ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ୨୦୧୯

ବଡ଼ ସଂସ୍ଥାଙ୍କୁ ମିଳିବ ୩ ପୁରସ୍କାର

0

ସମ୍ବାଦ ପକ୍ଷରୁ ୨୦୧୯ରେ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସର ଦ୍ବିତୀୟ ସଂସ୍କରଣ ଆୟୋଜନ କରାଯାଉଛି। ପାଞ୍ଚଟି ବର୍ଗରେ ଏଥର ପୁରସ୍କାର ପ୍ରଦାନ କରାଯିବ। ସେଥି ମଧ୍ୟରୁ ଗୋଟିଏ ହେଉଛି ଲାର୍ଜ କଂପାନି ବା ବଡ଼ କଂପାନି। ଓଡ଼ିଶାରେ ଅନେକ ବଡ଼ କଂପାନି ରହିଛି ଓ ସେମାନେ ବହୁତ ଭଲ କାମ କରୁଛନ୍ତି। କଳ କାରଖାନା ସ୍ଥାପନ କରିବା ସହିତ ଏହି କଂପାନିଗୁଡ଼ିକ ଅନେକ ଆଖିଦୃଶିଆ କଲ୍ୟାଣମୂଳକ କାର୍ଯ୍ୟ ମଧ୍ୟ କରୁଛନ୍ତି। ରାଜ୍ୟ ଅର୍ଥନୀତି ବିକାଶରେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସରକାରଙ୍କୁ ମୋଟା ଅଙ୍କର ରାଜସ୍ବ ଦେଉଥିବା‌ ବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରୁଛନ୍ତି। ଏକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବଡ଼ କଂପାନିଗୁଡ଼ିକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ପାଇଁ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ରେ ବ୍ୟବସ୍ଥା କରାଯାଇଛି। ଏହି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍‌ଭର୍‌ ଭାବେ ତିନିଟି ପୁରସ୍କାର ପ୍ରଦାନ କରାଯିବ। କମ୍ପାନି ଗୁଡ଼ିକ ଯେଭଳି ସହଜରେ ଆବେଦନ କରିପାରିବେ ସେଥିଲାଗି ଏଥର ସ୍ବତନ୍ତ୍ର ଭାବେ ଏକ ସ୍ବତନ୍ତ୍ର ୱେବସାଇଟ୍‌ର ବିକଶିତ କରାଯାଇଛି। www.sambadawards.com ‌ନାମରେ ଖୋଲାଯାଇଥିବା ୱେବସାଇଟ୍‌କୁ ଯାଇ କଂପାନିଗୁଡ଼ିକ ଓ ଉଦ୍ୟୋଗୀମାନେ ଏଥିପାଇଁ ଆବେଦନ କରିପାରିବେ। ୱେବସାଇଟ୍‌ର ଉପରିଭାଗ ଡାହାଣ ପଟେ APPLY NOW ଉପରେ କ୍ଲିକ୍ କରିଲେ ଏକ ଫର୍ମ ଆସିବ। ସେହି ଫର୍ମକୁ ପୂରଣ କରି‌ ଉଦ୍ୟୋଗୀମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ପୁରସ୍କାର ରାଜ୍ୟର ସର୍ବବୃହତ୍ ମିଡିଆ ହାଉସ୍ ପକ୍ଷରୁ ଦିଆଯାଉଥିବାରୁ ଉଦ୍ୟୋଗୀମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ସୃଷ୍ଟି ହୋଇଛି। ଏହି ପୁରସ୍କାର ସେମାନଙ୍କୁ ସମ୍ମାନ ଓ ସ୍ବୀକୃତି ମଧ୍ୟ ପ୍ରଦାନ କରିବ। ଏଥିସହିତ ପ୍ରତିଯୋଗିତାରେ ଭାଗ ନେଉଥିବା ସଂସ୍ଥା ଗୁଡ଼ିକ ପାଇଁ ମଧ୍ୟ ଏହା ଆଗକୁ ବଢ଼ିବାରେ ବିଶେଷ ସହାୟକ ହେବ। ଆବେଦନ ପାଇଁ ଶେଷ ତାରିଖ ୨୦୧୯ ଜାନୁଆରି ୪ ରଖାଯାଇଛି। ଉଦ୍ୟୋଗୀମାନଙ୍କୁ ଏହି ସମୟ ଭିତରେ ଆବେଦନ କରିବାକୁ ହେବ। ସଂସ୍ଥା ଗୁଡ଼ିକ ଆବେଦନ କରିବା ପରେ ଆବେଦନଗୁଡ଼ିକୁ ବିଚାରକମାନଙ୍କ ଦ୍ବାରା ଯାଞ୍ଚ କରାଯିବ। ଯାଞ୍ଚ ପରେ ଯୋଗ୍ୟ ବିବେଚିତ ଉଦ୍ୟୋଗୀମାନଙ୍କୁ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.