ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ‘ଲୁଟ ଲୋ’ ପୋଷ୍ଟପେଡ ଅଫର ଲଞ୍ଚ କରିଛି। ଏହି ଅଫର ଜରିଆରେ ପ୍ରିମିୟମ ପୋଷ୍ଟପେଡ ପ୍ଲାନ୍‌ରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ‘ଲୁଟ ଲୋ’ ଅଫରର ବୈଧତା ୨୦୧୮ ମାର୍ଚ୍ଚ ୩୧ରୁ ପର୍ଯ୍ୟନ୍ତ ରହିଛି।

Advertisment

publive-image

ଏହି ଅଫର ଜରିଆରେ ବିଏସ୍‌ଏନ୍‌ଏଲ୍‌ ପୋଷ୍ଟପେଡ୍‌ ପ୍ଲାନ୍‌ରେ ୬୦ପ୍ରତିଶତ ରିହାତି, ୧୦୦ ଫ୍ରି ଆକ୍ଟିଭେସନ୍‌ ଚାର୍ଜ ଓ ଫ୍ରି ସିମ୍‌ କାର୍ଡ ଦିଆଯିବ। ଏହି ଅଫର ସମଗ୍ର ଦେଶରେ ଲାଗୁ ହେବ। ‘ଲୁଟ ଲୋ’ ଅଫରର ଲାଭ ବିଏସ୍‌ଏନ୍‌ଏଲ୍‌ର ପୁରୁଣା ଓ ନୂଆ ଦୁଇଟି ପୋଷ୍ଟପେଡ ଗ୍ରାହକ ଉଠାଇ ପାରିବେ। ଏଥିରେ ୯୯ଟଙ୍କା ଓ ୧୪୫ଟଙ୍କାର ପ୍ଲାନ୍‌ ବି ସାମିଲ ରହିଛି।

୧,୫୨୫ଟଙ୍କାର ପ୍ରିମିୟମ ପୋଷ୍ଟପେଡ ପ୍ଲାନ୍‌ରେ ୬୦ ପ୍ରତିଶତ ରେଣ୍ଟଲ ଡିସ୍‌କାଉଣ୍ଟ ରହିଛି। ଏହି ପ୍ଲାନ୍‌ରେ ଅସୀମିତ ଭଏସ୍‌ କଲ, ଏସ୍‌ଏମ୍‌ଏସ୍‌ ଓ ଡାଟା ପ୍ରଦାନ କରାଯିବ। ଏଥିପାଇଁ ଗ୍ରାହକଙ୍କୁ ୧୨ମାସରେ ଆଡଭାନ୍ସ ରେଣ୍ଟଲ ପ୍ଲାନ୍‌ ଚୟନ କରିବାକୁ ପଡ଼ିବ। ଛଅମାସ ଆଡଭାନ୍ସ ରେଣ୍ଟାଲରେ ୪୫ ପ୍ରତିଶତ ଓ ତିନି ମାସ ଆଡଭାନ୍ସ ରେଣ୍ଟାଲରେ ଗ୍ରାହକଙ୍କୁ ୩୦ ପ୍ରତିଶତ ରିହାତି ମିଳିବ।