କର୍ପୋରେଟ୍ ପରିଚୟ କ’ଣ ଓ ଏହା କାହିଁକି ଦରକାର?
କର୍ପୋରେଟ୍ ପରିଚୟ ଏକ ସଂସ୍ଥାର ମାର୍ଗଦର୍ଶନ କରିଥାଏ ଓ ଏକ ନିର୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସହାୟକ ହୋଇଥାଏ। ଏହା ବଜାରରେ ଉତ୍ପାଦର ଉପସ୍ଥିତିରେ ଉନ୍ନତି ଆଣିଥାଏ, ପ୍ରତିଭା ସମ୍ପନ୍ନ କର୍ମଚାରୀଙ୍କୁ ଆକର୍ଷିତ କରେ ଏବଂ ବିଭିନ୍ନ ସ୍ତରରେ କଂପାନିର ଲୋକପ୍ରିୟତାକୁ ବଢ଼ାଇଥାଏ। ଏକ କଂପାନି ଯେଭଳି ନିଜର ସଂଜ୍ଞା ସହଜରେ ନିରୂପଣ କରିପାରିବ, ସେଥିପାଇଁ ଏକ ବ୍ୟବସ୍ଥା ରହିଛି ଯାହାର ନାମ ହେଉଛି କର୍ପୋରେଟ୍ ବ୍ରାଣ୍ଡ୍ ଆଇଡେଣ୍ଟିଟି ମ୍ୟାଟ୍ରିକ୍ସ। କର୍ପୋରେଟ୍ ପରିଚୟର ବିଭିନ୍ନ ଉପାଦାନ ସହିତ ଏହା ଟିମ୍ର ପରୀକ୍ଷା କରିଥାଏ ଯେଉଁଥିରେ ସଂସ୍ଥାର ଲକ୍ଷ୍ୟ, ସଂସ୍କୃତି, ସମ୍ପର୍କ, ମୌଳିକ ମୂଲ୍ୟବୋଧ ଏବଂ ପ୍ରତିଶ୍ରୁତି ଭଳି ମାନଦଣ୍ଡ ରହିଛି।
କର୍ପୋରେଟ୍ ବ୍ରାଣ୍ଡ୍ ଆଇଡେଣ୍ଟିଟି ମ୍ୟାଟ୍ରିକ୍ସ କ’ଣ?
ଏହା ହେଉଛି ଏକ ପ୍ରକାର ବ୍ୟବସ୍ଥା ଯାହା କଂପାନିଗୁଡ଼ିକୁ ବ୍ରାଣ୍ଡ୍ ପରିଚୟ ନିର୍ଧାରଣ କରିବାରେ ସହାୟତା ପ୍ରଦାନ କରିଥାଏ। ବିଭିନ୍ନ କେସ୍ ଷ୍ଟଡି ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। କର୍ପୋରେଟ୍ ବ୍ରାଣ୍ଡ୍ ପରିଚୟ ଏବଂ ବ୍ରାଣ୍ଡ୍ର ଲୋକପ୍ରିୟତା ମଧ୍ୟରେ ରହିଥିବା ସମ୍ପର୍କକୁ ଏହା ଜଣାଇଥାଏ। କେଉଁ ଢାଞ୍ଚାରେ କର୍ପୋରେଟ୍ କିମ୍ବା ସଂସ୍ଥାର ବ୍ରାଣ୍ଡ୍କୁ ପରିଚାଳନା କରିବା ଦରକାର ତାହା ଏହା ଜଣାଇଥାଏ।
ବ୍ରାଣ୍ଡ୍ର କାହାଣୀ ଲୋକଙ୍କୁ ଶୁଣାଇବା କାହିଁକି ଆବଶ୍ୟକ?
କାହାଣୀ ଶୁଣାଇବାରେ ବଡ଼ ଶକ୍ତି ରହିଛି। କଂପାନିଗୁଡ଼ିକ ଏହାକୁ ଭଲ ଭାବେ ବୁଝିଛନ୍ତି। ସୁନ୍ଦର କାହାଣୀ ଭିତରେ ବ୍ରାଣ୍ଡ୍କୁ ଏକ ଅଂଶ କରି ତାହାକୁ ଶୁଣାଇଲେ ଗ୍ରାହକଙ୍କ ପାଖରେ ତାହା ସହଜରେ ପହଞ୍ଚିପାରେ ଏବଂ ବଜାରରେ ତାହା ବ୍ରାଣ୍ଡ୍ର ସ୍ଥିତିକୁ ସୁଦୃଢ଼ କରିଥାଏ। ସାଂପ୍ରତିକ ସ୍ଥିତିରେ ବ୍ରାଣ୍ଡ୍ ପରିଚାଳନା ଲାଗି ସେହି ବ୍ରାଣ୍ଡ୍ର କାହାଣୀ ଶୁଣାଇବା କଳା ଜାଣିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଏବେ ଗଣମାଧ୍ୟମର ଭିଡ଼ ଭିତରେ କାହାଣୀ ସୃଷ୍ଟି କରି ତାହାକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ୁଛି।
ସମ୍ବାଦର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ସମ୍ବାଦର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ଏଭଳି ଏକ ଅଭିଯାନ ଯାହା ବ୍ରାଣ୍ଡ୍କୁ ଗ୍ରାହକଙ୍କ ନିକଟତର କରିଥାଏ ଏବଂ ସେମାନଙ୍କ ସହିତ ସମ୍ପର୍କକୁ ଦୃଢ଼ କରିଥାଏ। ସମସ୍ତ ପ୍ରତିଯୋଗିତାକୁ ପଛରେ ପକାଇ ବ୍ରାଣ୍ଡ୍କୁ ଭିଡ଼ ଠାରୁ ଅଲଗା କରିବାର ସମସ୍ତ ଶକ୍ତି ଏହି ଅଭିଯାନ ପାଖରେ ରହିଛି। ଓଡ଼ିଶାର ଏକ ନମ୍ବର ସମ୍ବାଦପତ୍ର ଭାବେ ସମ୍ବାଦ ହେଉଛି ବ୍ରାଣ୍ଡ୍ ଗଠନ କରିବାର ଏକ ପ୍ରମୁଖ ଉତ୍ସ ଏବଂ ବ୍ରାଣ୍ଡ୍ଗୁଡ଼ିକର ଉପସ୍ଥିତି ବଢ଼ାଇବାରେ ଏହା ବିଶେଷ ସହାୟକ ହେଉଛି।