ନୂଆଦିଲ୍ଲୀ: ଯଦି ଆପଣ ସବୁଠାରୁ ଅଧିକ ଦିନ ରିଚାର୍ଜ ବାବଦରେ ଆଲୋଚନା କରନ୍ତି, ତେବେ ସାଧାରଣତଃ ଟେଲିକମ୍ କମ୍ପାନୀଗୁଡିକ ଏକ ବର୍ଷର ବୈଧତା ସହିତ ରିଚାର୍ଜ ପ୍ଲାନ ପ୍ରଦାନ କରନ୍ତି | ତେବେ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଅଧିକ ଦିନ ରିଚାର୍ଜରେ ଆଗରେ ରହିଛି। ଏବେ ବିଏସଏନଏଲ କେବଳ ବର୍ଷକ ପାଇଁ ନୁହେଁ ବରଂ ବର୍ଷକରୁ ଅଧିକ ଦିନ ଯାଏଁ ଚାଲିବାକୁ ଥିବା ରିଚାର୍ଜ ପ୍ଲାନ ଆଣିଛି | ଏହି ରିଚାର୍ଜ ପ୍ଲାନ ୪୩୭ ଦିନର ବୈଧତା ସହିତ ଆସିଥାଏ |
ଯଦି ଆପଣ ପ୍ରତି ମାସରେ କିମ୍ବା ପ୍ରତିବର୍ଷ ରିଚାର୍ଜ ଯୋଜନା କରିବାକୁ ଚାହୁଁନାହାଁନ୍ତି, ତେବେ ୪୩୭ ଦିନର ବୈଧତା ସହିତ ବିଏସଏନଏଲ ର ଏହି ପ୍ଲାନ ସର୍ବୋତ୍ତମ ବୋଲି କୁହାଯାଇପାରେ | ୪୩୭ ଦିନର ବୈଧତା ଯୁକ୍ତ ଏହି ପ୍ଲାନ ପାଇଁ ୨୩୯୯ ଟଙ୍କା ଦେବାକୁ ପଡିବ | ଏହି ପ୍ଲାନରେ, ବିଏସଏନଏଲ ଗ୍ରାହକମାନେ ପ୍ରତିଦିନ ୩ଜିବି ହାଇ ସ୍ପିଡ୍ ଡାଟା ପାଆନ୍ତି |
ଏହା ଛଡା ବିଏସଏନଏଲ ର ଏହି ଯୋଜନାରେ ଗ୍ରାହକଙ୍କୁ ଯେକୌଣସି ନେଟୱାର୍କରେ କଲ୍ କରିବା ପାଇଁ ମାଗଣା ଅସୀମିତ ମିନିଟ୍ ପ୍ରଦାନ କରାଯାଇଛି | ଦୈନିକ ୧୦୦ ମାଗଣା ଏସଏମଏସ ସୁବିଧା ସହ ଏରୋଶ ନାଓ ପରି ଓଟିଟି ପ୍ଲାଟଫର୍ମର ମାଗଣା ସଦସ୍ୟତା ମଧ୍ୟ ବିଏସଏନଏଲ ଦ୍ୱାରା ପ୍ରଦାନ କରାଯାଇଛି |