ବିଏସଏନଏଲ ବ୍ୟବହାରକାରୀଙ୍କ ପାଇଁ ନୂଆବର୍ଷରେ ନୂଆ ଅଫର

ନୂଆଦିଲ୍ଲୀ: ବିଏସଏନଏଲ ବ୍ୟବହାରକାରୀଙ୍କ ପାଇଁ ନୂଆବର୍ଷରେ ନୂଆ ଅଫର ନେଇ ଆସିଛି। ନୂଆବର୍ଷରେ ନୂଆ ରଣନୀତି ସହ ବିଏସଏନଏଲ ଆସିଛି । ଅନ୍ୟ ଟେଲିକମ କମ୍ପାନି ନୂଆନୂଆ ଟ୍ୟାରିଫ୍‌ ପ୍ଲାନ ଲଞ୍ଚ କରୁଥିବା ବେଳେ ବିଏସଏନଏଲ ନିଜର ପୁରୁଣା ଟ୍ୟାରିଫ୍‌ ପ୍ଲାନର ଦର କମାଇ ଦେଇଛି ।

ନୂଆ ପ୍ରିପେଡ ପ୍ଲାନ ଅଫର ଅନୁଯାୟୀ, ୧୩୧୨ ଟଙ୍କାରେ ମିଳୁଥିବା ଟ୍ୟାରିଫ ପ୍ଲାନ ୧୧୧୧ ଟଙ୍କାରେ ଗ୍ରାହକ ପାଇପାରିବେ। ଯାହାର ଅବଧି ୩୬୫ ଦିନ ରହିବ। ବ୍ୟବହାରକାରୀ ଏହି ପ୍ଲାନରେ ଭଏସ କଲିଂ ସହ ଡାଟାର ମଧ୍ୟ ସୁବିଧା ପାଇପାରିବେ । ବିଏସଏନଏଲର ଏହି ନୂଆ ପ୍ଲାନରେ ୧୨ ଜିବି ଡାଟା ପାଇପାରିବେ ଗ୍ରାହକ ।

ବିଏସଏନଏଲର ଏହି ଟ୍ୟାରିଫ୍‌ ପ୍ଲାନର ଲାଭ ବିଶେଷ ଭାବେ ଅଧିକା କଲ କରୁଥିବା ବ୍ୟବହାରକାରୀ ପାଇ ପାରିବେ। କାରଣ ଏହି ପ୍ଲାନରେ ପ୍ରତିଦିନ ୨୫୦ ମିନିଟର କଲିଂ ସୁବିଧା ସହ ୧୦୦ ଏସଏମଏସ ମଧ୍ୟ ବ୍ୟବହାରକାରୀ ପାଇପାରିବେ। ତେବେ ବିଏସଏନଏଲର ଏହି ସୁବିଧା କେବଳ ତେଲେଙ୍ଗାନା ସର୍କଲ ପାଇଁ ଉପଲବ୍ଧ ଅଛି । ଜାନୁଆରି ୧୪ରୁ ୧୭ ଜାନୁଆରି ମଧ୍ୟରେ ଏହି ନୂଆ ପ୍ଲାନ ପାଇପାରିବେ ଗ୍ରାହକ ।

ଏହାଛଡା ବିଏସଏନଏଲର ୧୬୯୯ ଟଙ୍କିଆ ପ୍ଲାନ ମଧ୍ୟ ଉପଲବ୍ଧ ରହିଛି । ଯାହାର ବୈଧତା ୩୬୫ ଦିନ ଥିବା ବେଳେ ଏଥିରେ ପ୍ରତିଦିନ ୨ ଜିବି ଡାଟା ପାଇପାରିବେ ବ୍ୟବହାରକାରୀ । ଏହାଛଡା ପ୍ରତିଦିନ ୨୫୦ ମିନିଟର କଲିଂ ସୁବିଧା ସହ ୧୦୦ଟି ଏସଏମଏସର ଫାଇଦା ଉଠାଇ ପାରିବେ ଗ୍ରାହକ ।

ସମ୍ବନ୍ଧିତ ଖବର