ବିଏସଏନଏଲର ନୂଆ ପ୍ଲାନ; ମାତ୍ର ୯୪ଟଙ୍କାରେ ତିନିମାସ ବୈଧତା ସହ ୩ଜିବି ଡାଟା

ନୂଆଦିଲ୍ଲୀ: ଭାରତୀୟ ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ଳକଡାଉନ ସମୟରେ ନିଜର ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ନୂଆ ରିଚାର୍ଜ ପ୍ଲାନର ଘୋଷଣା କରିଛି। ବିଏସଏନଏଲର ଏହି ପ୍ଲାନରେ ଗ୍ରାହକଙ୍କୁ ମାଗଣାରେ ୧୦୦ମିନିଟ ପୂରା ୯୦ଦିନ ପାଇଁ ଦିଆଯିବ। ଯାହାର ବ୍ୟବହାର ଗ୍ରାହକ ଅନ୍ୟ କୌଣସି ନେଟୱାର୍କରେ କରି ପାରିବେ। ଏହାକୁ ବ୍ୟବହାର କରି ସାରିବା ପରେ କଲିଂ ପାଇଁ ଗ୍ରାହକଙ୍କୁ ସାମାନ୍ୟ ଶୁଳ୍କ ଦେବାକୁ ପଡ଼ିବ। ଏଥିସହିତ ଏଥିରେ ୩ଜିବି ଡାଟା ବି ଦିଆଯିବ। ଯାହାକୁ ୯୦ଦିନ ପର୍ଯ୍ୟନ୍ତ ଗ୍ରାହକ ବ୍ୟବହାର କରି ପାରିବେ।

ତେବେ ବିଏସଏନଏଲର ଏହି ରିଚାର୍ଜ ପ୍ଲାନର ମୂଲ୍ୟ ୯୪ଟଙ୍କା ରହିଛି। ଏହି ପ୍ଲାନରେ ବ୍ୟବହାରକାରୀ ୬୦ଦିନ ପର୍ଯ୍ୟନ୍ତ ପିଆରବିଟି ଡିଫଲ୍ଟ ଟୁୟନ ବି ନିଶୁଳ୍କ ଭାବେ ପାଇ ପାରିବେ। ପିଆରବିଟି ଏକ କଲର ଟିୟୁନ ରହିଛି। ଯେଉଁଥିରେ ଆପଣଙ୍କୁ କଲ କରୁଥିବା ବ୍ୟକ୍ତିଙ୍କୁ ଡିଫଲ୍ଟ ଟୁୟୁନ ଶୁଣିବାକୁ ମିଳିବ। ଏହି କଲର ଟିୟୁନ କେବଳ ମହଜୁଦ ବିଏସଏନଏଲ ଗ୍ରାହକଙ୍କୁ ମିଳିବ। ନୂଆ ନେଇଥିବା ବିଏସଏନଏଲ ଗ୍ରାହକ ଏହି କଲର ଟିୟୁନର ଲାଭ ଉଠାଇ ପାରିବେ ନାହିଁ।

BSNL introduces Rs 197 prepaid plan, discontinues 4 existing ones

ସେହିପରି ଅନ୍ୟ ଟେଲିକମ କମ୍ପାନିର ଡାଟା ପ୍ଲାନ ସିମିତ ବୈଧତା ସହିତ ଆସିଥାଏ। ତେବେ ଡାଟା ଯଦି ଗ୍ରାହକ ବ୍ୟବହାର କରନ୍ତି ନାହିଁ ତାହା ଆଉ ପରବର୍ତ୍ତୀ ସମୟରେ କାମ ଦେଇ ନଥାଏ। ରିଚାର୍ଚ୍ଚ ପ୍ଲାନ ଶେଷ ହୋଇଯିବା ସହିତ ଡାଟା ପ୍ୟାକ ବି ବନ୍ଦ ହୋଇଯାଇଥାଏ। ଦେଖିବାକୁ ଗଲେ ବିଏସଏନଏଲ ବ୍ୟବହାରକାରୀଙ୍କୁ ୯୪ଟଙ୍କାରେ ୯୦ଦିନର ବୈଧତା ମିଳୁଛି। କମ୍ ଡାଟା ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ବିଏସଏନଏଲର ଏହି ପ୍ଲାନ ଲାଭପ୍ରଦ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର