‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୩ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଗତ ୫ ବର୍ଷ ଧରି ସମ୍ବାଦ ରାଜ୍ୟର ଖ୍ୟାତନାମା କମ୍ପାନିଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରିଆସୁଛି। ଅତୀତ ସଂସ୍କରଣଗୁଡ଼ିକରେ ପୁରସ୍କାର ଜିତିଥିବା କମ୍ପାନିର ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଅନୁଭୂତି ବିଷୟରେ ଯାହା କହିଛନ୍ତି ତାହ‌ା ଏଠାରେ ଉପସ୍ଥାପନ କରାଯାଇଛି।

Advertisment

ରାଜ୍ୟର ମୁଖ୍ୟଙ୍କ ପାଖରେ ଠିଆ ହୋଇ ପୁରସ୍କାର ପାଇବାର ସୁଯୋଗ ଏଥିପାଇଁ ମିଳିଥିଲା। ତେଣୁ ଆଜି ‌ବି ମୋତେ ଲାଗେ ମୁଁ କିଛି ପୁଣ୍ୟ କରିଥିଲି। ବ୍ୟକ୍ତିଗତ ସ୍ତରରେ ବହୁତ ଖୁସି ଦେଇଛି। କେବଳ ସେତିକି ନୁହେଁ, ସମ୍ବାଦର ପୁରସ୍କାର ଆମ କମ୍ପାନିକୁ ପରିଚୟ ଦେଇଛି। ଏଥିସହ କମ୍ପାନିର ଗୁଣବତ୍ତା ବଜାୟ ରଖିବା ପାଇଁ ଉକ୍ତ ପୁରସ୍କାର ‌ଆମର ଦାୟିତ୍ବ ଆହୁରି ବଢ଼ାଇ ଦେଇଥିବା ବିଷୟ ସବୁ ମୁହୂର୍ତ୍ତରେ ଅନୁଭବ କରିଛି।

ନିହାରୀକା ବସ୍ତିଆ
ସତ୍ବାଧିକାରୀ
ୱାଟରକ୍ରାଫ୍ଟ, ରାଉରକେଲା

କରୋନା ପାଇଁ କମ୍ପାନି ଯେତେବେଳେ ବ୍ୟବସାୟ ଅତ୍ୟନ୍ତ କଷ୍ଟକର ସମୟ ଦେଇ ଗତିକରୁଥିଲା ସେହି ସମୟରେ ସମ୍ବାଦର ପୁରସ୍କାର ପାଇବା ଆମର ମନୋବଳକୁ ସୁଦୃଢ଼ କରିଥିଲା। ଏଭଳି ପ୍ରତିଯୋଗିତାରେ ସାମିଲ ହେବା ଆମକୁ ଆନନ୍ଦ ଦେଇଥିଲା। ସେହିଭଳି ପୁରସ୍କାର ତାଲିକାରେ ଆମ କମ୍ପାନିର ନାମ ରହିବା ମଧ୍ୟ ଚକିତ କରିଥିଲା। ବ୍ୟବସାୟରେ ନୂଆ ଟାର୍ଗେଟ ରଖି ଆଗକୁ ବଢ଼ିବା ପାଇଁ ଏହା ଉତ୍ସାହିତ କରିଥିଲା।

ମାନଗୋବିନ୍ଦ ମିଶ୍ର,

ଏମ୍‌ଡି, ନେମାହନ୍ସ, ଭୁବନେଶ୍ବର