ବିଏସ୍‌ଏନ୍‌ଏଲ୍‌ ଛାଡିଲା ୩୯ ଟଙ୍କିଆ ଭାଉଚର, ୧୦ ଦିନ ପାଇଁ ଅନଲିମିଟେଡ କଥାବାର୍ତ୍ତା

ନୂଆଦିଲ୍ଲୀ : ଦେଶର ଟେଲିକମ କ୍ଷେତ୍ରରେ ପ୍ରତିଯୋଗିତା ଦିନକୁ ଦିନ ତୀବ୍ର ହେଉଛି । ପ୍ରତିଦିନ କୌଣସି ନା କୌଣସି ଟେଲିକମ ଅପରେଟର ଏକ ଆକର୍ଷଣୀୟ ଅପର ନେଇ ଆସୁଛି । ବଜାରକୁ ଜିଓ ଆସିବା ପରେ ତାକୁ ଟକ୍କର ଦେବା ପାଇଁ ସମସ୍ତେ ନୂଆ ନୂଆ ଯୋଜନା କରୁଛନ୍ତି । ରାଷ୍ଟ୍ରାୟତ ଟେଲିକମ କମ୍ପାନି ବିଏସଏନଏଲ ମଧ୍ୟ ଏଥିରେ ପଛରେ ପଡିନାହିଁ । ବିଏସଏନଏଲ ଏବେ ଏକ ୩୯ ଟଙ୍କିଆ ସ୍ୱତନ୍ତ୍ର ତାରିଫ ଭାଉଚର ବଜାରକୁ ଛାଡିଛି । ଏହା ଦ୍ୱାରା ୧୦ ଦିନ ପାଇଁ ଅନଲିମିଟେଡ କଥାବାର୍ତ୍ତା କରିହେବ । ଏହା ସହିତ ଦିନକୁ ୧୦୦ ଏସଏମଏସ ସୁବିଧା ଅଛି । ପୂର୍ବରୁ ବିଏସଏନଏଲର ୯୯ ଓ ୩୧୯ ଟଙ୍କିଆ ଭଏସ ଓନଲୀ ପ୍ଲାନ ଥିଲା । ଏହା ଦ୍ୱାରା ଯଥାକ୍ରମେ ୨୬ ଦିନ ଓ ୯୦ ଦିନ ଅନଲିମିଟେଡ କଥାବାର୍ତ୍ତା କରିହେଉଛି । ବିଏସଏନଏଲର ୩୯ ଟଙ୍କିଆ ପ୍ଲାନ ଦିଲ୍ଲୀ ଓ ମୁମ୍ବାଇ ସର୍କଲରେ ଲାଗୁ ହେବ ନାହିଁ । କାରଣ ଏହି ଦୁଇ ସର୍କଲରେ ବିଏସଏନଏଲ ସେବା ନାହିଁ । ଏଠାରେ ବିଏସଏନଏଲ ବଦଳରେ ଏମଟିଏନଏଲ ସେବା ରହିଛି ।

ସମ୍ବନ୍ଧିତ ଖବର