ଭିଆର୍‌ଏସ୍‌ ପାଇଁ ବିଏସ୍‌ଏନ୍‌ଏଲ୍‌ର ୭୦ ହଜାର କର୍ମଚାରୀଙ୍କ ଆବେଦନ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍‌ଏଲ୍‌ର ସ୍ବେଚ୍ଛାକୃତ ଅବସର ସ୍କିମ୍‌ରେ ଏପର୍ଯ୍ୟନ୍ତ ୭୦ ହଜାର କର୍ମଚାରୀ ସାମିଲ ହୋଇସାରିଲେଣି ବୋଲି କଂପାନିର ସିଏମ୍‌ଡି ପି କେ ପୁରୱାର ସୂଚନା ଦେଇଛନ୍ତି। ବିଏସ୍‌ଏନ୍‌ଏଲ୍‌ରେ ଦେଢ଼ ଲକ୍ଷ ପାଖାପାଖି କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଭିଆର୍‌ଏସ୍‌ ପାଇଁ ୭୭ ହଜାର କର୍ମଚାରୀ ଆବେଦନ କରିବେ ବୋଲି କଂପାନି ଆଶା ରଖିଛି। ଯେଉଁ କର୍ମଚାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ସେମାନଙ୍କ ପାଇଁ ଭିଆର୍‌ଏସ୍‌ ସ୍କିମ୍ ଅଣାଯାଇଛି। ଏଥିପାଇଁ କଂପାନିର ୧ ଲକ୍ଷ କର୍ମଚାରୀଙ୍କ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.