ପ୍ରେମୀଯୁଗଳଙ୍କ ପାଇଁ ଜବରଦସ୍ତ ଅଫର ! ୫ମିନିଟ୍ରୁ ଅଧିକ କଥା ହେଲେ ୬ପଇସା ଆକାଉଣ୍ଟରେ ଯୋଡ଼ିବ ବିଏସ୍ଏନ୍ଏଲ୍
ନୂଆଦିଲ୍ଲୀ : କିଛି ଦିନ ତଳେ ଜିଓ ନିଜର ମାଗଣା ସେବାରେ ଟିକେ ପରିବର୍ତ୍ତନ ଆଣିଥିଲା । ଜିଓ ନମ୍ବରକୁ ଛାଡ଼ି ଅନ୍ୟ ଯେ କୌଣସି ନମ୍ବରକୁ ଫୋନ କଲେ ୬ପଇସା କାଟିବ ବୋଲି ଘୋଷଣା କରାଯାଇଥିଲା । ଆଇୟୁସିର ନାଁ ନେଇ ଜିଓ ଏହି ନିୟମ ଲାଗୁ କରିଥିବା ବେଳେ ଏବେ ଭାରତର ସରକାରୀ ଟେଲିକମ କମ୍ପାନୀ ବିଏସ୍ଏନ୍ଏଲ୍ ଜିଓକୁ ଟକ୍କର ଦେବା ପାଇଁ ନୂଆ ନିୟମ ଲାଗୁ କରିଛି ।
ଜିଓ ୬ପଇସା କାଟୁଥିବା ବେଳେ ବିଏସ୍ଏନ୍ଏଲ୍ ୬ପଇସା ନିଜ ବ୍ୟବହାରକାରୀଙ୍କୁ ଦେବ ବୋଲି ଜଣା ପଡ଼ିଛି । ଏହି ନୂଆ ଅଫର ମୁତାବକ, ୫ମିନିଟ୍ ବା ଏହାଠାରୁ ଅଧିକ ସମୟ କଥା ହେଲେ ବ୍ୟବହାରକାରୀଙ୍କ ଆକାଉଣ୍ଟରେ ୬ପଇସା ଯୋଡ଼ି ହୋଇଯିବ ।

ବିଏସ୍ଏନ୍ଏଲ୍ର ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଡିଜିଟାଲ ଯୁଗରେ ବ୍ୟବହାରକାରୀମାନେ ଭଏସ୍ ଓ ଡାଟା ପାଇଁ ଗୁଣବତ୍ତାପୂର୍ଣ୍ଣ ସେବା ଚାହୁଁଛନ୍ତି । ଯାହା ପାଇଁ ଆମେ ଏହି ଅଫର ଆଣିଛୁ । ଏହି ସୁବିଧାର ଲାଭ ଦେଶର ସବୁ ଓ୍ଵାୟାରଲାଇନ୍, ଏଫ୍ଟିଟିଏଚ୍ ଏବଂ ବ୍ରଡ୍ବ୍ୟାଣ୍ଡ ବ୍ୟବହାରକାରୀ ଉଠାଇ ପାରିବେ । ତେବେ ଏହି ଅଫର ଦ୍ୱାରା କ୍ଷତିରେ ଚାଲୁଥିବା ବିଏସ୍ଏନ୍ଏଲ୍ କମ୍ପାନୀର କେତେ ଲାଭ ହେବ, ତାହା ଭବିଷ୍ୟତରେ ଜଣାପଡ଼ିବ । ତେବେ ଏହି ଅଫର ଦ୍ୱାରା ଜିଓ ବ୍ୟବହାରକାରୀ ନିରାଶ ହୋଇ ପାରନ୍ତି । କାରଣ ଜିଓ ବ୍ୟବହାରକାରୀଙ୍କୁ ଏବେ କଲ୍ ପାଇଁ ଟଙ୍କା ଦେବାକୁ ପଡ଼ୁଛି ।