ନୂଆଦିଲ୍ଲୀ: ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ୍‌) ପକ୍ଷରୁ କୁହାଯାଇଛି ଯେ କଂପାନି ବନ୍ଦ କରାଯିବାର କୌଣସି ପ୍ରସ୍ତାବ ନାହିଁ। ଗଣମାଧ୍ୟମରେ କଂପାନି ବନ୍ଦ ହେବା ସମ୍ପର୍କିତ ଯେଉଁ ସବୁ ରିପୋର୍ଟ ପ୍ରକାଶ ପାଉଛି ସେଥିରେ ସତ୍ୟତା ନାହିଁ ବୋଲି କଂପାନି କର୍ତ୍ତୃପକ୍ଷ କହିଛନ୍ତି। କଂପାନି ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ବିଏସ୍‌ଏନ୍‌ଏଲ୍‌କୁ ବନ୍ଦ କରିବା ଭଳି କୌଣସି ପ୍ରସ୍ତାବ ନାହିଁ। ଗଣମାଧ୍ୟମରେ ଏନେଇ ଭୁଲ ଖବର ପ୍ରକାଶ ପାଉଛି। ତୀବ୍ର ପ୍ରତିଦ୍ବନ୍ଦ୍ବିତା ଓ ସୁଲଭ ଟାରିଫ୍ ଯୋଗୁ କିଛି ମାସ ‌ହେଲାଣି ଘୋର ଆର୍ଥିକ ସଙ୍କଟ ଦେଇ କଂପାନି ଗତି କରୁଛି। ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।