ବିଏସ୍‌ଏନ୍‌ଏଲ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: କଥା ହେଲେ ମିଳିବ କ୍ୟାସବ୍ୟାକ୍‌

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର। କମ୍ପାନି ନିଜର ବିଏସ୍‌ଏନ୍‌ଏଲ୍‌ ‘୫ ପେ ୬’ ଅଫରର ବୈଧ ସମୟସୀମା ବୃଦ୍ଧି କରିଛି । ବର୍ତ୍ତମାନ ଏହି ଅଫରର ଲାଭ ଗ୍ରାହକ ଜୁନ୍‌ ୩୦ ପର୍ଯ୍ୟନ୍ତ ଉଠାଇ ପାରିବେ। ବିଏସ୍‌ଏନ୍‌ଏଲ୍‌ର ଏହି ଅଫର୍‌ରେ ଉପଭୋକ୍ତାମାନଙ୍କୁ ୫ ମିନିଟର କଲ୍‌ ବଦଳରେ ୬ ପଇସା କ୍ୟାସବ୍ୟାକ୍‌ ମିଳିଥାଏ । ଏହି କଲ୍‌ ମୋବାଇଲ୍‌ ଏବଂ ଲ୍ୟାଣ୍ଡଲାଇନରୁ ମଧ୍ୟ କରାଯାଇପାରିବ । ଉପଭୋକ୍ତାମାନେ ଏହି ଅଫରରୁ ମାସକୁ ୫୦ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ।

ଚଳିତ ମାସ ଆରମ୍ଭରେ ଏହି ଅଫରର ଅବଧି ବୃଦ୍ଧି ହୋଇଥିବା କମ୍ପାନି ପକ୍ଷରୁ ସୂଚନା ମିଳିଥିଲା। ଏହି ଅଫର ମଇ ୩୦ରେ ସମାପ୍ତ ହୋଇଯିବାର ଥିଲ। କିନ୍ତୁ କମ୍ପାନି ଲକ୍‌ଡାଉନ୍‌କୁ ଧ୍ୟାନରେ ରଖି ଏହି ଅଫରର ଅବଧିକୁ ବୃଦ୍ଧି କରିଥିଲା। ଏହାପୂର୍ବରୁ କମ୍ପାନି ଏହି ଅଫରକୁ ଡିସେମ୍ବର ୨୦୧୯ରେ ଶେଷ କରିଥାଆନ୍ତା, କିନ୍ତୁ ଏହାକୁ ୬ ପର୍ଯ୍ୟନ୍ତ ମାସ ବୃଦ୍ଧି କରିଥିଲା।

Bsnl Extended 5 Pe 6 Offer Till 30 June 2020 Users Get Cashback On ...

ଏହି ଅଫର ଅନୁଯାୟୀ, ୫ ମିନିଟର କଲ୍‌ ବଦଳରେ ଉପଭୋକ୍ତାଙ୍କୁ ୬ ପଇସା କ୍ୟାସବ୍ୟାକ୍‌ ମିଳିବ। କିନ୍ତୁ ଏହାର କିଛି ସର୍ତ୍ତ ମଧ୍ୟ ଅଛି । ୬ ପଇସା କ୍ୟାସବ୍ୟାକ୍‌ ଅଫର ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ୬ ପଇସା କ୍ୟାସବ୍ୟାକ୍‌ ଆକାରରେ ମାସକୁ ସର୍ବାଧିକ ୫୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ।

ସମ୍ବନ୍ଧିତ ଖବର