ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କଂପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ବଡ଼ ଧରଣର ତଥ୍ୟ ଲିକ୍ର ଶିକାର ହୋଇଛି। କଂପାନିର ଗ୍ରାହକଙ୍କ ବହୁ ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ହ୍ୟାକର୍ମାନେ କଂପାନିର ସର୍ଭରରେ ପ୍ରବେଶ କରି ତଥ୍ୟ ଚୋରାଇନେବା ସହ ତାହାକୁ ଡାର୍କ ୱେବ୍ରେ ଉପଲବ୍ଧ କରାଇଛନ୍ତି। ସୂଚନା ଅନୁସାରେ ବିଏସ୍ଏନ୍ଏଲ୍ର ଫାଇବର୍ ଓ ଲ୍ୟାଣ୍ଡ୍ଲାଇନ୍ ଗ୍ରାହକଙ୍କ ତଥ୍ୟ ଲିକ୍ ହୋଇଛି। ସେଥିରେ ଗ୍ରାହକଙ୍କ ଇ-ମେଲ୍ ଠିକଣା, ବିଲ୍ ବିବରଣୀ, ଯୋଗାଯୋଗ ନମ୍ବର ଆଦି ତଥ୍ୟ ରହିଛି। ସରକାରୀ ସାଇବର ନିରାପତ୍ତା ଏଜେନ୍ସି ସିଇଆର୍ଟି-ଇନ୍କୁ ଏହି ଆକ୍ରମଣ ସମ୍ପର୍କରେ ଅବଗତ କରାଯାଇଛି। ସାଇବର ନିରାପତ୍ତା ବିଶେଷଜ୍ଞମାନଙ୍କ ମତରେ ଗ୍ରାହକଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ହୋଇଥିବାରୁ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେମାନେ ପରିଚୟ ଚୋରି, ଆର୍ଥିକ ଠକେଇ ଓ ଫିସିଂ ଆକ୍ରମଣ ଶିକାର ହୋଇପାରନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp