ଭୁବନେଶ୍ବର, ୨୭/୧୨(ଇମିସ): ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର ସ୍ବତନ୍ତ୍ର ଅଭିଯାନ ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୨ ପାଇଁ ଆବେଦନ କରିବାକୁ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ପୁରସ୍କାର ପାଇଁ ରହିଥିବା ସମସ୍ତ ପାଞ୍ଚଟି ବର୍ଗରେ ଆବେଦନ ଜାରି ରହିଛି। ସେହି ବର୍ଗଗୁଡ଼ିକ ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌), ବୃହତ (ଲାର୍ଜ), ମଧ୍ୟମ (ମିଡିଅମ୍‌), କ୍ଷୁଦ୍ର (ସ୍ମଲ୍) ଓ ଇମର୍ଜିଂ/ଷ୍ଟାର୍ଟଅପ୍। ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ବହୁ ସଂଖ୍ୟକ ସଂସ୍ଥା ସ୍ବେଚ୍ଛାଧୀନ ଭାବେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧର ଅଂଶ ଭାବେ ଏହି ସଂସ୍ଥାଗୁଡ଼ିକ ଅନେକ ଉଲ୍ଲେଖନୀୟ ଓ ଉଦାହରଣ ସୃଷ୍ଟିକାରୀ କାର୍ଯ୍ୟ କରିଛନ୍ତି। ଯେଉଁମାନେ ସେଭଳି କିଛି କାର୍ଯ୍ୟ କରିଛନ୍ତି ସେମାନେ ସିଏସ୍‌ଆର୍‌ ବର୍ଗ ଲାଗି ଆବେଦନ କରୁଛନ୍ତି।

Advertisment

ଏହି ପୁରସ୍କାର ଲାଗି ଆବେଦନ କରିବା ଅତ୍ୟନ୍ତ ସହଜ। ଆବେଦନକାରୀ ସଂସ୍ଥାଙ୍କୁ www.sambadawards.com ୱେବସାଇଟ୍‌ ପରିିଦର୍ଶନ କରିବାକୁ ପଡ଼ିବ। ଯେଉଁ ୱେବ୍ ପେଜ୍‌ ଖୋଲିବ ତାହାର ଉପରି ଭାଗ ଡାହାଣ ପାର୍ଶ୍ବରେ ‘Apply Now’ ବ୍ଲିଙ୍କ୍‌ ହେଉଥିବ। ସେଥିରେ କ୍ଲିକ୍ କରି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ନିଜ ପସନ୍ଦର ବର୍ଗରେ ପୁରସ୍କାର ପାଇଁ ଆବେଦନ କରିପାରିବେ। ‌ବୃହତ ସଂସ୍ଥାଗୁଡ଼ିକ ବୃହତ ବର୍ଗରେ ଆବେଦନ କରୁଛନ୍ତି। ମଧ୍ୟମ ଧରଣର ସଂସ୍ଥାଗୁଡ଼ିକ ମଧ୍ୟମ ବର୍ଗ ଲାଗି ଆବେଦନ କରୁଛନ୍ତି। ସେହିପରି କ୍ଷୁଦ୍ର ସଂସ୍ଥା ଭାବେ ପରିଚିତ ଶିଳ୍ପ ସଂସ୍ଥାଗୁଡ଼ିକ କ୍ଷୁଦ୍ର ବର୍ଗରେ ଆବେଦନ କରୁଛନ୍ତି। ଇମର୍ଜିଂ ଓ ଷ୍ଟାର୍ଟଅପ୍‌ଗୁଡ଼ିକୁ ମଧ୍ୟ ଏହି ପୁରସ୍କାର ଏକ ପରିଚୟ ପ୍ରଦାନ କରିଆସୁଛି। ତେଣୁ ସେହିଭଳି ସଂସ୍ଥା ମଧ୍ୟ ବହୁ ସଂଖ୍ୟାରେ ପୁରସ୍କାର ଲାଗି ଆବେଦନ କରୁଛନ୍ତି।

ଓଡ଼ିଶାରୁ ସୃଷ୍ଟି ହୋଇ ରାଜ୍ୟରେ ଓ ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ସଂସ୍ଥାଗୁଡ଼ିକ ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୨ ଲାଗି ଆବେଦନ କରୁଛନ୍ତି। ସମସ୍ତ ଆବେଦନକୁ ଏକ ବାହ୍ୟ, ନିରପେକ୍ଷ ଓ ଦକ୍ଷ ବିଚାରକ ମଣ୍ଡଳୀ ଅନୁଶୀଳନ କରି ବିଜେତାମାନଙ୍କୁ ଚୟନ କରିବେ। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍‌ଭର୍ ଭଳି ତିନିଟି ଲେଖାଏଁ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି। ପୁରସ୍କାର ପାଇଁ ଆବେଦନ କରିବାରେ ଅସୁବିଧା ସାମ୍ନା କରୁଥିବା ସଂସ୍ଥାଗୁଡ଼ିକ ୯୪୩୭୦୯୭୫୧୪ ମୋବାଇଲ୍‌ ନମ୍ବରରେ କଲ୍ କରିପାରିବେ କିମ୍ବା [email protected]କୁ ଇ‌-ମେଲ୍ କରି ଦ୍ବନ୍ଦ୍ବ ଦୂର କରିପାରିବେ। ବିଜେତାମାନଙ୍କୁ ଏହି ପୁରସ୍କାର ୨୦୨୨ ଜାନୁଆରି ୨୧ରେ ଆୟୋଜିତ ହେବାକୁ ଥିବା ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଦାନ କରାଯିବ।