ସ୍ଵିସ ବ୍ୟାଙ୍କରେ କେଉଁ ଦେଶର ଅଛି ସର୍ବାଧିକ କଳାଟଙ୍କା ଜାଣିଛନ୍ତି କି ?

ନୂଆଦିଲ୍ଲୀ: ସ୍ଵିସ ବ୍ୟାଙ୍କରେ ଟଙ୍କା ଜମା ରଖିବାରେ ଭାରତ ୭୪ତମ ସ୍ଥାନରେ ରହିଛି | ତେବେ ଏହି ତାଲିକାରେ ବ୍ରିଟେନ ପ୍ରଥମ ସ୍ଥାନ ଅଧିକାର କରିଛି | ସ୍ୱିଜରଲାଣ୍ଡ ସ୍ଥିତ ବ୍ୟାଙ୍କ ଦ୍ୱାରା ପ୍ରକାଶ କରାଯାଇଥିବା ତଥ୍ୟ ମୁତାବକ ଗତ ବର୍ଷ ଭାରତ ୭୩ ତମ ସ୍ଥାନରେ ଥିବାବେଳେ ଏଥର ୭୪ ତମ ସ୍ଥାନରେ ଅଛି ଅର୍ଥାତ ଭାରତରୁ କଳାଧନ ଜମା ହାର କମିଛି |

ସ୍ଵିସ ନ୍ୟାସନାଲ ବ୍ୟାଙ୍କ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ସମୁଦାୟ ଜମା ଅର୍ଥର ୦.୦୭ ପ୍ରତିଶତ ଭାରତୀୟଙ୍କର ଟଙ୍କା ଜମା ରହିଛି | ବ୍ରିଟେନ ଲୋକ ସର୍ବାଧିକ ୨୬ ପ୍ରତିଶତ ଅର୍ଥ ଜମା କରିଛନ୍ତି | ବ୍ରିଟେନ ପରେ ଆମେରିକା ଦ୍ଵିତୀୟ ସ୍ଥାନରେ ଥିବାବେଳେ ୱେଷ୍ଟଇଣ୍ଡିଜ ତୃତୀୟ ଓ ଚତୁର୍ଥ ସ୍ଥାନରେ ଫ୍ରାନ୍ସ ରହିଛି |

ସେହିପରି ୫ମ ସ୍ଥାନରେ ହଂକଂ ଥିବାବେଳେ ମୋଟ ଜମାରାଶିର ୫୦ ପ୍ରତିଶତ ଅର୍ଥ ଏହି ୫ଟି ଦେଶର ଲୋକ ରଖିଛନ୍ତି | ସ୍ଵିସ ବ୍ୟାଙ୍କରେ ଜମା ରଖିଥିବା ବିରିକ୍ସ ଦେଶଙ୍କ ମଧ୍ୟରେ ଭାରତ ସବୁଠାରୁ ପଛରେ ଅଛି | ବିରିକ୍ସ ସଦସ୍ୟଙ୍କ ମଧ୍ୟରେ ରୁଷିଆ ୨୦ ତମ ସ୍ଥାନରେ ଥିବାବେଳେ ଚୀନ ୨୨ ତମ ସ୍ଥାନରେ ରହିଛି |

ସମ୍ବନ୍ଧିତ ଖବର