ପଂଜୀକରଣ ବୈଧତା ଥିବା ପର୍ଯ୍ୟନ୍ତ ବିଏସ-୪ ଗାଡ଼ି ଚାଲିପାରିବ : ସୀତାରମଣ

ନୂଆଦିଲ୍ଲୀ : ଦେଶରେ ଅଟୋମୋବାଇଲ ଉଦ୍ୟୋଗ ଏବେ ଏକ ବଡ଼ ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ଏହା ଫଳରେ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଛଟେଇ ହୋଇସାରିଲେଣି, ଆଗକୁ ମଧ୍ୟ ଆହୁରି ଛଟେଇ ହେବାର ସମ୍ଭାବନା ଦେଖାଦେଇଛି । ଅଟୋମୋବାଇଲ ଉଦ୍ୟୋଗ ଦେଶର ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ ଉଦ୍ୟୋଗ ମଧ୍ୟରେ ଅନ୍ୟତମ ହୋଇଥିବାରୁ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରାଳୟ ପକ୍ଷରୁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ୨୦୨୦ ମାର୍ଚ୍ଚ ମଧ୍ୟରେ କିଣାଯାଇଥିବା ବିଏସ-୪ ପ୍ରଦୂଷଣ ମାନକ ବିଶିଷ୍ଟ ଗାଡ଼ିଗୁଡ଼ିକ ନିଜର ସମୁଦାୟ ରେଜିଷ୍ଟ୍ରେସନ ବୈଧତା ସମୟ ପର୍ଯ୍ୟନ୍ତ ଚାଲିପାରିବ ।

ଦେଶରେ ୨୦୨୦ ଏପ୍ରିଲଠାରୁ ବିଏସ-୬ ମାନକ ବିଶିଷ୍ଟ ଗାଡ଼ି ପ୍ରଚଳନ ହେବ । କିନ୍ତୁ ଏହାକୁ ନେଇ କେତେକ ସଂଦେହ ଥିବାରୁ ଗ୍ରାହକମାନେ ବିଏସ-୪ ଗାଡି କ୍ରୟ କରୁନଥିଲେ । ଫଳରେ କମ୍ପାନି ମାନଙ୍କ ବିକ୍ରି କମୁଥିଲା । ଏବେ ସରକାର ସଂଦେହକୁ ଦୂର କରିଥିବାରୁ ଗ୍ରାହକମାନେ ବିଏସ-୪ ଯାନ କିଣିପାରିବେ ।

ସମ୍ବନ୍ଧିତ ଖବର