ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୨ ପ୍ରୟାସ ଯୁବପିଢ଼ିଙ୍କୁ ପ୍ରେରଣା ଦେବ: ଅଳି କିଶୋର ପଟ୍ଟନାୟକ

ଏକ ବହୁତ ଭଲ ପଦକ୍ଷେପ: ଅଶୋକ କୁମାର ଜୈନ

ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ପରି ବିକଶିତ ରାଜ୍ୟରେ ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କୁ ବହୁତ ସମ୍ମାନ ମିଳେ। ସମାଜରେ ସେମାନଙ୍କୁ ଉଚ୍ଚ ସ୍ଥାନ ମିଳିଥାଏ। ଦୁର୍ଭାଗ୍ୟବଶତଃ, ଓଡ଼ିଶାରେ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କୁ ସେଭଳି ସମ୍ମାନ ମିଳି ନଥାଏ। ସେଥିପାଇଁ ଯୁବପିଢ଼ି ନିଜେ କିଛି ବ୍ୟବସାୟ କିମ୍ବା ଉଦ୍ୟୋଗ ଗଢ଼ିବା ଅପେକ୍ଷା ଚାକିରିଟିଏ ପାଇବା ପାଇଁ ଆଶାୟୀ ଥାଏ। ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୨ ପ୍ରୟାସ ରାଜ୍ୟର ଭଲ୍‌ ବ୍ରାଣ୍ଡ୍‌କୁ ସହାୟତା ହେବା ସହିତ ଉଦ୍ୟୋଗୀଙ୍କୁ ବହୁତ ପ୍ରୋତ୍ସାହନ ଦେବ। ତା ସଙ୍ଗେ ସଙ୍ଗେ ଯୁବପିଢ଼ିଙ୍କୁ ବ୍ୟବସାୟ ଓ ଉଦ୍ୟୋଗ ପାଇଁ ପ୍ରେରଣା ଯୋଗାଇବ।
ଅଳି କିଶୋର ପଟ୍ଟନାୟକ
ସଭାପତି, ଭୁବ‌ନେଶ୍ବର ଉଦ୍ୟୋଗୀ ସଂଘ (ଏଆଇଇବିଏ)

ଏକ ବହୁତ ଭଲ ପଦକ୍ଷେପ
ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ନିଶ୍ଚିତ ଭାବେ ସମ୍ବାଦର ଏକ ଭଲ ପଦକ୍ଷେପ। ଏହି ପୁରସ୍କାର ମିଳିଲେ ଉତ୍ତମ ବ୍ୟବସାୟ କରୁଥିବା ଉଦ୍ୟୋଗଗୁଡ଼ିକୁ ସ୍ବୀକୃତି ମିଳିବ। ସେମାନେ ନିଜର ପରିଚୟ ଓ ବ୍ରାଣ୍ଡ୍‌କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆହୁରି ସୁଦୃଢ଼ କରିପାରିବେ। ଉଦ୍ୟୋଗୀମାନେ ପୁରସ୍କୃତ ହେଲେ ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଭଲ ବାତାବରଣ ସୃଷ୍ଟି ହେବ। ଏହାଦ୍ବାରା ଯୁବପିଢ଼ି ଉଦ୍ୟୋଗ ଜଗତ‌କୁ ପ୍ରବେଶ କରିବା ପାଇଁ ମନ ବଳେଇବେ। ତେଣୁ ବିଭିନ୍ନ ବର୍ଗର କମ୍ପାନି ଏଥିରେ ଅଂଶଗ୍ରହଣ କରି ପୁରସ୍କାର ଜିତିବା ସହିତ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ।
ଅଶୋକ କୁମାର ଜୈନ
ସଭାପତି, ଚାମ୍ବର ଅଫ କମର୍ସ, ଅନୁଗୁଳ

ସମ୍ବନ୍ଧିତ ଖବର