ଏହି ଟେଲିକମ୍‌ କମ୍ପାନି ମାତ୍ର ଏକଟଙ୍କାରେ ପ୍ରଦାନ କରିବ ଅସୀମିତ ଡାଟା ପ୍ଲାନ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଇଣ୍ଟରନେଟ ଡାଟା ପେକ୍‌ ଟେଲିକମ୍‌ ବଜାରେ ପ୍ରବେଶ କରିବା ପରେ ହଇଚଇ ସୃଷ୍ଟି କରିଥିଲା। ତେବେ ଜିଓ ପରେ ଭାରତ ସଞ୍ଚାର ନିଗର ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ଦୁନିଆର କେତେକ ଦେଶରେ କମ୍‌ ମୂଲ୍ୟରେ ଇଣ୍ଟରନେଟ ପ୍ରଦାନ କରୁଥିବା କମ୍ପାନି ଡାଟାଉଇଣ୍ଡ ଧମାକା କରିବେ ବୋଲି ଶୁଣିବାକୁ ମିଳିଛି। ଡାଟାଉଇଣ୍ଡ ସେହି କମ୍ପାନି ଯିଏକି କମ୍‌ ମୂଲ୍ୟରେ ମୋବାଇଲ ଓ ଟେବ୍‌ଲେଟ ଉପଲବ୍ଧ କରାଇଥାଏ। ଡାଟାଉଇଣ୍ଡ ମୁଖ୍ୟାଳୟ କନାଡାରେ ରହିଛି।

ତେବେ ବିଏସ୍‌ଏନ୍‌ଏଲ୍‌ ଓ ଡାଟାଉଇଣ୍ଡଙ୍କ ମିଳିତ ସହଯୋଗରେ ମାତ୍ର ଏକଟଙ୍କାରେ ଅସୀମିତ ଇଣ୍ଟରନେଟ ପ୍ରଦାନ କରିବାର ଯୋଜନା ରହିଛି। ଏହି ପ୍ଲାନ୍‌ ଫେବ୍ରୁଆରିର ଶେଷ ସପ୍ତାହରେ ଲଞ୍ଚ କରାଯିବ ବୋଲି ଶୁଣିବାକୁ ମିଳୁଛି। ଯଦି ଏହି ପ୍ଲାନ୍‌ ଲଞ୍ଚ ହେଲା ତେବେ ଜିଓ, ଏୟାରଟେଲ, ଆଇଡିଆ ଓ ଭୋଡାଫୋନ୍‌ ଆଦି କମ୍ପାନିକୁ ଶକ୍ତ ଝଟକା ଲାଗିପାରେ !

ସୂଚନାଯୋଗ୍ୟ, କନାଡା ଡାଟାଉଇଣ୍ଡ କମ୍ପାନି ବିଏସ୍‌ଏନ୍‌ଏଲ୍‌ ସହିତ ହାତ ମିଳାଇ ବ୍ୟବହାରକାରୀଙ୍କୁ ଗୋଟିଏ ଦିନରେ ଏକ ଟଙ୍କାରେ ଅସୀମିତ ଇଣ୍ଟରନେଟ ପ୍ରଦାନ କରିବ। ଅର୍ଥାତ୍‌ ବ୍ୟବହାରକାରୀ ମାସକୁ ୩୦ଟଙ୍କା ଖର୍ଚ୍ଚ କରି ଅସୀମିତ ଡାଟାର ମଜା ନେଇ ପାରିବେ। ତେବେ ଏହି ପ୍ଲାନ୍‌ର ଫାଇଦା ଉଠାଇବାକୁ ହେଲେ ସ୍ମାର୍ଟଫୋନ୍‌ରେ ଏକ ଆପ୍‌ ଡାଉନ୍‌ଲୋଡ କରିବାକୁ ହେବ। ଯାହାର ନାମ ‘ପେଟେଟେଡ୍‌ ଆପ୍‌’ ରଖାଯାଇଛି। କୁହାଯାଉଛି ଏହି ପ୍ଲାନ୍‌ ବଜାରକୁ ଆସିଲେ ଡାଟା ପ୍ଲାନ୍‌ ଆହୁରି ଶସ୍ତା ହୋଇଯିବ।

ସମ୍ବନ୍ଧିତ ଖବର