ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ‘ବଳିଷ୍ଠ ବ୍ୟକ୍ତିତ୍ବର ମୂଳଦୁଆ ପକାଇଥାଏ ଶିକ୍ଷା’

ଶିକ୍ଷା ପ୍ରତି ରହିଥିବା ଆଗ୍ରହ ଓ ନିଜ ସ୍କୁଲ୍‌ ବିଷୟରେ ଓଡିଏମ୍ ପବ୍ଲିକ୍ ସ୍କୁଲ୍‌ର ଅଧ୍ୟକ୍ଷ ଡକ୍ଟର ସତ୍ୟବ୍ରତ ମୀନକେତନ ଯାହା କରିଥିଲେ ତାହାକୁ ଉପସ୍ଥାପନ କରାଯାଇଛି ।

ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ପଛର ପ୍ରେରଣାଟି କ’ଣ?
ଛାତ୍ରାବସ୍ଥାରୁ ଶିକ୍ଷା ପ୍ରତି ମୋର ଦୁର୍ବଳତା ଥିଲା। ତେଣୁ କଲେଜ ପରେ ନିଜର ସ୍କଲାରସିପ୍ ଟଙ୍କାକୁ ନେଇ ‘ସ୍ଲମ୍ ସ୍କୁଲ୍‌’ ପ୍ରତିଷ୍ଠା କରିଥିଲି ଯେଉଁଠାରେ ଆଦିବାସୀ ଏବଂ ପଛୁଆ ବର୍ଗର ପିଲାଙ୍କୁ ପାଠ ପଢ଼ାଉଥିଲି। ମୋର ଲକ୍ଷ୍ୟ ହେଉଛି ଶିକ୍ଷାକୁ ସାର୍ବଜନୀନ କରିବା ଏବଂ ସମସ୍ତଙ୍କ ପାଖରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ପହଞ୍ଚାଇବା। ମୋ ମତରେ ବଳିଷ୍ଠ ବ୍ୟକ୍ତିତ୍ବ ବିକାଶର ମୂଳଦୁଆ ହେଉଛି ଶିକ୍ଷା।
ଆପଣଙ୍କ ପାଇଁ ଶିକ୍ଷା ପେସା ନା ନିଶା?
ମୋ ପାଇଁ ଶିକ୍ଷା ପେସା ନୁହେଁ କେବଳ ଏକ ନିଶା ବା ଆବେଗ। ମୋ ଜୀବନର ପ୍ରତ୍ୟକ କ୍ଷେତ୍ରରେ ଶିକ୍ଷା ପାଇଁ ମୁଁ କାର୍ଯ୍ୟ କରୁଛି।
ଶିକ୍ଷାଦାନରେ ପ୍ରଯୁକ୍ତି ବ୍ୟବହାରକୁ ଗୁରୁତ୍ବ ଦେବା ପଛର କାରଣ କ’ଣ?
ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଏବଂ ପ୍ରତିଦ୍ବନ୍ଦ୍ବିତାମୂଳକ ଯୁଗରେ ନୂତନ ଜ୍ଞାନକୌଶଳ ପ୍ରଦାନ କରିବା ନିମନ୍ତେ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଗୁରୁତ୍ବ ଦିଆଯାଉଛି।
ଆପଣଙ୍କ ବିଦ୍ୟାଳୟରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ କିଭଳି ରହିଛି?
ଆମ ସ୍କୁଲ୍‌ରେ ପ୍ରତି ୨୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି। ଅର୍ଥାତ୍‌ ଅନୁପାତ ହେଉଛି ୨୫:୧। ସ୍କୁଲ୍‌ରେ ଅଭିଜ୍ଞ ଓ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।
ନୂତନ ବିଦ୍ୟାଳୟ ସ୍ଥାପନ କରିବା ଯୋଜନା ଅଛି କି?
ଓଡ଼ିଶା ତଥା ରାଜ୍ୟ ବାହ‌ାରେ ନୂତନ ବିଦ୍ୟାଳୟ ସ୍ଥାପନ କରିବା ଲାଗି ସମସ୍ତ ପ୍ରସ୍ତୁତି ଚାଲିଛି।
ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋ‌ରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ଉପରେ ଆପଣଙ୍କ ମତ କ’ଣ?
ପୁରସ୍କାର ହିଁ କର୍ମକୁଶଳତା ଓ ଦକ୍ଷତାର ପରିଚାୟକ। ପୁରସ୍କାର ହିଁ ପ୍ରଗତି ପଥର ଅନ୍ୟ ଏକ ବିଭବ। ବିଭିନ୍ନ କ୍ଷେତ୍ରର ସଫଳ ଉଦ୍ୟୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁରସ୍କୃତ କରିବା ଲାଗି ସମ୍ବାଦ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହା ଦ୍ବାରା ଯୁବପିଢ଼ି ଅନୁପ୍ରାଣିତ ହେବେ ଯାହା ସେମାନଙ୍କ ମନୋବଳ ଓ ଆତ୍ମବିଶ୍ବାସକୁ ବଢ଼ାଇବ ଏବଂ ଦେଶବିଦେଶରେ କୃତିତ୍ବ ହାସଲ କରିବା ଲାଗି ସେମାନଙ୍କୁ ପ୍ରେରଣା ଯୋଗାଇବ।

ସମ୍ବନ୍ଧିତ ଖବର