ନୂଆଦିଲ୍ଲୀ: ଜିଓ ପରେ ପରେ ଏବେ ଭାରତୀୟ ସଞ୍ଜାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ବି ନିଜର ଗ୍ରାହକମାନଙ୍କୁ ଝଟ୍‌କା ଦେଇଛି। ଜାଣିବାକୁ ମିଳିଛି ଯେ ବିଏସ୍‌ଏନ୍‌ଏଲ୍‌ ବି ଏବେ ତା’ର ଏକ ଶସ୍ତା ପ୍ଲାନ୍‌କୁ ବନ୍ଦ୍‌ କରିଦେଇଛି। ଯେଉଁ ପ୍ଲାନ୍‌ଟି ଗ୍ରାହକଙ୍କ ପାଇଁ ଉପକାରୀ ଥିଲା; କମ୍ପାନି ଏବେ ତାହାକୁ ହଟାଇ ଦେଇଛି।

Advertisment

ପୂର୍ବରୁ ଜିଓ ତା’ର ଡାଟା ଆଡ୍‌ ଅନ୍‌ ପ୍ୟାକ୍‌ର ଲାଗକୁ କମ୍‌ କରିଦେଇଛି। ସେହିପରି ବିଏସ୍‌ଏନ୍‌ଏଲ୍‌ ବି ନିଜର ଲୋକପ୍ରିୟ ପ୍ଲାନ୍‌କୁ ହଟାଇ ଦେଇଛି। ଆମେ କହୁଛୁ ବିଏସ୍‌ଏନ୍‌ଏଲ୍‌ର ୧୫୧୫ ଟଙ୍କିଆ ପ୍ଲାନ୍‌ ବିଷୟରେ।

ଏହି ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳୁଥିଲା। ଏଫ୍‌ୟୁପି ସୀମା ଶେଷ ହେବା ପରେ ଗ୍ରାହକଙ୍କୁ ୪୦ କେବିପିଏସ୍ର ସ୍ପିଡ୍‌ରେ ଅସୀମିତ ଡାଟା ମିଳୁଥିଲା। ଏହି ପ୍ଲାନ୍‌ ପୂରା ବର୍ଷକର ବୈଧ୍ୟତା ସହିତ ଆସୁଥିଲା। ଏବେ ବିଏସ୍‌ଏନ୍‌ଏସ୍‌ର ପୋର୍ଟଫୋଲିଓରେ କିଛି ବି ଲଙ୍ଗ୍‌ ଟର୍ମ ଡାଟା ଓନ୍‌ଲି ପ୍ଲାନ୍‌ନାହିଁ। 

ଏବେ କମ୍ପାନି ସବୁଠାରୁ ଅଧିକ ବ୍ୟଧତାପୂର୍ଣ୍ଣ ଓନ୍‌ଲି ଡାଟା ପ୍ୟାକ୍‌ ଦେଉଛି ୪୧୧ ଟଙ୍କାରେ। ଯେଉଁଥିରେ ୧୦୦ ଜିବି ହାଇସ୍ପିହ୍‌ ଡାଟା ମିଳୁଛି। ଏହି ଡାଟା ୬୦ ଦିନର ବୈଦ୍ୟତା ସହିତ ମିଳୁଛି। 

ଏହାବ୍ୟତୀତ କମ୍ପାନି ୧୯୮ ଟଙ୍କାରେ ୩୦ ଦିନର ବୈଧ୍ୟତା ସହ ୪୦ ଜିବି ଡାଟା ପ୍ରଦାନ କରୁଛି। ସେହିଭଳି ସର୍ଟ ଟର୍ମ ପାଇଁ ମଧ୍ର କମ୍ପାନି କିଛି ପ୍ଲାନ୍‌ ଅଫର୍‌ ଦେଉଛି। ଯେପରିକି ୧୦୫, ୫୮ ଏବଂ ୧୬ ଟଙ୍କିଆ ପ୍ଲାନ୍‌ ମଧ୍ୟ ଉପଲବ୍ଧ।