ବିଏସ୍‌ଏନ୍‌ଏଲ୍‌ର ଅଫର: ୭ଟଙ୍କାର ରିଚାର୍ଜ କରି ୬୦ଟଙ୍କାର ଟକ୍‌ଟାଇମ୍‌ ସହିତ ୦.୫ଜିବି ଡାଟା ପାଆନ୍ତୁ

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଲର ଶନିବାର ନୂତନ ଅଫରର ଘୋଷଣା କରିଛି। ଏହି ଅଫର କମ୍ପାନି ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଆରମ୍ଭ କରିଛି। ଏହି ଅଫରରେ କମ୍ପାନି ୭ଟଙ୍କା ରିଚାର୍ଜରେ ୬୦ଟଙ୍କାର ଟକ୍‌ଟାଇମ୍‌ ଅଫର ପ୍ରଦାନ କରିବା ସହିତ ୫୦୦ଏମ୍‌ବି ଡାଟା ବି ଦେଉଛି।

ବିଏସ୍‌ଏନ୍‌ଏଲ୍‌ ଏହି ଅଫର ରିଲାଲନ୍ସ କମ୍ୟୁନିକେସନ୍‌ ଓ ଟାଟା ଡୋକୋମୋକୁ ଦୃଷ୍ଟିରେ ରଖି ଆରମ୍ଭ କରିଛି। ଏହି ଦୁଇ କମ୍ପାନି ସେମାନଙ୍କ ସେବା ବନ୍ଦ କରିବାକୁ ଯାଉଛନ୍ତି। ବିଏସ୍‌ଏନ୍‌ଏଲ୍‌ ଏହି ଅଫର ସେହି ବ୍ୟବହାରକାରୀଙ୍କ ପାଇଁ ବାହାର କରିଛି, ଯେଉଁମାନେ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମଏନ୍‌ପି) କରିବାକୁ ଚାହୁଁଛନ୍ତି। ଅର୍ଥାତ୍‌ ଯେଉଁ ବ୍ୟବହାରକାରୀ କୌଣସି କମ୍ପାନି ଛାଡ଼ି ବିଏସ୍‌ଏନ୍‌ଏଲ୍‌ ନେଟଓ୍ଵାର୍କରେ ନିଜର ନମ୍ବର ପୋର୍ଟେବିଲିଟି କରିବ ସେ ହିଁ ଏହି ଅଫରର ଫାଇଦା ଉଠାଇ ପାରିବ। ଏହି ପ୍ଲାନ୍‌ର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିଛି।

କ’ଣ କରିବାକୁ ହେବ ଏହି ଅଫର ପାଇଁ ?

ସର୍ବପ୍ରଥମେ ଆପଣ ନିକଟସ୍ଥ ଟେଲିକମ୍‌ ଅପରରେଟରଙ୍କୁ ମୋବାଇଲ ନମ୍ବର ପୋର୍ଟ କରିବା ସମ୍ପର୍କରେ ସୂଚନା ଦିଅନ୍ତୁ। ଏଥିପାଇଁ ଆପଣଙ୍କୁ PORTଲେଖି ୧୯୦୦କୁ ମେସେଜ କରିବାକୁ ପଡ଼ିବ। ଯାହାର ଉତ୍ତର ଆପଣଙ୍କୁ ୧୯୦୧ ନମ୍ବରରୁ ୟୁନିକ୍‌ ପୋର୍ଟିଂ ଜରିଆରେ ମିଳିବ। ଏହାପରେ ଆପଣ ବିଏସ୍‌ଏନ୍‌ଏଲ୍‌ ଷ୍ଟୋର କିମ୍ବା ରିଟେଲ ପାଖକୁ ଯାଇ କଷ୍ଟମର ଆପ୍ଲିକେସନ୍‌ ଫର୍ମ ଭରନ୍ତୁ। ଏହି ପର୍ମ ଭରିବା ସମୟରେ ଆପଣଙ୍କୁ ପୋର୍ଟିଂ କୋଡକୁ ଭରିବାକୁ ହେବ। ଫର୍ମ ପୁରଣ ସମୟରେ ନିଜର ପରିଚୟ ପତ୍ର, ଠିକଣା ଓ ପାସ୍‌ପୋର୍ଟ ଆବଶ୍ୟକ ହେବ। ଏହିସବୁ ନିୟମ ଅବଲମ୍ବନ କରି ସାରିବା ପରେ ଆପଣଙ୍କୁ ସିମ୍‌କାର୍ଡ ମିଳିଯିବ।

ସିମ୍‌କାର୍ଡ ମିଳିବା ପରେ ଆପଣ ଆପଣଙ୍କ ପୁରୁଣା ନମ୍ବର ବ୍ୟବହାର କରି ପାରିବେ ଏବଂ ଆପଣଙ୍କ ପୁରୁଣା ସିମ୍‌ ସବୁଦିନ ପାଇଁ ଅଚଳ ହୋଇଯିବ। ବିଏସ୍‌ଏନ୍‌ଏଲ୍‌ ସିମ୍‌ ଆକ୍ଟିଭେସନ୍‌ ହେବା ପାଇଁ ୭ଦିନର ସମୟ ଲାଗିପାରେ।

ତେବେ ମନେରଖନ୍ତୁ ,ଆପଣଙ୍କ ନମ୍ବର ପୋର୍ଟ ହେବାର ୯୦ଦିନ ପର୍ଯ୍ୟନ୍ତ ଅନ୍ୟ କମ୍ପାନି ଦ୍ୱାରା ସେହି ନମ୍ବରକୁ ପୋର୍ଟ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର