ମା‌ଲାବାରରେ ବଧୂ ଅଳଙ୍କାର ସମ୍ଭାର

ଭୁବନେଶ୍ବର : ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଦି ବ୍ରାଇଡ୍‌ସ ଅଫ୍‌ ଇଣ୍ଡିଆ ଅଭିଯାନ ପରିପ୍ରେକ୍ଷ‌ୀରେ ରୁପାଲି ଛକରେ ଥିବା ଷ୍ଟୋର୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବଧୂମାନଙ୍କ ପାଇଁ କଂପାନି ଆଣିଥିବା ଗହଣାଗୁଡ଼ିକୁ ମଡେଲ୍‌ମାନେ ପ୍ରଦର୍ଶିତ କରିଥିଲେ। ସେମାନେ ବଧୂବେଶରେ ସଜେଇ ହୋଇ ଗହଣାଗୁଡ଼ିକୁ ଉପସ୍ଥାପନ କରିଥିଲେ। ମାଲାବାର ତରଫରୁ ଏକ ବିବାହ ଗୀତକୁ ମଧ୍ୟ ଉନ୍ମୋଚନ କରାଯାଇଛି ଯେଉଁଥିରେ ବଲିଉଡ୍‌ କଳାକାର ଅନିଲ କପୁର ଓ କରିନା କପୁର ଅଭିନୟ କରିଛନ୍ତି। ଏହି ତିନି ମିନିଟ୍‌ର ଭିଡିଓ ସୋସିଆଲ୍ ମିଡିଆରେ ଅପ୍‌ଲୋଡ୍ ହେବା ପରେ ଲୋକମାନେ ତାହାକୁ ବେଶ ପ୍ରଶଂସା କରିଛନ୍ତି।

ପ୍ରଥମ ୪୮ ଘଣ୍ଟା ଭିତରେ ସେହି ଭିଡିଓକୁ ଏକ ନିୟୁତରୁ ଅଧିକ ଥର ଦେଖାଯାଇଛି। ଓଡ଼ିଆ ବଧୂ ସମେତ ଦେଶର ବିଭିନ୍ନ ରାଜ୍ୟର ସ୍ବତନ୍ତ୍ର ବଧୂମାନଙ୍କୁ ଏହି ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିବ। କୁକି ଗୁଲାଟିଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଭିଡିଓର ଗୀତ ରଚନା କରିଛନ୍ତି ଜୁହି ଚତୁର୍ବେଦୀ ଓ ତାହାକୁ ସଙ୍ଗୀତରେ ସଜାଇଛନ୍ତି ଅନୁପମ ରଏ। ଏହି ଅଭିଯାନ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌ ପି ଅହମ୍ମଦ କହିଛନ୍ତି ଯେ ଦି ବ୍ରାଇଡ୍‌ସ ଅଫ୍ ଇଣ୍ଡିଆ ଅଭିଯାନକୁ ନୂଆ ଯୁଗର ବଧୂମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି। ବିଗତ ଦଶ ବର୍ଷ‌ରେ ଏହି ଅଭିଯାନ ବଧୂମାନଙ୍କ ଗହଣାକୁ ଉପସ୍ଥାପନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଚଳିତ ସଂସ୍କରଣର ବିଷୟବସ୍ତୁ ହେଉଛି ବଧୂମାନଙ୍କ ଲାଗି ପଥ ପ୍ରସ୍ତୁତ କରିବା। ଆମ ବଧୂ ଗହଣା ସମ୍ଭାରରେ ପ୍ରତିଟି ବଧୂଙ୍କ ପାଇଁ ସ୍ବତନ୍ତ୍ର ଅଳଙ୍କାର ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ମାଲାବାର ପକ୍ଷରୁ ଅଗ୍ରୀମ ବିବାହ କିଣାକିଣି ସ୍କିମ୍ ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ କିଣିବାକୁ ଚାହୁଥିବା ଅଳଙ୍କାର ମୂଲ୍ୟର ୧୦% ରାଶି ଦେଇ ତାହାକୁ ଆଗୁଆ ବୁକିଂ କରିପାରିବେ। ଫଳରେ ବିବାହ ସମୟରେ ସେହି ଗହଣାକୁ ବୁକିଂ କରିଥିବା ମୂଲ୍ୟରେ ପାଇପାରିବେ। ଏହା ଦ୍ବାରା ‌ସେମାନଙ୍କୁ ସୁନା ଦରରେ ହେଉଥିବା ବୃଦ୍ଧି ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର