ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ରେ ଆଣିଲା ପରିବର୍ତ୍ତନ, ଏଣିକି ଦିନକୁ ମିଳିବ ୫ଜିବି ଡାଟା

ନୂଆଦିଲ୍ଲୀ:  ଅନ୍ୟ ଟେଲିକମ୍‌ କମ୍ପାନିଙ୍କ ଭଳି ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ୧୮୬ଟଙ୍କାର ଡାଟା ପ୍ଲାନ୍‌ର ପରିବର୍ତ୍ତନ କରିଛି। ବିଏସ୍‌ଏନ୍‌ଏଲ୍‌ ୧୮୬ଟଙ୍କାର ପ୍ଲାନ୍‌ରେ ଏଣିକି ବ୍ୟବହାରକାରୀ ୫ଜିବିର ହାଇ ସ୍ପିଡ୍‌ ଡାଟା ପାଇ ପାରିବେ। ବ୍ୟବହାରକାରୀ ପୂର୍ବରୁ ଏହି ଡାଟା ପ୍ଲାନ୍‌ରେ ୧ଜିବି ଡାଟା ପାଉଥିଲେ। ଏଥିସହିତ ଘରୋଇ ଟେଲିକମ୍‌ କମ୍ପାନି ଭଳି ଏସ୍‌ଏମ୍‌ଏସ୍‌ର ଫାଇଦା ଗ୍ରାହକ ଉଠାଇ ପାରୁଥିଲେ। ମୁମ୍ବାଇ ଓ ଦିଲ୍ଲୀକୁ ବାଦ ଦେଇ ୧୮୬ଟଙ୍କାର ଏହି ଡାଟା ପ୍ଲାନ୍‌ ସମଗ୍ର ଦେଶରେ ଉପଲବ୍ଧ ରହିଛି। ଏହି ପ୍ଲାନ୍‌ର ମୂଲ୍ୟ ରାଜ୍ୟ ଅନୁଯାୟୀ ଭିନ୍ନ ଭିନ୍ନ ରହିବ ବୋଲି ଶୁଣିବାକୁ ମିଳୁଛି।

ପରିବର୍ତ୍ତନ ହେବା ପରେ ୧୮୬ଟଙ୍କାର ପ୍ଲାନ୍‌ରେ ଅନ୍‌-ନେଟ୍‌ ଓ ଅଫ୍‌-ନେଟ, ଅନଲିମିଟେଡ କଲ୍‌, ନ୍ୟାସନାଲ ରୋମିଂ ପାଇଁ ୫ଜିବି ଡାଟା ପ୍ରଦାନ କରାଯାଇଛି। ୫ଜିବି ଡାଟା ଶେଷ ହେବା ପରେ ଡାଟା ସ୍ପିଡ୍‌ ୪୦କେବିପିଏସ୍‌ ହୋଇଯିବ। ଏଥିରେ ବ୍ୟବହାରକାରୀ ୧୦୦୦ଟି ଏସ୍‌ଏମ୍‌ଏସ୍‌ର ଫାଇଦା ଉଠାଇ ପାରିବେ। ଏହି ପ୍ଲାନ୍‌ର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିଛି। ଏହି ପ୍ଲାନ୍‌ ବିଏସ୍‌ଏନ୍‌ଏଲ୍‌ର ପ୍ରି-ପେଡ୍‌ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ବର୍ତ୍ତମାନ ଏହି ପ୍ଲାନ୍‌ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଆରମ୍ଭ ହୋଇଛି। ତେବେ ବିଏସ୍‌ଏନ୍‌ଏଲ୍‌ର ଏହି ଡାଟାକୁ ଦେଖି ଜିଓ ଭଳି ଅସୀମିତ ଡାଟା ପ୍ରଦାନ କରୁଛି ବୋଲି କୁହାଯାଉଛି।

ଏହା ପୂର୍ବରୁ ଆଇଡିଆ ମଧ୍ୟ ୧୯୯ଟଙ୍କାର ଟାରିଫ ପ୍ଲାନ୍‌ର ପରିବର୍ତ୍ତନ କରିଥିଲା। ଏଥିରେ ୨୮ଜିବି ଡାଟା ସହିତ ଭଏସ୍‌ କଲ ଓ ଏସ୍‌ଏମ୍‌ଏସ୍‌ ସୁବିଧା ଆଦି ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର