କମ୍ପାନି-ଶିକ୍ଷାନୁଷ୍ଠାନ ବ୍ୟବଧାନ ହ୍ରାସ ଜରୁରୀ

ଭୁବନେଶ୍ବର: ଓଡ଼ିଶାର ବଡ଼ ବଡ଼ କର୍ପୋରେଟ୍ ଏବଂ ଏକାଡେମିର ଏକ ମିଳିତ ବୈଠକ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ମିଳିତ ବୈଠକ ୟୁରେକା ଲର୍ଣ୍ଣିଂସ ଏବଂ ଜେଟ୍‌ସ୍ମାର୍ଟ ଆଇଟି ସର୍ଭିସେସର ସିଇଓ ସୁରଜ କୁମାର ରାଜଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ଏଥିରେ ଅତିଥି ଭାବେ ପ୍ରେରଣାଦାୟୀ ବକ୍ତା ଡକ୍ଟର ଅଶ୍ୱିନୀ କୁମାର ରାଜ ଏବଂ ଇସି-କାଉନସିଲ ଫର୍‌ ଇଣ୍ଡିଆର କଣ୍ଟ୍ରି ହେଡ୍‌ ପୂଜା ଭି ଯୋଶୀ ଯୋଗ ଦେଇଥିଲେ। ସଂପ୍ରତି ଚତୁର୍ଥ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି।

ଏଭଳି ସ୍ଥିତିରେ ଲୋକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ, ରୋ‌ବୋଟିକ୍ସ ଏବଂ ସାଇବର ସିକ୍ୟୁରିଟି ପ୍ରତି ଆକୃଷ୍ଟ ହେଉଛନ୍ତି। ଏହି ଦ୍ରୁତ ଗତିଶୀଳ ଏବଂ ପ୍ରତିଯୋଗିତାମୂଳକ ଦୁନିଆରେ ନୂତନ ଯୁବପିଢ଼ି ଉଦ୍ୟୋଗ ଜଗତରେ ପ୍ରବେଶ କରିବାକୁ ତାଲିମପ୍ରାପ୍ତ ହେବା ଉଚିତ। ଯେହେତୁ ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛେ ସେଥିପାଇଁ ଆମକୁ ବୈଷୟିକ ଦକ୍ଷତା ବଢ଼ାଇବାକୁ ହେବ। ଅନୁସନ୍ଧାନ ଏବଂ ଗବେଷଣାର ଅଗ୍ରଗତିକୁ ଅଧିକରୁ ଅଧିକ ବୃଦ୍ଧି କରିବା ଉଚିତ। ତେଣୁ ଶିକ୍ଷାନୁଷ୍ଠାନ ଓ ଉଦ୍ୟୋଗ ଜଗତ ମଧ୍ୟରେ ରହିଥିବା ବ୍ୟବଧାନକୁ ହ୍ରାସ କରିବା ‌ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଏହା ହେଲେ ଯୁବପିଢ଼ି ଉପକୃତ ‌ହେବେ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏକ ଦକ୍ଷ ଶ୍ରମଶକ୍ତି ସୃଷ୍ଟି ସମ୍ଭବ ହେବ।
ଏହି ବୈଠକରେ ବିଭିନ୍ନ କର୍ପୋରେଟ୍‌ର ମାନବ ସମ୍ବଳ ବିଭାଗ ମୁଖ୍ୟ, ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ ମୁଖ୍ୟ, ବରିଷ୍ଠ ପରାମର୍ଶଦାତା, ଉପସଭାପତି, ଏବଂ ଶିକ୍ଷାନୁଷ୍ଠାନର ପ୍ରଫେସର, ନିର୍ଦ୍ଦେଶକ ଏବଂ ତାଲିମ ଓ ପ୍ଲେସମେଣ୍ଟ ଅଫିସରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର