ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ର ପ୍ରଥମ ସଂସ୍କରଣ ୨୦୧୮ ଜାନୁଆରି ୧୯ରେ ଆୟୋଜନ କରାଯାଇଥିଲା। ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ମାତ୍ରାଧିକ ଆଗ୍ରହ ଦେଖିବାକୁ ମିଳିଥିଲା। ଭୁବନେଶ୍ବରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ବିଜୟୀ ଶିଳ୍ପ ସଂସ୍ଥାଗୁଡ଼ିକ ପୁରସ୍କାର ଗ୍ରହଣ କରି ନିଜ ସଫଳତାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଥିଲେ। ସମ୍ବାଦ ପକ୍ଷରୁ ଏହି ପୁରସ୍କାରର ଦ୍ବିତୀୟ ସଂସ୍କରଣ ବିଷୟ ଇତିମଧ୍ୟରେ ଘୋଷଣା କରାଯାଇ ସାରିଛି। ଶିଳ୍ପ ସଂସ୍ଥାଗୁଡ଼ିକ ଠାରୁ ଆବେଦନ ଆହ୍ବାନ ପ୍ରକ୍ରିୟା ଜାରି ରହିଛି। ଆବେଦନର ଶେଷ ତାରିଖ ହେଉଛି ୨୦୧୯ ଜାନୁଆରି ୪ । ପୁରସ୍କାର ପାଇଁ ଆବେଦନ କରିବାକୁ ଚାହୁଁଥିବା ସଂସ୍ଥାଗୁଡ଼ିକ www.sambadawards.comରେ ଅତି ସହଜରେ ଆବେଦନ କରିବା ସୁବିଧା ରହିଛି। ଆସନ୍ତା ବର୍ଷ ଜାନୁଆରି ୧୯ରେ ଏହି ପୁରସ୍କାର ବିତରଣ କରାଯିବ। ପ୍ରଥମ ସଂସ୍କରଣ ପୁରସ୍କାର ପ୍ରଦାନ ପାଇଁ ଆୟୋଜିତ ସମାରୋହର ସମ୍ୟକ୍ ଝଲକ୍...
ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ୨୦୧୯
ପ୍ରଥମ ସଂସ୍କରଣର ଝଲକ୍
/sambad/media/post_attachments/wp-content/uploads/2018/12/Odissa-proud-award.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)