ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ଉଦ୍ୟୋଗୀଙ୍କୁ ମିଳିବ ସ୍ବତନ୍ତ୍ର ପରିଚୟ

ସମ୍ବାଦ ପକ୍ଷରୁ ଚଳିତ ବର୍ଷ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ-୨୦୧୯ ଆୟୋଜନ କରାଯାଇଛି। ଗତ ଥର ଭଳି ଏଥର ମଧ୍ୟ ଉଦ୍ୟୋଗୀମାନଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯିବ। ସେଥିମଧ୍ୟରୁ ଗୋଟିଏ ବର୍ଗ ହେଲା ମଧ୍ୟମ ଉଦ୍ୟୋଗ । ଏହି ବର୍ଗରେ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ୩ଟି ସଂସ୍ଥାକୁ ଚୟନ କରାଯାଇ ପୁରସ୍କୃତ କରାଯିବ। କମ୍ପାନି ଗୁଡ଼ିକୁ ଏଥିପାଇଁ ଆବେଦନ କରିବାକୁ ହେବ। ରାଜ୍ୟରେ ଅନେକ ମଧ୍ୟମ ଉଦ୍ୟୋଗ ବର୍ଗର କମ୍ପାନି ଅଛନ୍ତି ଯେଉଁମାନେ ଭଲ କାର୍ଯ୍ୟ କରୁଛନ୍ତି। ବ୍ୟବସାୟ କରିବା ସହିତ ସମାଜର ବିକାଶ ଓ ପରିବେଶର ସୁରକ୍ଷା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟ କରୁଛନ୍ତି। ରାଜ୍ୟରେ ନିଯୁକ୍ତି ଯୋଗାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ସରକାରଙ୍କୁ ମୋଟା ଅଙ୍କର ଟିକସ ମଧ୍ୟ ଦେଉଛନ୍ତି। ମୋଟାମୋଟି ଭାବେ ଦେଖିଲେ ରାଜ୍ୟ ଅର୍ଥନୀତିର ବିକାଶରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଛୋଟରୁ ବଡ଼ ହୋଇ ରାଜ୍ୟ ବାହାରେ ନିଜର ଉତ୍ପାଦ ଓ ସେବା ଯୋଗାଉଛନ୍ତି। କିନ୍ତୁ ସେମାନଙ୍କୁ ଏକ ଉପଯୁକ୍ତ ଫୋରମ୍ ପକ୍ଷରୁ ସମ୍ମାନିତ କରାଗଲେ ଅଧିକ ଭଲ କାର୍ଯ୍ୟ କରିବା ପାଇଁ ସେମାନେ ଆହୁରି ପ୍ରେରଣା ପାଇବେ। ଏହି ଲକ୍ଷ୍ୟରେ ସମ୍ବାଦ ପକ୍ଷରୁ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ର ଆୟୋଜନ କରାଯାଇଛି। ମଧ୍ୟମ ଉଦ୍ୟୋଗ ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍‌ଭର୍‌ ଭାବେ ତିନିଟି ପୁରସ୍କାର ପ୍ରଦାନ କରାଯିବ। କମ୍ପାନି ଗୁଡ଼ିକ ଯେଭଳି ସହଜରେ ଆବେଦନ କରିପାରିବେ ସେଥିଲାଗି ଏଥର ସ୍ବତନ୍ତ୍ର ଭାବେ ଏକ ୱେବସାଇଟ୍‌ର ବିକାଶ କରାଯାଇଛି। www.sambadawards.com ‌ନାମରେ ଖୋଲାଯାଇଥିବା ୱେବସାଇଟ୍‌କୁ ଯାଇ କଂପାନିଗୁଡ଼ିକ ଓ ଉଦ୍ୟୋଗୀମାନେ ଏଥିପାଇଁ ଆବେଦନ କରିପାରିବେ। ୱେବସାଇଟ୍‌ର ଉପରିଭାଗ ଡାହାଣ ପଟେ APPLY NOW ଉପରେ କ୍ଲିକ୍ କରିଲେ ଏକ ଫର୍ମ ଆସିବ। ସେହି ଫର୍ମକୁ ପୂରଣ କରି‌ ଉଦ୍ୟୋଗୀମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ପୁରସ୍କାର ରାଜ୍ୟର ସର୍ବବୃହତ୍ ମିଡିଆ ହାଉସ୍ ପକ୍ଷରୁ ଦିଆଯାଉଥିବାରୁ ଉଦ୍ୟୋଗୀମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ସୃଷ୍ଟି ହୋଇଛି। ଏହି ପୁରସ୍କାର ସେମାନଙ୍କୁ ସମ୍ମାନ ଓ ସ୍ବୀକୃତି ମଧ୍ୟ ପ୍ରଦାନ କରିବ। ଏଥିସହିତ ପ୍ରତିଯୋଗିତାରେ ଭାଗ ନେଉଥିବା ସଂସ୍ଥା ଗୁଡ଼ିକ ପାଇଁ ମଧ୍ୟ ଏହା ଆଗକୁ ବଢ଼ିବାରେ ବିଶେଷ ସହାୟକ ହେବ।

ଆବେଦନ ପାଇଁ ଶେଷ ତାରିଖ ୨୦୧୯ ଜାନୁଆରି ୪ ରଖାଯାଇଛି। ଉଦ୍ୟୋଗୀମାନଙ୍କୁ ଏହି ସମୟ ଭିତରେ ଆବେଦନ କରିବାକୁ ହେବ। ସଂସ୍ଥା ଗୁଡ଼ିକ ଆବେଦନ କରିବା ପରେ ଆବେଦନଗୁଡ଼ିକୁ ନିରପେକ୍ଷ ବିଚାରକମାନଙ୍କ ଦ୍ବାରା ଯାଞ୍ଚ କରାଯିବ। ଯାଞ୍ଚ ପରେ ଯୋଗ୍ୟ ବିବେଚିତ ଉଦ୍ୟୋଗୀମାନଙ୍କୁ ଆସନ୍ତା ୧୯ ତାରିଖରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ମଧ୍ୟମ ବର୍ଗର ଉଦ୍ୟୋଗୀମାନଙ୍କ ମନୋବଳକୁ ବଢ଼ାଇବା ସହିତ ଆଗକୁ ଯିବା ଲାଗି ପ୍ରେରଣା ଯୋଗାଇବାରେ ସହାୟକ ହେବା ସହିତ ସ୍ବତନ୍ତ୍ର ପରିଚୟ ଦେବ।

ସମ୍ବନ୍ଧିତ ଖବର