ନୂଆଦିଲ୍ଲୀ: ଦିନକୁ ୫ ଜିବି ଡାଟା ସହ ରାତି ହେଲେ ଅସୀମିତ ଡାଟା | ଡାଟାରେ ଭରପୁର ଏମିତି ଏକ ପ୍ଲାନ ଆଣିଛି ବିଏସଏନଏଲ | ବିଏସଏନଏଲ ପକ୍ଷରୁ ୫୯୯ ଟଙ୍କାର ପ୍ଲାନ ଲଞ୍ଚ କରାଯାଇଛି | ଯେଉଁଥିରେ ଜଣେ ଉପଭୋକ୍ତାଙ୍କୁ କମ ଦାମରେ ଅସୀମିତ ଡାଟା ମିଳିବ | ବିଏସଏନଏଲ ର ୫୯୯ ଟଙ୍କା ପ୍ଲାନରେ ଉପଭୋକ୍ତାଙ୍କୁ ୮୪ ଦିନର ବୈଧତା ମିଳିଥାଏ | ଏହି ପ୍ଲାନରେ, ଉପଭୋକ୍ତାମାନେ ୮୪ ଦିନ ପାଇଁ ଦୈନିକ ୫ ଜିବି ଲେଖାଁଏ ଡାଟା ପାଇବେ | ଏହା ବ୍ୟତୀତ ଯେକୌଣସି ନେଟୱାର୍କକୁ ଅସୀମିତ କଲିଂ ଏବଂ ପ୍ରତିଦିନ ୧୦୦ ଟି ଏସଏମଏସ ମଧ୍ୟ ପଠାଇପାରିବେ |
ବଡ କଥା ଯେ ଆପଣଙ୍କ ୫ ଜିବି ଡାଟା ସରିଗଲେ ବି ଟେନସନ ରହିବ ନାହିଁ | କାରଣ ରାତି ୧୨ଟାରୁ ୫ଟା ପର୍ଯ୍ୟନ୍ତ ଅସୀମିତ ମାଗଣା ଡାଟା ମଧ୍ୟ ମିଳିବ | ଏହି ପ୍ଲାନରେ ମାଗଣା କଲରଟ୍ୟୁନ ଏବଂ ଜିଙ୍ଗ୍ ଆପ୍ ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ ରହିଛି | ସେହିପରି ଭୋଡାଫୋନ୍-ଆଇଡିଆର ୫୯୯ ଟଙ୍କା ପ୍ଲାନର ବୈଧତା ମଧ୍ୟ ୮୪ ଦିନ ଦିଆଯାଇଛି | ଏହି ପ୍ଳାନରେ ପ୍ରତିଦିନ ୧.୫ ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ପଠାଇବାର ସୁବିଧା ଦିଆଯାଇଛି |
ଏହା ବ୍ୟତୀତ, ୱିକେଣ୍ଡ୍ ଡାଟା ରୋଲଭର, ମାଗଣା ନାଇଟ୍ ଡାଟା ଏବଂ ଭି ଚଳଚ୍ଚିତ୍ର ଓ ଟିଭି ପାଇଁ ମାଗଣା ସବସ୍କ୍ରିପସନ ସୁବିଧା ରହିଛି | ଜିଓର ୫୯୯ ଟଙ୍କା ପ୍ଲାନରେ ୮୪ ଦିନର ବୈଧତା ରହିଛି | ଏହି ପ୍ୟାକ୍ ରେ ପ୍ରତିଦିନ ୨ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ପଠାଇବାର ସୁବିଧା ଦିଆଯାଏ | ସେହିପରି ଏୟାରଟେଲର ୫୯୮ ଟଙ୍କା ପ୍ଲାନର ଭାଲିଡିଟି ୮୪ ଦିନ ଥିବାବେଳେ ଏଥିରେ ମଧ୍ୟ ଦିନକୁ ୧.୫ ଜିବି ଡାଟା ସହ ଅସୀମିତ କଲିଂ ସୁବିଧା ମିଳିଥାଏ |