ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ୨୦୧୯

ପୁରସ୍କାର ଅର୍ଥ ହେଉଛି ପ୍ରେରଣା O ସଞ୍ଜୟ ହଂସ ପ୍ରତିଷ୍ଠାତା, ଲାଲଚନ୍ଦ ଜୁଏଲର୍ସ ପ୍ରା. ଲି.

ପ୍ରଶ୍ନ: ଏହି ପୁରସ୍କାର ବିଷୟରେ ଆପଣଙ୍କ ମତ କ’ଣ?
ଉତ୍ତର: ସମ୍ବାଦ ଭଳି ଏକ ପ୍ରତିଷ୍ଠିତ ଗଣମାଧ୍ୟମ ତରଫରୁ ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରିବା ପାଇଁ କରାଯାଉଥିବା ଉଦ୍ୟମ ବାସ୍ତବରେ ପ୍ରଶଂସାଯୋଗ୍ୟ। ମୋ ମତରେ ପୁରସ୍କାରର ଅର୍ଥ ହେଉଛି ପ୍ରେରଣା। ଆଉ ସମ୍ବାଦର ଏହି ପୁରସ୍କାର ବହୁତ ସ୍ବତନ୍ତ୍ର ବୋଲି ମୁଁ କହିବି।
ପ୍ରଶ୍ନ: ଏହା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବ କି?
ଉତ୍ତର: ଆମ ରାଜ୍ୟର ଉଦ୍ୟୋଗୀମାନେ ବହୁ ପରିଶ୍ରମ କରି ସଫଳତା ହାସଲ କରୁଛନ୍ତି। କିନ୍ତୁ ସେମାନଙ୍କୁ କୌଣସି ବଡ଼ ମଞ୍ଚରେ ପ୍ରଶଂସିତ କରିବା କିମ୍ବା ସମ୍ମାନିତ କରିବା ଘଟଣା ବହୁତ ବିରଳ। ଏହି ପୁରସ୍କାର ଉଦ୍ୟୋଗୀମାନଙ୍କୁ ବଡ଼ ସ୍ବପ୍ନ ଦେଖିବାକୁ ଅନୁପ୍ରାଣିତ କରିବ।
ପ୍ରଶ୍ନ: ରାଜ୍ୟର ଶିଳ୍ପାୟନ ଉପରେ ଏହି ପୁରସ୍କାର କିଭଳି ପ୍ରଭାବ ପକାଇବ?
ଉତ୍ତର: ବ୍ୟବସାୟୀମାନେ ପରଷ୍ପର ସହ ପ୍ରତିଦ୍ବନ୍ଦ୍ବିତା କରି ନୂତନ ଶିଖର ହାସଲ କଲେ ତାହାର ଲାଭ ଓଡ଼ିଶାକୁ ହିଁ ମିଳିବ। ରାଜ୍ୟ ଅର୍ଥନୀତିର ଆକାର ବଢ଼ିବ। ଏହି ପୁରସ୍କାର ରାଜ୍ୟରେ ଉଦ୍ୟୋଗୀଙ୍କୁ ଚର୍ଚ୍ଚିତ ଚେହେରାରେ ପରିଣତ କରିବ।
ପ୍ରଶ୍ନ: ଯୁବ ଉଦ୍ୟୋଗୀମାନଙ୍କୁ ଆପଣ କ’ଣ ବାର୍ତା ଦେବେ?
ଉତ୍ତର: ଉଦ୍ୟମ ଓ କଠିନ ପରିଶ୍ରମ ଦ୍ବାରା ହିଁ ସଫଳତା ମିଳିଥାଏ। ଯେଉଁମାନେ ନିଜକୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏହି ଦୁଇଟି କାମ ନିଶ୍ଚିତ ରୂପେ କରିବାକୁ ପଡ଼ିବ।
ପ୍ରଶ୍ନ: ଗହଣା ଶିଳ୍ପ ବିଷୟରେ ଆପଣ ମତ କ’ଣ?
ଉତ୍ତର: ଅଳଙ୍କାର ଏକ ପ୍ରାଚୀନ ଶିଳ୍ପ। ଏହା ଯୁଗ ସହ ତାଳ ଦେଇ ଆଗକୁ ବଢ଼ୁଛି। ଏହି ଶିଳ୍ପର ଗୁରୁତ୍ବ ଅଛି ଓ ରହିବ।
ପ୍ରଶ୍ନ: ରାଜ୍ୟର କେଉଁ କ୍ଷେତ୍ରରେ ବିକାଶର ବିପୁଳ ସୁଯୋଗ ରହିଛି?
ଉତ୍ତର: ଆଲୁମିନିୟମ, ଖଣି, ପର୍ଯ୍ୟଟନ, ଶିକ୍ଷା ଆଦି କ୍ଷେତ୍ରରେ ବିକାଶର ବିପୁଳ ସୁଯୋଗ ରହିଛି।

ସମ୍ବନ୍ଧିତ ଖବର