ମାତ୍ର ୨୯୫ଟଙ୍କା ନିବେଶରେ ଆରମ୍ଭ ହୋଇଥିବା କମ୍ପାନି ଆଜି ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରୁଛି

ନୂଆଦିଲ୍ଲୀ: ଏକ ଛୋଟ ଦୋକାନରୁ ଆରମ୍ଭ ହୋଇ ବ୍ୟବସାୟ ଆଜି ହଜାର କୋଟିରେ ପହଞ୍ଚିଯାଇଛି। ଦେଶ ନୁହେଁ, ବରଂ ପୂରା ବିଶ୍ବରେ ବ୍ରିଟାନିଆ କମ୍ପାନି ବିସ୍କୁଟ ସମେତ ଅନ୍ୟ ଖାଦ୍ୟ ପଦାର୍ଥର ବ୍ୟବସାୟ କରୁଛି। ଆମେ ଦେଶର ଲୋକପ୍ରିୟ ବ୍ରାଣ୍ଡ୍ ବ୍ରିଟାନିଆର ଫୁଡ ସେକ୍ଟର ବିଷୟରେ କହିବାକୁ ଯାଉଛୁ, ଯାହାକି ୧୮୯୨ରେ ମାତ୍ର ୨୯୫ଟଙ୍କା ନିବେଶ କରି ବ୍ୟବସାୟ ଆରମ୍ଭ କରିଥିଲା।

କୋଲକାତାରେ ଥିବା ବ୍ରିଟାନିଆ କମ୍ପାନିର ବ୍ୟବସାୟ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ଦେଖିବାକୁ ଗଲେ ଆଜି ପ୍ରାୟ ଘରମାନଙ୍କରେ ବ୍ରିଟାନିଆ ବିସ୍କୁଟ, ଟୋଷ୍ଟ, ବ୍ରେଡ ଓ କେକରୁ ନେଇ ଅନେକ ପ୍ରକାର ଖାଦ୍ୟ ସାମଗ୍ରୀ ବ୍ୟବହାର କରାଯାଉଛି। ପୂର୍ବ ରିପୋର୍ଟ ମୁତାବକ, କମ୍ପାନିକୁ ଜଣେ ବ୍ରିଟିଶ ବ୍ୟବସାୟୀଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। କମ୍ପାନି ପ୍ରାରମ୍ଭିକ ସମୟରେ ଏକ ଛୋଟ ଘରୁ ମାତ୍ର ୨୯୫ଟଙ୍କା ପୁଞ୍ଜି ନିବେଶ କରି ବିସ୍କୁଟ ତିଆରି କରିବା ବ୍ୟବସାୟ ଆରମ୍ଭ କରିଥିଲା।

 

୧୯୮୬ରେ ବ୍ରିଟାନିଆ ଗୁଡ ଡେ ବ୍ରାଣ୍ଡ୍ ଲଞ୍ଚ ମାର୍କେଟରେ ଭଲ ବ୍ୟବସାୟ କରିଥିଲା। ସେହିପରି ଦେଖିବାକୁ ଗଲେ ୧୯୯୩ ମସିହାରେ ଲିଟିଲ ହାର୍ଟସ ଓ ୫୦-୫୦ ବିସ୍କୁଟ ବହୁତ ପସନ୍ଦ କରିଥିଲେ ଲୋକେ। ଏଥିସହିତ ୧୯୯୭ ମସିହାରେ କମ୍ପାନିର ଡେୟରି ପ୍ରଡକ୍ଟ ବଜାରକୁ ଆସିଥିଲା। ୨୦୦୪ରେ ବ୍ରିଟାନିଆକୁ ସୁପରବ୍ରାଣ୍ଡ ବୋଲି ମାନ୍ୟତା ଦିଆଯାଇଥିଲା।

ଆଜି ବ୍ରିଟାନିଆ ଇଣ୍ଡଷ୍ଟ୍ରିର ବ୍ୟବସାୟ ଦୁନିଆର ୬୦ରୁ ଅଧିକ ଦେଶରେ ଚାଲିଛି। କମ୍ପାନିର ଖାଦ୍ୟ ସାମଗ୍ରୀ ଉତ୍ତରଆମେରିକା, ୟୁରୋପ, ଆଫ୍ରିକା ଓ ସାଉଥ ଇଷ୍ଟ ଏସିଆକୁ ବିତରଣ ହେଉଛି। ଭାରତରେ କମ୍ପାନିର ୫୦ଲକ୍ଷରୁ ଅଧିକ ରିଟେଲ ଆଉଟଲେଟ ରହିଛି।

ସମ୍ବନ୍ଧିତ ଖବର