ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୨: ବ୍ରାଣ୍ଡ୍‌ କହିଲେ ପ୍ରତିଶ୍ରୁତିକୁ ବୁଝାଯାଏ

ରାଜ୍ୟରେ ପୂର୍ବରୁ ଏଭଳି ମଞ୍ଚ ନଥିଲା

ଓଡ଼ିଶାର ବ୍ରାଣ୍ଡ୍‌ଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲାଗି ସମ୍ବାଦର ଏହି ବ୍ରାଣ୍ଡ୍‌ସ ଅଫ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ପୁରସ୍କାର ଅଭିଯାନ ଏକ ମହତ ପଦକ୍ଷେପ ଏବଂ ନିଶ୍ଚିତଭାବେ ପ୍ରଶଂସନୀୟ। ରାଜ୍ୟରେ ବ୍ରାଣ୍ଡ୍‌ର ଗୁରୁତ୍ବକୁ ସାମ୍ନାକୁ ଆଣିବା ପାଇଁ ଏହା ଏକ ବଡ଼ ପଦକ୍ଷେପ। ବର୍ତ୍ତମାନ ସମୟରେ ବ୍ରାଣ୍ଡ୍‌ କହିଲେ ପ୍ରତିଶ୍ରୁତିକୁ ବୁଝାଯାଏ। ଯେତେବେଳେ କୌଣସି ବ୍ରାଣ୍ଡ୍‌ ନିରବଚ୍ଛିନ୍ନ ଭାବେ ବହୁବର୍ଷ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ ପରେ ‌ସେତେବେଳେ ବ୍ରାଣ୍ଡ୍‌ର ଗୁରୁତ୍ବ କଣ ତାହା ଜଣାପଡ଼େ। ସାମୁଦ୍ରିକ ଖାଦ୍ୟ କ୍ଷେତ୍ରରେ ବ୍ରାଣ୍ଡ୍‌ ସୃଷ୍ଟି କରିବା ପାଇଁ ଓଡ଼ିଶାର ଉଦ୍ୟୋଗଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଓଡ଼ିଶାରେ ଅନେକ ସ୍ବଦେଶୀ ପ୍ରଜାତି ଜୀବ ରହିଛନ୍ତି। ସେଗୁଡ଼ିକୁ ଓଡ଼ିଶାର ବ୍ୟବସାୟୀମାନେ ଦେଶର ବିଭିନ୍ନ ବଜାରରେ ମା‌ର୍କେଟିଂ ଏବଂ ବ୍ରାଣ୍ଡିଂ କରିପାରିବେ। ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ବ୍ରାଣ୍ଡ୍‌ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ମତ୍ସ୍ୟ ସଂପଦ କ୍ଷେତ୍ରରେ ରାଜ୍ୟର ଉଦ୍ୟୋଗୀମାନେ ଦେଶବିଦେଶର ବଜାରରେ ବିଭିନ୍ନ ରିଟେଲ ଚେନ୍ ମାଧ୍ୟମରେ ପହଞ୍ଚି ନିଜ ପାଇଁ ବ୍ରାଣ୍ଡ୍‌ ସୃଷ୍ଟି କରିପାରିବେ। ସେମାନେ ବିଗତ କିଛିବର୍ଷ ହେଲା ଯେଭଳି ନରିନ୍ତରଭାବେ ଅନ୍ତର୍ଜାତୀୟ ବଜାରରେ ନିଜ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ଆଗାମୀ ଦିନରେ ମଧ୍ୟ ତାହାକୁ ଅବ୍ୟାହତ ରଖିବା ଆବଶ୍ୟକ। ଏଥିସହିତ ଓଡ଼ିଶା ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ସଂଘ ପକ୍ଷରୁ ସମ୍ବାଦର ଏଭଳି ପଦକ୍ଷେପକୁ ହୃଦୟରୁ ଶୁଭେଚ୍ଛା ଜଣାଉଛୁ।
କମଲେଶ ମିଶ୍ର, ସଭାପତି, ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ସଂଘ, ଓଡ଼ିଶା ଅଞ୍ଚଳ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ହେଉଛି ଏଭଳି ଏକ ମଞ୍ଚ ଯାହା ବ୍ରାଣ୍ଡ୍‌ଗୁଡ଼ିକୁ ଜାତୀୟ ସ୍ତରରେ ପ୍ରତିଷ୍ଠା ଓ ସ୍ବୀକୃତି ପ୍ରଦାନ କରୁଛି। ଗୁଣାତ୍ମକ ଉତ୍ପାଦ ତିଆରି କରୁଥିବା ସଂସ୍ଥାଗୁଡ଼ିକ ବିଷୟରେ ଏହି ପୁରସ୍କାର ସ‌ଚେତନତା ସୃଷ୍ଟି କରୁଛି। ଏହା ନୂଆ ଉଦ୍ୟୋଗୀମାନଙ୍କୁ ମଧ୍ୟ ଭଲ କାମ କରିବା ଲାଗି ଅନୁପ୍ରାଣିତ କରୁଛି। ଏହା ନିଶ୍ଚିତ ପକ୍ଷେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହି ମଞ୍ଚରେ ଯେଉଁମାନେ ପୁରସ୍କୃତ ହେବେ ସେମାନଙ୍କୁ ଏକ ବଡ଼ ଧରଣର ମାର୍କେଟିଂ ସହାୟତା ମିଳିବ ଯାହା ଜରିଆରେ ସେମାନେ ଆହୁରି ଆଗକୁ ବଢ଼ିପାରିବେ। ରାଜ୍ୟରେ ଏଭଳି ବହୁତ ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ବହୁତ ଭଲ କାମ କରୁଛନ୍ତି, କିନ୍ତୁ ସେହି ଅନୁସାରେ ପ୍ରତିଷ୍ଠା ହାସଲ କରିପାରିନାହାନ୍ତି। ବ୍ରାଣ୍ଡିଂ ଉପରେ ସେମାନେ ଏତେଟା ଧ୍ୟାନ ଦେଉନଥିବାରୁ ସେଭଳି ହେଉଛି। ସେଭଳି ଭଲ ସଂସ୍ଥାଗୁଡ଼ିକୁ ଲୋକଲୋଚନକୁ ଆଣିବା ଲାଗି ପୂର୍ବରୁ ରାଜ୍ୟରେ କୌଣସି ମାଧ୍ୟମ ବା ମଞ୍ଚ ନଥିଲା। ସମ୍ବାଦ ଏହାର ବ୍ରାଣ୍ଡ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍‌ ଇଣ୍ଡିଆ ଅଭିଯାନ ଜରିଆରେ ସେହି ମଞ୍ଚ ପ୍ରଦାନ କରିଛି। ପୁରସ୍କାର ପ୍ରଦାନ ସମାରୋହରେ ବୃହତ, କ୍ଷୁଦ୍ର, ମଧ୍ୟମ, ଇମର୍ଜିଂ ଭଳି ସବୁ ପ୍ରକାର ଶିଳ୍ପ ସଂସ୍ଥାଙ୍କ ସମାଗମ ହେଉଛି। ନୂଆ ଉଦ୍ୟୋଗୀମାନେ ସେଥିରୁ ବହୁତ କିଛି ଶିଖିବାର ସୁଯୋଗ ପାଉଛନ୍ତି। ଯେଉଁମାନେ ପୁରସ୍କାର ପାଇବେ ସେମାନେ ତ ନିଶ୍ଚିତ ରୂପେ ଉପକୃତ ହେବେ। ସେହି ସଂସ୍ଥାକୁ ଦେଖି ଅନ୍ୟ ଉଦ୍ୟୋଗଗୁଡ଼ିକ ମଧ୍ୟ ଅନୁପ୍ରାଣିତ ହେବ। ଏହି ପୁରସ୍କାର ଅଭିଯାନରେ ଅଂଶଗ୍ରହଣ କରିବା ଲାଗି ସମସ୍ତ ଶିଳ୍ପ ସଂସ୍ଥା ଆଗେଇ ଆସିବାକୁ ମୁଁ ଏଠାରେ ଆହ୍ବାନ ଦେଉଛି। ଏଥିରେ ଅଂଶଗ୍ରହଣ କଲେ ବଡ଼ ଧରଣର ମାନ୍ୟତା ମିଳିବ।
ଅବନି କାନୁନ୍‌ଗୋ, ସଭାପତି, ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ୍

ସମ୍ବନ୍ଧିତ ଖବର