ବିଏସଏନଏଲ ଛାଡିଲା ନୂଆ ପୋଷ୍ଟପେଡ ଆଡ-ଅନ ପ୍ୟାକ୍‌

ଭୁବନେଶ୍ୱର : ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ବିଏସଏନଏଲ ପକ୍ଷରୁ ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଲିମିଟେଡ୍‌ ଓ ଅନ-ଲିମିଟେଡ୍‌ ଆଡ-ଅନ ପ୍ୟାକ ବଜାରକୁ ଛଡାଯାଇଛି । ଲିମିଟେଡ ଆଡ-ଅନ ପ୍ୟାକ୍‌ ୫୦ ଟଙ୍କାରୁ ଓ ଅନଲିମିଟେଡ ପ୍ୟାକ ୨୪୦ ଟଙ୍କାରୁ ଆରମ୍ଭ ହେଉଛି । ଏସବୁ ପ୍ୟାକ ପକାଇ ଗ୍ରାହକମାନେ ନିଜର ବେସ ପ୍ଲାନ ସହ ହାଇସ୍ପିଡ ଡାଟା ପାଇପାରିବେ । ୨୪୦ ଟଙ୍କିଆ ପ୍ୟାକ ପକାଇଲେ ଗ୍ରାହକମାନେ ୩.୫ ଜିବି ଡାଟା ପାଇପାରିବେ, ସେହିପରି ୩୪୦ ଟଙ୍କିଆ ପ୍ୟାକ ପକାଇଲେ ୫.୫ ଜିିବି ଡାଟା ମିଳିପାରିବ । ୬୬୬ ଟଙ୍କିଆ ପ୍ଲାନ ପକାଇଲେ ୧୧ ଜିବି ଡାଟା ମିଳିପାରିବ । ୯୦୧ ଟଙ୍କିଆ ପ୍ଲାନ ପକାଇଲେ ୨୦ ଜିବି ଡାଟା ମିଳିପାରିବ । ଅନ୍ୟପକ୍ଷରେ ୫୦ ଟଙ୍କିଆ ଲିମିଟେଡ ପ୍ୟାକ ପକାଇଲେ ୫୫୦ ଏମବି ଡାଟା, ୭୫ ଟଙ୍କା ପ୍ୟାକ ପକାଇଲେ ୧୫୦୦ ଏମବି ଡାଟା ମିଳିପାରିବ ।

ସମ୍ବନ୍ଧିତ ଖବର