ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲଏନ୍ସେସ୍, ଡିଜିଟାଲ୍ ଉତ୍ପାଦ ଓ ଆସବାବପତ୍ର ବ୍ୟବସାୟ ଜଗତର ଖ୍ୟାତନାମା ଚେହେରା ହେଉଛନ୍ତି ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ ରାଜେଶ ଗୁପ୍ତା। ରାଜ୍ୟରେ ୨୨ଟି ସୋ’ରୁମ୍ ସ୍ଥାପନ କରି ସେ ଲୋକଙ୍କୁ ଉତ୍ପାଦ ବିକ୍ରି କରୁଛି। କରୋନା ମହାମାରୀ ମୁକାବିଲା ଓ ଅନ୍ଲାଇନ୍ ତୁଳନାରେ ଅଫ୍ଲାଇନ୍ କାରବାର କିଭଳି ଭଲ ସେ ବିଷୟରେ ସେ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି...।
/sambad/media/post_attachments/wp-content/uploads/2020/12/f8hsf7fsh987hfs9fsh79fsh7fsh.jpg)
ଓଡ଼ିଶାରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର କେତେ ସୋ’ରୁମ୍ ରହିଛି? ଭବିଷ୍ୟତ ପାଇଁ କ’ଣ ଯୋଜନା ରଖିଛନ୍ତି?
ବର୍ତ୍ତମାନ ସାରା ଓଡ଼ିଶାରେ ଆମର ୨୨ଟି ଷ୍ଟୋର୍ ରହିଛି। ସହରାଞ୍ଚଳ ବ୍ୟତୀତ ଆମେ ଗ୍ରାମାଞ୍ଚଳ ଉପରେ ମଧ୍ୟ ଗୁରୁତ୍ବ ଦେଉଛୁ। ପୂର୍ବରୁ ଗ୍ରାମାଞ୍ଚଳର ଲୋକମାନେ ଜିନିଷ କିଣିବା ଲାଗି ସହର ପର୍ଯ୍ୟନ୍ତ ଆସୁଥିଲେ। ମାତ୍ର ଆମେ ଗ୍ରାମାଞ୍ଚଳରେ ପହଞ୍ଚିବା ପରଠାରୁ ଗ୍ରାହକମାନେ ସହରାଞ୍ଚଳର ମୂଲ୍ୟରେ ବିଭିନ୍ନ ସାମଗ୍ରୀ ନିଜ ଅଞ୍ଚଳରେ କିଣିପାରୁଛନ୍ତି। ଆମେ ଯେହେତୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରବେଶ କରିନାହୁଁ, ତେଣୁ ସେଠାରେ ସମ୍ପ୍ରସାରଣର ସୁଯୋଗ ରହିଛି। ଭବିଷ୍ୟତରେ ଆମେ ଷ୍ଟୋର୍ ସଂଖ୍ୟା ୫୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ।
କରୋନା ମହାମାରୀ ପାଇଁ ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଥିଲା। ଆପଣଙ୍କ ପାଇଁ ତାହା କେତେ ଆହ୍ବାନପୂର୍ଣ୍ଣ ଥିଲା ଓ ସ୍ଥିତିର ମୁକାବିଲା ଲାଗି କ’ଣ ପଦକ୍ଷେପ ନେଇଥିଲେ?
ମହାମାରୀ ପାଇଁ ଆମେ ଅନେକ ସମସ୍ୟା ସାମ୍ନା କରିଛୁ। ଆମର କାରବାର ଦୁଇ ଗୁଣା ହ୍ରାସ ପାଇଥିଲା। ମାତ୍ର ଜୁଲାଇ ପରେ ସେଥିରେ ସୁଧାର ହୋଇଥିଲା, କିନ୍ତୁ ଗତବର୍ଷର ସ୍ଥିତି ଏପର୍ଯ୍ୟନ୍ତ ଫେରିନାହିଁ। ଯେହେତୁ ଆମର ଅଧିକାଂଶ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଚୀନ୍ରୁ ଆସୁଛି ତେଣୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ଆଗାମୀ ଦିନରେ ମଧ୍ୟ ଏହି ସମସ୍ୟା ଜାରି ରହିବ। ଅଭାବ ସ୍ଥିତି ଜାରି ରହିଲେ ୨୦୨୧ ଜାନୁଆରିରେ ଅଧିକାଂଶ କଂପାନିର ଉତ୍ପାଦ ମହଙ୍ଗା ହେବ।
ମହାମାରୀ ବ୍ୟାପିବା ପରେ ଅଧିକାଂଶ ଲୋକ ଅନ୍ଲାଇନ୍ରେ କିଣାକିଣି କରିବାକୁ ପସନ୍ଦ କରୁଛନ୍ତି। ଏବିଷୟରେ ଆପଣଙ୍କ ମତ କ’ଣ?
ବାସ୍ତବରେ ଏହା ମଧ୍ୟ ଆମ ପାଇଁ ଏକ ଆହ୍ବାନ। ପ୍ରତ୍ୟକ୍ଷ ଭାବେ ଜିନିଷକୁ ଦେଖିବା ଓ ପରଖିବାର ସୁବିଧା ଥିବାରୁ ଏବେବି ଅଧିକାଂଶ ଲୋକ ଷ୍ଟୋର୍ରୁ ସାମଗ୍ରୀ କିଣିବାକୁ ପସନ୍ଦ କରୁଛନ୍ତି। ଲୋକମାନଙ୍କ ମନରେ ଏକ ଧାରଣା ରହିଛି ଯେ ଅନ୍ଲାଇନ୍ରେ ଶସ୍ତାରେ ସାମଗ୍ରି ମିଳିବ। ତାହା କିନ୍ତୁ ସତ ନୁହେଁ। ଆମେ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ଥିବା ଦାମ୍ରେ ସାମଗ୍ରୀ ବିକ୍ରି କରୁଛୁ। ଖୁବ୍ଶୀଘ୍ର ଓଡ଼ିଶାବାସୀଙ୍କ ପାଇଁ ଆମେ ଆମର ଅନ୍ଲାଇନ୍ ପ୍ଲାଟଫର୍ମ ଆରମ୍ଭ କରିବୁ।
ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଅନ୍ୟମାନଙ୍କ ଠାରୁ କିଭଳି ଭିନ୍ନ?
ସଠିକ୍ ଉତ୍ପାଦ। ସଠିକ୍ ମୂଲ୍ୟ। ସଠିକ୍ ଅଫର। ଏହି ତିନି ଧାଡ଼ି ଆମକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଛି। ୧୯୭୨ ପରଠାରୁ ଆମେ ଓଡ଼ିଶାରେ ବ୍ୟବସାୟ କରୁଛୁ। ଆମ ପ୍ରତି ଗ୍ରାହକଙ୍କ ଭଲ ପାଇବା ରହିଛି ଏବଂ ସେଥିପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ।
ସରକାରଙ୍କ ଠାରୁ କିଭଳି ସହଯୋଗ ଆଶା କରୁଛନ୍ତି?
ସରକାର ଯେଭଳି ମେକ୍ ଇନ୍ ଇଣ୍ଡିଆ, ଭୋକାଲ୍ ଫର୍ ଲୋକାଲ୍ ସ୍କିମ୍ର ପ୍ରଚାର କରୁଛନ୍ତି, ସେହିଭଳି ‘ଅନ୍ଲାଇନ୍କୁ ଏଡ଼ାଅ, ଅଫ୍ଲାଇନ୍ର ପ୍ରସାର’ ପାଇଁ ପ୍ରଚାର କରିବା ଦରକାର। ଏହା ହେଲେ ଅନେକ ସ୍ଥାନୀୟ ବ୍ୟବସାୟୀଙ୍କ ବ୍ୟବୟାୟ ବଞ୍ଚିଯିବ। ସରକାର ଏଭଳି ନୀତି ଆଣିବା ଦରକାର ଯଦ୍ବାରା ନିର୍ମାତାମାନେ ଗୋଟିଏ ସାମଗ୍ରୀକୁ ଭିନ୍ନ ଭିନ୍ନ ମୂଲ୍ୟରେ ବିକ୍ରେତାଙ୍କୁ ଉପଲବ୍ଧ କରାଇବା ଉପରେ ଅଙ୍କୁଶ ଲଗାଯାଇପାରିବ।
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ବିଷୟରେ ଆପଣଙ୍କ ମତ କ’ଣ?
ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ସମ୍ବାଦ ଏଭଳି ଏକ୍ସିଲେନ୍ସ ଆୱାର୍ଡସ୍ ସ୍ଥାପନ କରିଛି ଯେଉଁଥିପାଇଁ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟରେ ଶ୍ରେଷ୍ଠ ଉତ୍ପାଦ ଓ ଶ୍ରେଷ୍ଠ ସେବା ପ୍ରଦାନ କରିବା ଲାଗି ବ୍ୟବସାୟୀମାନେ ନିଜକୁ ଦୃଢ଼ କରିପାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Online-Products-Are-Not-Cheep_Thumbnail.jpg)