ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ର ମୁମ୍ବାଇଠାରେ ଥିବା ବ୍ରେଡି ରୋଡ୍ ଶାଖାକୁ ଆଜି ସିବିଆଇ ସିଲ୍ କରିଦେଇଛି। ଏହି ଶାଖାରୁ ହିଁ ନିରବ ମୋଦି ଏଲ୍ଓୟୁ ହାତେଇବାରେ ସମର୍ଥ ହୋଇଥିଲେ। ସିବିଆଇ ପକ୍ଷରୁ କୁହାଯାଇଛି ଯେ, ନିରବଙ୍କ ଏଲ୍ଓୟୁ ମାମଲାରେ ଏହି ଶାଖାକୁ ସିଲ୍ କରାଯାଇଛି। ଫଳରେ ଏହି ଶାଖାରେ ଏବେ କୌଣସି କାରବାର ହେବ ନାହିଁ। ବ୍ୟାଙ୍କର କର୍ମଚାରୀଙ୍କ ପ୍ରବେଶକୁ ବଧ୍ୟ ବାରଣ କରାଯାଇଛି।
ନିରବ ମୋଦିଙ୍କ ମାମୁଁ ମେହୁଲ ଚୋକ୍ସି ଏବଂ ଗୀତାଞ୍ଜଳି ଗ୍ରୁପ୍ର ୭ ସମ୍ପତ୍ତିକୁ ଆୟକର ବିଭାଗ ଜବତ କରିଛି। ଟିକସ ଠକେଇ ମାମଲାରେ ସହରର ବିଭିନ୍ନ ସ୍ଥାନରେ ଥିବା ଚୋକ୍ସିଙ୍କ କୋଠା ଏବଂ ଫ୍ଲାଟ୍ଗୁଡ଼ିକୁ ଜବତ କରାଯାଇଛି। ଫେବ୍ରୁଆରି ୧୭ରେ ଆୟକର ବିଭାଗ ଚୋକ୍ସି ଏବଂ ଗୀତାଞ୍ଜଳିର ୯ଟି ବ୍ୟାଙ୍କ ଖାତା ଜବତ କରିଥିଲା। ଏହା ପୂର୍ବରୁ ବିଭାଗ ପକ୍ଷରୁ ପିଏନ୍ବି ଠକେଇର ମୁଖ୍ୟ ନିରବଙ୍କ ୨୯ଟି ସମ୍ପତ୍ତି ଏବଂ ୧୦୫ ବ୍ୟାଙ୍କ ଖାତାକୁ ଜବତ କରାଯାଇଥିଲା।
ବ୍ରେଡି ରୋଡ୍୍ ଶାଖା ସିଲ୍
ଚୋକ୍ସିଙ୍କ ୭ ସମ୍ପତ୍ତି
/sambad/media/post_attachments/wp-content/uploads/2018/02/a-fine-tree-in-its-springtime-colours-on-the-edge-of-the-tiny-village-BMFN5X.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)