ମୁମ୍ବାଇ: ବିଏସ୍ଏନ୍ଏଲ୍ ୪ଜି ନେଟ୍ୱାର୍କର ଅପେକ୍ଷା ଦିନକୁ ଦିନ ବିଳମ୍ବ ହୋଇ ହୋଇ ଚାଲିଛି। ପୂର୍ବରୁ ଟେଲିକମ୍ ଦୁନିଆରେ ବିଏସ୍ଏନ୍ଏଲ୍ ସବୁଠାରୁ ଅଧିକ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଏବେ ବେସରକାରୀ କମ୍ପାନୀୁଗୁଡ଼ିକର ଯଥେଷ୍ଟ ପଛରେ ପଡ଼ିଯାଇଛି। ଅନ୍ୟ କମ୍ପାନୀଗୁଡ଼ିକ ୪ଜିରୁ ୫ଜି ଆଡ଼କୁ ମୁହାଁଇଥିବା ବେଳେ ବିଏସ୍ଏନ୍ଏଲ୍ ଏବେ ବି ସେହି ୩ଜି ନେଟ୍ୱାର୍କରେ ଅଟକିଛି। ପୂର୍ବରୁ ଶୁଣା ଯାଉଥିଲା ଯେ ୨୦୨୦ ମସିହାରେ କମ୍ପାନୀ ତା’ର ୪ଜି ସେବା ଜାରି କରିବ। ମାତ୍ର ଏବେ ପର୍ଯ୍ୟନ୍ତ କମ୍ପାନି ଯେଉଁଠି ଥିଲା ସେଇଠି ଅଟକିଛି। କୁହାଯାଉଥିଲା ଯେ ଏହି ବର୍ଷ ଶେଷ ସୁଦ୍ଧା କମ୍ପାନୀ ଗ୍ରାହକଙ୍କୁ ୪ଜି ସେବା ପ୍ରଦାନ କରିବ। ମାତ୍ର ଏବେ ହସ୍ତଗତ ହୋଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ୪ଜି ସେବା ପାଇଁ ଗ୍ରାହକଙ୍କୁ ଆହୁରି ୨୦ରୁ ୨୨ ମାସ ଅପେକ୍ଷା କରିବାକୁ ପଡ଼ିବ।
ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ପକ୍ଷରୁ ୪ଜି ଉପକରଣ ପାଇଁ ସଂଶୋଧିତ ଟେଣ୍ଡର ଆହ୍ବାନ କରାଯିବାକୁ ଥିବା ବେଳେ ସେହି ପ୍ରକ୍ରିୟାରେ ଟେକ୍ ମହିନ୍ଦ୍ରା ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିବା କଥା ୨୦୨୦ ମସିହାରେ ଶୁଣିବାକୁ ମିଳୁଥିଲା। କଂପାନିର ସିଇଓ ସିପି ଗୁରନାନି କହିଥିଲେ, ୪ଜି ଓ ୫ଜିର ଡିଜିଟାଲ୍ ହାଇୱେ ନିର୍ମାଣ କରିବା ଲାଗି ଆମେ ପ୍ରସ୍ତୁତ ଅଛୁ। ଆମ ପାଖରେ ପରିପକ୍ବ ପ୍ରଯୁକ୍ତି ରହିଛି ଯାହାକୁ ଆମେ ନେଟ୍ୱର୍କରେ ବ୍ୟବହାର କରି ଯଥେଷ୍ଟ ପରିମାଣର ବ୍ୟାଣ୍ଡ୍ୱିଡ୍ଥ ସୃଷ୍ଟି କରିପାରିବୁ।’ ଟେକ୍ ମହିନ୍ଦ୍ରା ହେଉଛି ଦେଶର ପଞ୍ଚମ ବଡ଼ ସୂଚନା ପ୍ରଯୁକ୍ତି କଂପାନି। ଏହା ଏଟି ଆଣ୍ଡ୍ଟି ଓ ବିଟି ଭଳି ଟେଲିକମ୍ ସଂସ୍ଥାକୁ ସେବା ଯୋଗାଉଛି।
ବିଏସ୍ଏନ୍ଏଲ୍ ୪ଜି ନେଟ୍ୱାର୍କ ଲଞ୍ଚ୍ ହେବାକୁ ଆହୁରି ୨୦ରୁ ୨୨ ମାସ ସମୟ ଲାଗିବ
/sambad/media/post_attachments/wp-content/uploads/2021/02/bsnl-tower.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)