ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ଯୋଜନା

ନୂଆଦିଲ୍ଲୀ: ଦେଶରେ କ୍ଷତିରେ ଚାଲୁଥିବା ଦୁଇ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ବିଏସ୍‌ଏନ୍‌ଏଲ୍‌ ସହିତ ଏମ୍‌ଟିଏନ୍‌ଏଲ୍‌ର ମିଶ୍ରଣ ପାଇଁ ଟେଲିକମ୍ ବିଭାଗ (ଡଟ୍) ଯୋଜନା ଚଳାଇଛି। କମ୍ପାନି ଦ୍ବୟରେ ସୁଧାର ଆଣିବା ପାଇଁ ଯେଉଁସବୁ ଯୋଜନା ରହିଛି ସେଥିରେ ମିଶ୍ରଣ ଅନ୍ୟତମ। ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ୍ ହିଁ ନେବ। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଦୂରସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକସଭାରେ ସୂଚନା ଦେଇଥିଲେ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନିକୁ ବନ୍ଦ କରିବା ନେଇ ସରକାରଙ୍କର କୌଣସି ଯୋଜନା ନାହିଁ। ତେବେ ଏହାର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ ହେଉଛି।

ସମ୍ବନ୍ଧିତ ଖବର