ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ଆବେଦନ ପାଇଁ ରାଜ୍ୟ କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ େଦଖାଦେଇଛି। ବଡ଼ ବଡ଼ ଉଦ୍ୟୋଗ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଷ୍ଟାର୍ଟଅପ୍ ଆଦି ସଂସ୍ଥାଗୁଡ଼ିକ ଆବେଦନ କରୁଛନ୍ତି। ଏହି ପୁରସ୍କାର ଲାଗି ଆବେଦନ କରିବା ଲାଗି ଶେଷ ତାରିଖ ୨୦୨୧ ଜାନୁଆରି ୬ ରହିଛି। ତେଣୁ ଆଗ୍ରହୀ ସଂସ୍ଥାଗୁଡ଼ିକୁ ଏହା ପୂର୍ବରୁ ପୁରସ୍କାର ପାଇଁ ଆବେଦନ କରିବାକୁ ପଡ଼ିବ। ଓଡ଼ିଶାରୁ ଆରମ୍ଭ ହୋଇ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ସଂସ୍ଥାଗୁଡ଼ିକ ପୁରସ୍କାର ଲାଗି ଆବେଦନ କରିପାରିବେ। ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ରେ ଆବେଦନ କରୁଥିବା ସଂସ୍ଥାଗୁଡ଼ିକ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି। ପୁରସ୍କାର ଲାଗି ଆବେଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ। ସେଗୁଡ଼ିକ ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING/START-UP)। ଆବେଦନ ପାଇଁ ଆବେଦନକାରୀଙ୍କୁ www.sambadawards.com କିମ୍ବା www.sambadawards.in ପରିଦର୍ଶନ କରିବାକୁ ପଡ଼ିବ। କଂପାନିଗୁଡ଼ିକ ନିଜ ଆଡ଼ୁ ବର୍ଗ ଚୟନ କରି ଆବେଦନ କରିପାରିବେ। ବିଜେତା ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ରହୁଛି। ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌରଙ୍କୁ ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦ ଓ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ରେ ଯୋଗାଯୋଗ କରାଯାଇପାରିବ।
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ : ଉଦ୍ୟୋଗ ଜଗତରେ ଉତ୍ସାହ
/sambad/media/post_attachments/wp-content/uploads/2020/12/f564hf5s45s6f4s564f5s6h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)