ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ‘ଓଡ଼ିଶା ଖାଇବା ତେଲର ଏକ ସ୍ବତନ୍ତ୍ର ବଜାର’

ଭାରତରେ ଖାଇବା ତେଲ ବଜାର ଆକାର କେତେ ବଡ଼ ଏବଂ ସେଥିରେ ଓଡ଼ିଶାର ଭାଗ କେତେ?
ଭାରତରେ ଖାଇବା ତେଲର ବଜାର ଆକାର ମାସିକ ୧୮ ଲକ୍ଷ ମେଟ୍ରିକ୍ ଟନ୍ ରହିଥିବାବେଳେ ଓଡ଼ିଶାରେ ମାସିକ ବଜାର ଆକାର ୫୦ ହଜାର ମେଟ୍ରିକ୍ ଟନ୍ ରହିଛି। ଦେଶର ମୋଟ ଖାଇବା ତେଲ ବଜାରରେ ଓଡ଼ିଶାର ଭାଗ ପାଖାପାଖି ୪ ପ୍ରତିଶତ।

ଓଡ଼ିଶାରେ ଲୋକଙ୍କ ମୁଣ୍ଡପିଛା ଖାଇବା ତେଲ ଖର୍ଚ୍ଚ କେତେ? ଏହାକୁ ବଢ଼ାଇବା ପାଇଁ କ’ଣ ଆବଶ୍ୟକ?
ଖାଇବା ତେଲ ବ୍ୟବହାର କ୍ଷେତ୍ରରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରକାର ବଜାର। ପ୍ରାୟ ପ୍ରତ୍ୟେକ ପରିବାରରେ ଦୁଇ ପ୍ରକାର ଖାଇବା ତେଲ ବ୍ୟବହାର ହୋଇଥାଏ। ଗୋଟିଏ ରିଫାଇନ୍ ଏବଂ ଅନ୍ୟଟି ସୋରିଷ ତେଲ। ଡାକ୍ତରମାନେ ମଧ୍ୟ ଏକାଧିକ ତେଲ ବ୍ୟବହାର ପାଇଁ ମତ ଦେଉଥିବାବେଳେ ଓଡ଼ିଶା ଲୋକେ ପୂର୍ବରୁ ଏହା କରିଆସୁଛନ୍ତି। ଓଡ଼ିଶାରେ ମୁଣ୍ଡ ପିଛା ଖାଇବା ତେଲ ବ୍ୟବହାର ୧୮ କିଗ୍ରା।

ଓଡ଼ିଶାରେ ଆପଣଙ୍କ କମ୍ପାନିର ବଜାର ଅଂଶ କେତେ ଏବଂ ବାର୍ଷିକ କେତେ ପ୍ରତିଶତ ଅଭିବୃଦ୍ଧି ହାସଲ କରୁଛନ୍ତି?
ସନଫ୍ଲାୱାର ତେଲ ବର୍ଗରେ ଫ୍ରିଡମ୍‌ର ବଜାର ଅଂଶ ପ୍ରାୟ ୪୬.୬% ରହିଛି ଏବଂ ରାଜ୍ୟରେ କମ୍ପାନି ୧ ନମ୍ବର ସ୍ଥାନରେ ରହିଛି। ଗ୍ରାମାଞ୍ଚଳରେ ୬୩ ପ୍ରତିଶତ ଲୋକ ଫ୍ରିଡମ୍‌ ସନଫ୍ଲାୱାର ବ୍ୟବହାର କରୁଛନ୍ତି। ଗତ ୧୦ ବର୍ଷ ହେଲା ଫ୍ରିଡମ୍‌ ବାର୍ଷିକ ୫୧% ହାରରେ ଆଗକୁ ବଢ଼ୁଛି।

ବଜାରରେ ଏକାଧିକ ଖାଇବା ତେଲ ରହିଥିବା‌ବେଳେ ଆପଣଙ୍କର ଦୃଶ୍ୟମାନତା ବଢ଼ାଇବା ପାଇଁ କ’ଣ ପଦକ୍ଷେପ ନେଉଛନ୍ତି?
ବଜାରରେ ଦୃଶ୍ୟମାନତା ବଢ଼ାଇବା ପାଇଁ ଟିଭିରେ କରାଯାଉଥିବା ବିଜ୍ଞାପନର ଯଥେଷ୍ଟ ଯୋଗଦାନ ରହିଛି। ଏତଦ୍‌ବ୍ୟତୀତ ବିକ୍ରୟ କେନ୍ଦ୍ରଗୁଡ଼ିକରେ ଯୋଗାଯୋଗ ସମେତ ଅତ୍ୟାଧୁନିକ ପ୍ୟାକେଜିଂ ଡିଜାଇନ୍‌ ଆମର ଦୃଶ୍ୟମାନତାକୁ ବଢ଼ାଇଛି। ଏସବୁ ବ୍ୟତୀତ ନିର୍ଦ୍ଦିଷ୍ଟ ବର୍ଗର ସମ୍ଭାବ୍ୟ ଗ୍ରାହକଙ୍କ ପାଇଁ ପ୍ରଚାର ଅଭିଯାନ ଏବଂ କୁକେରି ସୋ’ ମାନ ଆୟୋଜନ କରାଯାଉଛି। ଦୋକାନର ଥାକରେ ଆମର ୧ ଲିଟର ଏବଂ ୨ ଲିଟରର ପେଟ୍ ବୋତଲ ଦୃଶ୍ୟମାନତା ଦୃଷ୍ଟିରୁ ଲୋକଙ୍କ ମନରେ ଭଲ ପ୍ରଭାବ ପକାଇଥାଏ।

ସମ୍ବାଦର ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ଅଭିଯାନକୁ ଆପଣ କିଭଳି ଦେଖୁଛନ୍ତି?
ଓଡ଼ିଶା ବଜାରର ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିଥିବା ଲୋକପ୍ରିୟ ଏବଂ ପ୍ରତିଷ୍ଠିତ ବ୍ରାଣ୍ଡ୍‌ ଗୁଡ଼ିକକୁ ସ୍ବୀକୃତି ଦେବା ପାଇଁ ସମ୍ବାଦ ଗ୍ରୁପ୍‌ର ଏହା ଏକ ସ୍ବତନ୍ତ୍ର ପଦକ୍ଷେପ। ତେଣୁ ସମ୍ବାଦ ଗ୍ରୁପ୍‌ର ଏହି କାର୍ଯ୍ୟକ୍ରମ ସହିତ ଆମେ ନିଜକୁ ସାମିଲ କରି ଗର୍ବ ଅନୁଭବ କରୁଛୁ।

ଏତେ କମ୍ ସମୟ ଭିତରେ ଫ୍ରିଡମ୍ ଅଏଲ୍‌ ଏକ ନମ୍ବର ସ୍ଥାନରେ କେମିତି ପହଞ୍ଚି ପାରିଛି?
ଅନେକ କାରଣ ଯୋଗୁ ଏହା ହୋଇପାରିଛି। ଗ୍ରାହକଙ୍କ ସହିତ ନିରନ୍ତର ଏବଂ ପ୍ରଭାବୀ ଯୋଗାଯୋଗ ରଖିବା ସହିତ ଉତ୍ତମମାନର କ୍ରୁଡ୍ ଅଏଲ୍ ସଂଗ୍ରହ, ଏଫ୍‌ଏସ୍‌ଏସ୍‌ଏଆଇ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ ପାଳନ ସହିତ ଅତ୍ୟାଧୁନିକ ବ୍ୟବସ୍ଥାକୁ ଆପଣାଇ ଗ୍ରାହକଙ୍କୁ ଉତ୍ତମ ମାନର ତେଲ ଯୋଗାଇବା, ବ୍ୟାପକ ବିତରଣ ନେଟୱାର୍କ ସ୍ଥାପନ ଏବଂ ବ୍ୟବସାୟୀମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଯୋଗୁ ସ୍ବଳ୍ପ ସମୟ ମଧ୍ୟରେ ଫ୍ରିଡମ୍ ଅଏଲ୍‌ ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିଛି।

ଫ୍ରିଡମ୍ ବ୍ରାଣ୍ଡ୍‌ ଅଧୀନରେ ଅନ୍ୟ କ’ଣ ସବୁ ତେଲ ବିକ୍ରି ହେଉଛି?
ସନ୍‌ଫ୍ଲାୱାର ଆମର ପ୍ରମୁଖ ତେଲ। ଏତଦ୍‌ ବ୍ୟତୀତ ଫ୍ରିଡମ ନିକଟରେ ରାଇସ୍ ବ୍ରାନ୍‌ ଏବଂ ସୋରିଷ ତେଲ ରହିଛି। ନିକଟରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଭାବେ କଚ୍ଚୀ ଘାନୀ ସୋରିଷ ତେଲର ଅଭିଯାନ ଆରମ୍ଭ କରାଯାଇଛି। ସୋରିଷ ତେଲ ହୃତପିଣ୍ଡ ପାଇଁ ଭଲ ନୁହେଁ ବୋଲି ଲୋକଙ୍କ ମ‌ନରେ ଦୀର୍ଘ ବର୍ଷ ହେଲା ଏକ ଭ୍ରମ ଧାରଣା ରହିଛି। ତେବେ ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ ନ୍ୟୁଟ୍ରିସନର ଗବେଷଣା ଆଧାରରେ ଫ୍ରିଡମ୍ ପ୍ରଥମ ଥର ପାଇଁ ତଥ୍ୟ ରଖିଛି ଯେ ଅଧିକ ମାତ୍ରାରେ ପନିପରିବାଯୁକ୍ତ ଖାଦ୍ୟ ଏବଂ ସୋରିଷ ତେଲ ବ୍ୟବହାର ଦ୍ବାରା ଭାରତୀୟଙ୍କ ମଧ୍ୟରେ ହୃଦରୋଗଜନିତ ବିପଦକୁ ୭୦ ପ୍ରତିଶତ କମ୍ କରି ଦିଆଯାଇପାରିବ। ତେବେ ଆବଶ୍ୟକ ଫଳ ପାଇବା ପାଇଁ ତେଲ ଶୁଦ୍ଧ ହୋଇଥିବା ଆବଶ୍ୟକ।

ଦେଶରେ ଖାଇବା ତେଲ ବଜାରରେ ଫ୍ରିଡମ୍ ଅଏଲ୍ ଏକ ପରିଚିତ ନାମ। କମ୍ପାନିର ଉପସଭାପତି
ଚନ୍ଦ୍ରଶେଖର ରେଡ୍ଡୀ ଫ୍ରିଡମ୍‌ର ବର୍ତ୍ତମାନ ସ୍ଥିତି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ସମ୍ବନ୍ଧିତ ଖବର