ନୂଆଦିଲ୍ଲୀ: ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ପକ୍ଷରୁ ନୂଆ ୯୯ ଟଙ୍କିଆ ପ୍ଲାନ୍ ଘୋଷଣା କରାଯାଇଛି। ଏହି ପ୍ଲାନ୍ରେ ଗ୍ରାହକମାନେ ଅସୀମିତ କଲ୍ କରିବାର ମଜା ନେଇପାରିବେ। ଏହାର ବୈଧତା ହେଉଛି ୨୬ ଦିନ। ରିଲାଏନ୍ସ ଜିଓ, ଏୟାରଟେଲ୍ ଭଳି କଂପାନିଗୁଡ଼ିକୁ ଟକର୍ ଦେବା ପାଇଁ ବିଏସ୍ଏନ୍ଏଲ୍ ଏହି ନୂଆ ପ୍ଲାନ୍ ଆଣିଛି। ଏହି ଅଫର ଜରିଆରେ କଂପାନି ଗ୍ରାହକଙ୍କୁ ଖୁସି କରିବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀ ଏବଂ ମୁମ୍ବାଇର ଗ୍ରାହକଙ୍କୁ ବାଦ ଦେଲେ ଦେଶର ଅନ୍ୟ ସବୁ ଅଞ୍ଚଳର ଗ୍ରାହକମାନେ ଏହି ପ୍ଲାନ୍ର ମଜା ନେଇପାରିବେ। କଂପାନିର ୯୯ ଟଙ୍କିଆ ପ୍ଲାନ୍ର ଆଉ ଏକ ବଡ଼ ସୁବିଧା ହେଉଛି ରୋମିଂରେ ଥିବା ବେଳେ ମଧ୍ୟ ମାଗଣା କଲ୍ କରିହେବ। ବିଏସଏନ୍ଏଲ୍ ପକ୍ଷରୁ ୩୧୯ ଟଙ୍କାର ଆଉ ଏକ ପ୍ଲାନ୍ ମଧ୍ୟ ଘୋଷଣା କରାଯାଇଛି। ଏହି ପ୍ଲାନ୍ର ବୈଧତା ହେଉଛି ୯୦ ଦିନ। ଏହି ପ୍ଲାନ୍ରେ ମଧ୍ୟ ଅସୀମିତ କଲ୍ କରିହେବ। ରୋମିଂରେ ମାଗଣା କଲ୍ର ସୁବିଧା ମିଳିବ। କଂପାନି ୯୯୯ ଟଙ୍କିଆ ପ୍ୟାକ୍ ମଧ୍ୟ ଆଣିଛି। ଏହାର ବୈଧତା ହେଉଛି ୧୮୧ ଦିନ। ଏଥିରେ ଅସୀମିତ କଲ୍ ସୁବିଧା ସହିତ ପ୍ରତିଦିନ ୧ ଜିବିର ହାଇସ୍ପିଡ୍ ଡାଟା ମାଗଣାରେ ମିଳିବ। ବିଏସ୍ଏନ୍ଏଲ୍ ଖୁବ୍ଶୀଘ୍ର ଦେଶରେ ୪ଜି ସେବା ଆରମ୍ଭ କରିବାକୁ ଯାଉଛି। ସେଥିପାଇଁ କଂପାନି ଏହାର ନେଟ୍ଓ୍ଵର୍କରେ ଜୋରସୋରରେ କାମ ଜାରି ରଖିଛି। ମାର୍ଚ ସୁଦ୍ଧା କଂପାନିର ୪ଜି ସେବା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।
ବିଏସ୍ଏନ୍ଏଲ୍ର ୯୯ ଟଙ୍କାରେ ଅସୀମିତ କଲ୍
/sambad/media/post_attachments/wp-content/uploads/2018/02/1200px-BSNL_Logo.svg.png)