ବିଏସ୍‌ଏନ୍‌ଏଲ୍‌ର ବମ୍ପର ଅଫର, ଏହି ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ମାଗଣାରେ ମିଳିବ ୨.୨ଜିବି ଡାଟା

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍‌ରେ ରିଲାଏନ୍ସ ଜିଓ ଆସିବା ଦିନଠାରୁ ଅନ୍ୟସବୁ ଟେଲିକମ୍‌ କମ୍ପାନିଙ୍କ ଅସୁବିଧା ବଢ଼ି ଯାଇଛି। ଜିଓର ଶସ୍ତା ଓ ମଗଣା ପ୍ଲାନ୍‌ ହେତୁ ଅନ୍ୟ ସବୁ କମ୍ପାନିଙ୍କୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ୍‌ କମ୍ପାନି ନିଜ ପ୍ଲାନ୍‌ରେ ବାରମ୍ବାର ପରିବର୍ତ୍ତନ ଆଣୁଛନ୍ତି। ଏହି କ୍ରମରେ ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ନିଜ ଗ୍ରାହକଙ୍କ ପାଇଁ ବମ୍ପର ଅଫର ଆଣିଛି।

ବିଏସ୍‌ଏନ୍‌ଏଲ୍‌ ନିଜର ବମ୍ପର ଅଫର ଶେଷ ତାରିଖକୁ ବୃଦ୍ଧି କରିଛି। କମ୍ପାନି ଗତବର୍ଷ ଏହି ପ୍ଲାନ୍‌କୁ ଲଞ୍ଚ କରିଥିଲା। ଏବେ କମ୍ପାନି ଏହି ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛି। ଏହି ପ୍ଲାନ୍‌ରେ ବିଏସ୍‌ଏନ୍‌ଏଲ୍‌ ଉପଭୋକ୍ତାଙ୍କୁ ୨.୨ ଜିବି ଡାଟା ପ୍ରତିଦିନ ଅତିରିକ୍ତ ମିଳିବ। ଏବେ ଆପଣ ଏହି ଅଫରର ଲାଭ ଅକ୍ଟୋବର ପର୍ଯ୍ୟନ୍ତ ଉଠାଇ ପାରିବେ। ଅର୍ଥାତ୍‌ ଅକ୍ଟୋବର ପର୍ଯ୍ୟନ୍ତ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କୁ ପ୍ରତିଦିନ ୨.୨ଜିବି ଡାଟା ମାଗଣାରେ ମିଳିବ।

ସମ୍ବନ୍ଧିତ ଖବର