ଆଜି ବଜେଟ୍ ଉପସ୍ଥାପନ କରିବାକୁ ଆସିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ରିଟିଶ ଅମଳରେ ଏକ ପରମ୍ପରାକୁ ଭାଙ୍ଗିଛନ୍ତି ଏବଂ ଭାରତୀୟ ସଂସ୍କୃତିକର ପରମ୍ପରାକୁ ଆପଣେଇଛନ୍ତି। ପୂର୍ବରୁ ବଜେଟ୍ ପୁସ୍ତିକାକୁ ଅର୍ଥମନ୍ତ୍ରୀମାନେ ଏକ ଲାଲ୍ ବ୍ରିଫ୍କେସ୍ରେ ଆଣୁଥିଲେ। କିନ୍ତୁ ନିର୍ମଳା ଆଜି ‘ବହି ଖାତା’ ଢାଞ୍ଚା ବଜେଟ୍ କାଗଜପତ୍ର ଆଣିଥିଲେ। ସେ ଲାଲ୍ ରଙ୍ଗର ଏକ ସିଲ୍କ ବ୍ୟାଗ୍ରେ ବଜେଟ୍ କାଗଜପତ୍ର ଆଣିଥିଲେ ଯାହା ଉପରେ ଜାତୀୟ ସଙ୍କେତ ରହିଥିଲା। ଏହା ପୂର୍ବରୁ ବାଜପେୟୀ ସରକାରଙ୍କ ଅମଳରେ ସେହି ସମୟରେ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ବ୍ରିଟିଶ ଅମଳର ଏକ ପରମ୍ପରା ଭଙ୍ଗ କରି ଦିନ ୧୧ଟାରେ ବଜେଟ୍ ଉପସ୍ଥାପନ କରିଥିଲେ। ତାଙ୍କ ପୂର୍ବରୁ ଅପରାହ୍ନ ୫ଟାରେ ବଜେଟ୍ ଉପସ୍ଥାପନ କରାଯାଉଥିଲା। ଭାରତୀୟ ବ୍ୟବସାୟୀମାନେ ରଖୁଥିବା ହିସାବ ଖାତାକୁ ସାଧାରଣରେ ‘ବହି ଖାତା’ ବୋଲି କୁହାଯାଏ। ବ୍ରିଫ୍କେସ୍ ଛାଡ଼ି ବହି ଖାତା ଧରିବା ପଛର ଅଭିପ୍ରାୟ ବିଷୟରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଟମୂର୍ତ୍ତି ସୁବ୍ରମଣିଅନ କହିଛନ୍ତି ଯେ, ସରକାର ଭାରତୀୟ ପରମ୍ପରାକୁ ଆପଣେଇଛନ୍ତି।
ବ୍ରିଫ୍କେସ୍ ଯୁଗ ଶେଷ, ଏବେ ବହି ଖାତା
/sambad/media/post_attachments/wp-content/uploads/2019/07/budget_for_women_660_070519080342.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)