ନୂଆଦିଲ୍ଲୀ: ବିଏସ୍ଏନ୍ଏଲ୍ ସବୁବେଳେ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ଆଣିଥାଏ । ବର୍ତ୍ତମାନ ଏପରି ଏକ ଅଫର ଆଣିଛି ଯାହା ଅନ୍ୟ ଅପରେଟରଙ୍କ ପ୍ଲାନଠାରୁ ଶସ୍ତା ରହିଛି। ଗ୍ରାହକ ମାତ୍ର ୧୯୯ ଟଙ୍କାରେ ୩୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ ଜିବି ଡାଟା ସହ ଅସୀମିତ ମେସେଜ୍ ଓ କଲ୍ର ସୁବିଧା ପାଇବେ । ଅନ୍ୟ ଟେଲିକମ ଅପରେଟରମାନେ ୧୯୯ ଟଙ୍କାରେ ପ୍ରତିଦିନ ୧.୫ ଜିବି ସହ ସୀମିତ ମେସେଜ୍ ଓ କଲ୍ର ସୁବିଧା ଦେଉଛନ୍ତି। ବିଏସ୍ଏନଏଲର ଏହି ଅଫରର ବୈଧତା ୩୦ ଦିନ ରହୁଥିବା ବେଳେ ଅନ୍ୟ ଟେଲିକମ ଅପରେଟରଙ୍କ ବୈଧତା ୨୮ ଦିନ ରହୁଛି ।
ବିଏସ୍ଏନ୍ଏଲ୍ ଅନ୍ୟ ଅପରେଟରଙ୍କଠାରୁ ଭଲ ଅଫର ଦେଉଥିଲେ ମଧ୍ୟ ଅନ୍ୟ ଅପରେଟରଙ୍କ ଭଲି ସମ୍ପୂର୍ଣ୍ଣ ଭାବେ ୪ଜି ସେବା ଆରମ୍ଭ କରି ପାରିନାହିଁ । ଫଳରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ର ସୁବିଧା ମିଳୁନାହିଁ। ତେଣୁ ବିଏସ୍ଏନ୍ଏଲ୍ ସିମ୍କୁ ଦ୍ବିତୀୟ ସିମ୍ ଭାବେ ବ୍ୟବହାର କଲେ ଉପରୋକ୍ତ ସୁବିଧା ପାଇବାରେ କିଛି ଅସୁବିଧା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/thequint_2019-10_f256dae8-c08d-4af5-b42f-e9e27d3c2f1a_bsnl_logo_pic.jpg)