବା ଟେଲିଫୋନ୍ ନମ୍ବର ୯୪୩୭୦୯୭୫୧୪ରେ ଯୋଗାଯୋଗ କରିପାରିବେ।
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ପାଇଁ ଆବେଦନ ୮ ତାରିଖ ପର୍ଯ୍ୟନ୍ତ ବଢ଼ିଲା
/sambad/media/post_attachments/wp-content/uploads/2020/01/brand-of-odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)