ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏେକ୍ସଲେନ୍ସ ଆୱାର୍ଡସ୍-୨୦୧୯ ନିଶ୍ଚିତ ଭାବେ ସମ୍ବାଦର ଏକ ଅତି ଭଲ ପଦକ୍ଷେପ। ଦ୍ବିତୀୟ ବର୍ଷ ପାଇଁ ସମ୍ବାଦ ଏହି ପୁରସ୍କାର ପ୍ରଦାନ କରିବାକୁ ଯାଉଛି। ଏହାଦ୍ବାରା ଉଦ୍ୟୋଗୀମାନଙ୍କ ଭିତରେ ପ୍ରତିଯୋଗିତା ମନୋଭାବ ବଢ଼ିବ। ଫଳରେ ରାଜ୍ୟରେ ଉଦ୍ୟୋଗ ବିକାଶରେ ଏହି ପୁରସ୍କାର ସହାୟକ ହେବ। ଯୁବପିଢ଼ି ଉଦ୍ୟୋଗ ଜଗତକୁ ପ୍ରବେଶ କରିବା ପାଇଁ ମନ ବଳାଇବେ।
ସିନେମା, ସାହିତ୍ୟ ଏବଂ ସମାଜସେବା ଆଦି କ୍ଷେତ୍ରରେ ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରିଲେ ସେମାନଙ୍କୁ ସ୍ବୀକୃତି ମିଳିଥାଏ। ଉଦ୍ୟୋଗ କ୍ଷେତ୍ରରେ ଏହି ପୁରସ୍କାର ମଧ୍ୟ ଭଲ କାର୍ଯ୍ୟ କରୁଥିବା ଉଦ୍ୟୋଗୀଙ୍କୁ ସ୍ବୀକୃତି ଦେବ। ଆହୁରି ଭଲ କାର୍ଯ୍ୟ କରିବା ପାଇଁ ସେମାନେ ପ୍ରୟାସ କରିବେ। ଏଥିପାଇଁ ପ୍ରେରଣା ଓ ଶକ୍ତି ପାଇବେ। ତେଣୁ ସମ୍ବାଦର ଏହି ପଦକ୍ଷେପ ନିଶ୍ଚିତଭାବେ ଉଦ୍ୟୋଗୀମାନଙ୍କ ପାଇଁ ପ୍ରେରଣା ଓ ଉତ୍ସାହର ଉତ୍ସ ହେବ।
ଚଳିତ ସଂସ୍କରଣରେ ୫ଟି ବର୍ଗରେ ଉଦ୍ୟୋଗୀଙ୍କୁ ଏହି ପୁରସ୍କାର ଦିଆଯିବା ଲାଗି ସ୍ଥିର ହୋଇଛି। ସେଗୁଡ଼ିକ ହେଲା ସିଏସ୍ଆର୍, ଲାର୍ଜ, ମିଡିୟମ, ସ୍ମଲ୍ ଏବଂ ଏମର୍ଜିଂ। ପ୍ରତ୍ୟେକ ବର୍ଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଭାବେ ୩ଟି ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ୨୦୧୯ ଜାନୁଆରି ୧୯ ତାରିଖରେ ଏହି ପୁରସ୍କାର ଭୁବନେଶ୍ବରସ୍ଥିତ ହୋଟେଲ ମେ ଫେୟାରରେ ପ୍ରଦାନ କରାଯିବ। ଆବେଦନ ଦାଖଲର ଶେଷ ତାରିଖ ଜାନୁଆରି ୪ ରଖାଯାଇଛି। www.sambadawards.com ୱେବସାଇଟ୍ ମାଧ୍ୟମରେ ଏହି ପୁରସ୍କାର ପାଇଁ ଉଦ୍ୟୋଗୀମାନେ ଆବେଦନ କରିପାରିବେ। ଏ ସମ୍ପର୍କରେ ଅଧିକ ସୂଚନା ୯୮୬୧୦୯୪୧୭୪ ମୋବାଇଲ ନମ୍ବରକୁ ଫୋନ୍ କରି କିମ୍ବା [email protected]ରେ ଇ-ମେଲ୍ କରି ଜାଣିପାରିବେ।
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସେଲେନ୍ସ ଆୱାର୍ଡସ୍- ୨୦୧୯:ଉତ୍ସାହର ଉତ୍ସ ହେବ
/sambad/media/post_attachments/wp-content/uploads/2018/12/Ramesh-Mahapatra-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)